ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଛନ୍ତି । ସେହିପରି ସମ୍ମାନୀୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପୋଲିସ ବ୍ୟାଣ୍ଡକୁ ମିଶାଇ ଏଥର ମୋଟ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଥିଲେ । ବିଏସଏଫ, ସିଆର୍‌ପିଏଫ, ଏସ୍‌ଓଜି, ଓଏସ୍‌ଏଏପି, ଓଡ୍ରାଫ, ଫାୟାର, ଏସ୍‌ଏସବି ଓ ୩ଟି ବ୍ରାସବ୍ୟାଣ୍ଡ ଯୋଗ ଦେଇଥିଲେ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ବିଏସଏଫ ଯବାନ ପ୍ରଥମ ଥର ପାଇଁ ଭାଗ ନେଇଥିଲେ। କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର...

ସତ୍ୟଭୂଷଣ ସାହୁ ହେବେ କଂଗ୍ରେସ ପ୍ରାର୍ଥୀ: ସୁର ରାଉତରାୟ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହେବେ ସତ୍ୟଭୂଷଣ ସାହୁ। ବିଧାୟକ ସୁରେଶ ରାଉତରାୟ ଏବଂ ତାରା ବାହିନୀପତି ଏହି ସୂଚନା ଦେଇଛନ୍ତି। ପଦ୍ମପୁରରେ...

ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ

ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ...

CORONAVIRUS UPDATE: ରାଜ୍ୟରେ ପୁଣି ୧୫୬ ପଜିଟିଭ୍‌ ଚିହ୍ନଟ; ୨୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୬(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୧୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

କାମ ଦେଉନି ଅକ୍ଷୟ ଶକ୍ତି ନୀତି

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଦେଶ ତଥା ରାଜ୍ୟରେ ଶକ୍ତି ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ପାରମ୍ପରିକ ଶକ୍ତିଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇବା ସହ ଉତ୍ପାଦନ...

CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୬(ବ୍ୟୁରୋ): କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଜିଲାର ୫୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ଜିଲାରେ କରୋନା ଜନିତ...

ରାଜ୍ୟ କ୍ୟାବିନେଟ୍‌ ବୈଠକ: ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର,୧୧ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ନୂଆ ଓଡ଼ିଶା...

ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ

ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର...

Advertisement
Archives

Model This Week