ଉପକୂଳ ଜିଲାରେ ଘନ କୁହୁଡ଼ି

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ କୁହୁଡ଼ି ଓ ଶୀତୁଆ ପାଗ ରହିବ। ବୁଧବାର ଏବଂ ଗୁରୁବାର ଦୁଇଦିନ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାର କେତେକ ସ୍ଥାନରେ ଘନକୁହୁଡ଼ି ସମ୍ଭାବନା ରହିଛି। ୨୮ ତାରିଖରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର ଜିଲାର କେତେକ ସ୍ଥାନରେ ଏବଂ ୨୯ ତାରିଖରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୋଳ ଏବଂ ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ। ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ଏ ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ରୁ ୨୧ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ: ଆଜି ହରିଦ୍ୱାର, ଋଷିକେଶ ଗସ୍ତ

ବାଲେଶ୍ୱର ଅଫିସ,୧୩।୧୨:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ...

ମରାମତି ନାମରେ ଲୁଟ୍‌, ହେଉନି ତଦନ୍ତ

ଚଣ୍ଡିଖୋଲ,୨୭ା୨(ଡି.ଏନ.ଏ): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି ନାମରେ ବ୍ୟାପକ ହରିଲୁଟ ଚାଲିଛି। ଯେଉଁ ରାସ୍ତାକାମ...

ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୨୮।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି...

ଶ୍ରେଣୀଗୃହରେ ଅଚେତ ହେଲେ ୨ ଛାତ୍ର

ବେଗୁନିଆ/ ବୋଲଗଡ, ୧୭।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା...

ବର୍ଷା କି ପବନ ହେବ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ବାତ୍ୟା ‘ଅସାନି’ ଆଉ ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଉପକୂଳ ଛୁଇଁବ। ଏହାପରେ ଡାହାଣକୁ ଗତିପଥ...

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ମିଳିବ କରୋନା ଟିକା: ଜାଣନ୍ତୁ ପାଇବେ କେଉଁଠି

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ମାର୍ଚ୍ଚ ୧ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସ୍କରୁ ଅଧିକ ଓ ବହୁବିଦ୍ଧ...

ଆଜି ପୁଣି ୩୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୭୦୦ ଟପିଲା; ମୃତକଙ୍କ ମଧ୍ୟରେ ଅଛନ୍ତି ୧୦ ମହିଳା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ...

Advertisement
Archives

Model This Week