ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ ୯୩୯ ଜଣଙ୍କୁ ପୋଲିସ ପଦକ ଦିଆଯିବ ବୋଲି ମଙ୍ଗଳବାର ଘୋଷଣା କରାଯାଇଛି। ବୁଧବାର ସାଧାରଣତନ୍ତ୍ର ଦିବସରେ ଏହି ପଦକ ପ୍ରଦାନ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୋଲିସ ପଦକ ମିଳିବ। ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ, ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ଏବଂ ୯ ଜଣଙ୍କୁ ସାହସିକତା କ୍ଷେତ୍ରରେ ପୋଲିସ ପଦକ ପାଇଁ ମନୋନୀତ କରାଯାଇଛି।
ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, କଟକର କନଷ୍ଟେବଳ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ।
ପ୍ରଶଂସନୀୟ ସେବା ପାଇଁ ପୋଲିସ ଆଇଜି (ଭିଜିଲାନ୍ସ ନିର୍ଦ୍ଦେଶାଳୟ) ସଞ୍ଜୟ କୁମାର କୌଶଲ, ଡିଏସ୍‌ପି ସୁଜାତା ଖଣ୍ଡୁଆଳ, ଡିଏସ୍‌ପି କମଳ ଲୋଚନ ଭୂୟାଁ, ଡିଏସ୍‌ପି ରଘୁନାଥ ପ୍ରସାଦ ନାୟକ, ଏସିପି ଅରୁଣ ସ୍ବାଇଁ, ଡ୍ରାଇଭର ହାବିଲଦାର ଶେଖ୍‌ ଆତାୱାଲ୍ଲା, ଏସ୍‌ଆଇ କୃତ୍ତିବାସ ପଣ୍ଡା, ଏସ୍‌ଆଇ ମଧୁସୂଦନ ବେହେରା, ଏସ୍‌ଓଜି ଡେପୁଟି କମାଣ୍ଡାଣ୍ଟ ପୱନ ଦୟାଲ ବା, ଡିଏସ୍‌ପି ଅଜୟ କୁମାର ମିଶ୍ର ଓ କନଷ୍ଟେବଳ ମାଇଲି ମୋହନଙ୍କୁ ପୋଲିସ ପଦକ ଦିଆଯିବ। ସାହସିକତା ପାଇଁ ଏସ୍‌ପି ଋଷିକେଶ ଦ୍ୟାନଦେଓ, ଓଏପିଏଫ୍‌ ସ୍ବର୍ଗତ ଜୟରାମ କବାସି, ରାମୁ ଦୁରୁଆ, କନଷ୍ଟେବଳ ବନ୍ଧୁ ହାନ୍ତାଳ, ଘେନୁ ହାନ୍ତାଳ, ଜୀବନ ସାହି, ଔଷାଧିନାଥ ବେହେରା, ହାବିଲଦାର ପ୍ରବୀଣ ଥାପା ଏବଂ ରାଜେଶ ବିଶ୍ୱକର୍ମାଙ୍କୁ ପଦକ ମିଳିବ।
ବେସାମରିକ ପ୍ରତିରକ୍ଷା, ହୋମଗାର୍ଡ ଓ ଜେଲ ବିଭାଗରେ ରାଜ୍ୟର ୭ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ କମାଣ୍ଡର ଜୟନ୍ତ ପଟେଲ, ହୋମଗାର୍ଡ ମାୟାଧର ସୂତାର, ହୋମଗାର୍ଡ ରବିନ୍ଦ୍ର ମଲ୍ଲିକ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ବି. ରାଜକିଶୋର ସିଂ,ସୁରଜ ହେମ୍ବ୍ରମଙ୍କୁ ପଦକ ମିଳିବ। ଜେଲ ବିଭାଗରୁ ଭୁବନେଶ୍ୱର ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କୁ ରାଷ୍ଟ୍ରପତି ପଦକ, ଜେଲର ଦିଲ୍ଲୀପ କେରକେଟାଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ନିରବଚ୍ଛିନ୍ନ ଖବର ପ୍ରକାଶ କରିବାକୁ ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)ର କରାଳ ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଭାରତରେ ମଧ୍ୟ ଧୀରେ ଧୀରେ ଏହା ଭୟଙ୍କର ପରିସ୍ଥିତିକୁ ଗତି କରୁଛି।...

ଘରେ ପହଞ୍ଚିବ ମାଇଗ୍ରେଶନ ସାର୍ଟିଫିକେଟ

ସମ୍ବଲପୁର,୨୭ା୧୦(ବ୍ୟୁରୋ): ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବିଶ୍ୱବିଦ୍ୟାଳୟ ଆସି ଧାଡ଼ିରେ ଛିଡା ହୋଇ ଆବେଦନ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନରେ ଆବେଦନ କରିବା ପରେ...

ଝାରସୁଗୁଡାରେ କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର

ଝାରସୁଗୁଡ଼ା ଅଫିସ,୧।୫: ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପଣ୍ଡିଆନ ଶୁକ୍ରବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତ କରିଛନ୍ତି। ଏକ...

‘ରେଙ୍ଗାଲୀ ନଦୀବନ୍ଧ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ’

ଭୁବନେଶ୍ବର, ୪ା୭(ସୁନିତ୍‌ ମିଶ୍ର): ରେଙ୍ଗାଲୀ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି...

‘କାଜି’ ପଦବୀରୁ କାଜିବଜାର

କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି...

ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହର୍ସାଲ୍‌

ଭୁବନେଶ୍ବର,୨୪।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହର୍ସାଲ୍‌ ହୋଇଛି। କୋଭିଡ କଟକଣା ପରେ ଏଥର ୪୩ରୁ ଉଦ୍ଧର୍‌ବ ଟ୍ରୁପ ଭାଗ ନେବେ। ପୋଲିସ,...

ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି

ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ।...

ବର୍ଷକରେ ୧,୩୬,୫୯୯ ମାମଲା ଫଇସଲା

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ୨୦୨୨ ଜାନୁୟାରୀ ପହିଲାରୁ ଡିସେମ୍ବର ୨୩ ମଧ୍ୟରେ ମୋଟ ୧,୦୨,୨୪୭ ମାମଲା ରୁଜୁ କରାଯାଇଥିବା ବେଳେ ୧,୩୬,୫୯୯ ମାମଲା ଫଇସଲା କରାଯାଇଛି। ଫଳରେ କେସ୍‌...

Advertisement
Archives

Model This Week