ଭୁବନେଶ୍ୱର,୨୬।୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତୀୟ ପ୍ରଶାସନିକ ସେବା ନିୟମ ସଂଶୋଧନକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରର ଏହି ପ୍ରସ୍ତାବରେ ସହମତ ହୋଇନାହାନ୍ତି। ପୂର୍ବ ପ୍ରଚଳିତ ନିୟମ ଲାଗୁ କରିବା ଓ ଖାଲି ଥିବା ପ୍ରଶାସନିକ ସେବା ପଦ ପୂରଣ କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି।
କେନ୍ଦ୍ର ଦ୍ୱାରା ଅଣାଯାଇଥିବା ସଂଶୋଧିତ ପ୍ରସ୍ତାବ ଅନୁସାରେ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ଲାଗି ଆଉ ରାଜ୍ୟର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେଶନରେ ଯିବେ, ରାଜ୍ୟ ସରକାର ତା’ର ଏକ ତାଲିକା ପ୍ରଦାନ କରନ୍ତି। ଜାନୁୟାରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି
କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। ଯଦି କେନ୍ଦ୍ରୀୟ ଡେପୁଟେଶନରେ ଅଫିସରମାନଙ୍କୁ ନିଆଯିବ ତାହାହେଲେ ଉନ୍ନୟନମୂଳକ ଯୋଜନା ବାଧାପ୍ରାପ୍ତ ହେବା ସହ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନକୁ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କୁ ନେବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ବିଜେଡି ଏମ୍ପି ଅମର ପଟ୍ଟନାୟକ ଟୁଇଟ କରି କହିଛନ୍ତି।
ପୂର୍ବରୁ ଏହି ପ୍ରସ୍ତାବକୁ ନେଇ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଆପତ୍ତି ଉଠାଇଛନ୍ତି। ଏହି ପ୍ରସ୍ତାବକୁ ରାଜ୍ୟ କଂଗ୍ରେସ ବିରୋଧ କରିଥିବା ବେଳେ ଭାଜପା ସମର୍ଥନ କରିଛି। ଏ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆମର ଗୋଟିଏ ସଂଘୀୟ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ଯଦି ଏକତରଫା ଭାବେ ଏହା କରିବେ, ତାହାହେଲେ ତାହାର ପ୍ରଭାବ ନିଶ୍ଚିତ ପଡ଼ିବ। ଏହାଦ୍ୱାରା ପ୍ରଶାସନିକ ବ୍ୟବସ୍ଥା,ରାଜ୍ୟ ଓ କେନ୍ଦ୍ରର ସମ୍ପର୍କ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ଅଫିସର ଦକ୍ଷତାପୂର୍ଣ୍ଣ ଭାବେ ରାଜ୍ୟରେ କାମ କରୁଛନ୍ତି ଏବଂ ଯେଉଁ ସ୍ଥାନରେ ଭାଜପା ସରକାର ନାହିଁ, ସେହି ସ୍ଥାନରୁ ସେମାନେ ଭଲ ଅଫିସରଙ୍କୁ କେନ୍ଦ୍ରକୁ ନେଇଯିବେ। ଏହା ବଦଳରେ କେନ୍ଦ୍ର ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟକୁ ପଠାଇ ଦେବେ। ଯାହାଫଳରେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ। ଭାଜପା ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅଫିସରମାନଙ୍କୁ କାମ କରିବାର ସ୍ବାଧୀନତା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ରାଜନୈତିକ ଚାପରୁ ଊର୍ଦ୍ଧ୍ୱରେ ରଖିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଭଲ ଗଭର୍ନାନ୍ସ ଦେଖିବାକୁ ମିଳିବ। ତେଣୁ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏହାର ପୁନର୍ବିଚାର କରିବା ଦରକାର ବୋଲି ହରିଚନ୍ଦନ କହିଛନ୍ତି।

କୁମ୍ଭୀର ଉଦ୍ଧାର ଘଟଣା: ଡେପୁଟି ରେଞ୍ଜରଙ୍କ ସମେତ ୩ ନିଲମ୍ବିତ
ଦିଗପହଣ୍ଡି,୧୪ା୯(ଡି.ଏନ.ଏ)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗ୍ରାମ ଚାଷଜମିରୁ ଶନିବାର ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ...

ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ
ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍ଫେଡ୍ ଚାଷୀଙ୍କ...

ଖରିଫ୍ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ
ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି...

ପ୍ରଚଣ୍ଡ ଗ୍ରୀଷ୍ମ: ୪୦ ଡିଗ୍ରୀ ଉପରେ ୧୪ ସହର
ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଆଉଟ ପାଉଟ ହେଉଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା। ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଉପକୂଳରେ ମଧ୍ୟ ଗୁଳୁଗୁଳି...

କରୋନା ନେଲା ଆଉ ୩ ଜୀବନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ରଥ ନେଲା ଦକ୍ଷିଣମୋଡ଼
ପୁରୀ ଅଫିସ,୧୧।୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୩ ରଥର ଦକ୍ଷିଣମୋଡ଼ କରି ସିଂହଦ୍ୱାରକୁ ନିଆଯାଇଛି। ସେବାୟତମାନେ ରଥଟାଣି ସିଂହଦ୍ୱାରରେ ପହଞ୍ଚାଇଛନ୍ତି। ଘଣ୍ଟଘଣ୍ଟା, ଛତା ଓ ତୁରୀ ମଧ୍ୟରେ...

‘କାମ କରିବାକୁ ଶପଥ ନେଉ ବିଏମ୍ସି’
ଭୁବନେଶ୍ୱର,୩୧ା୮: ସାରା ରାଜ୍ୟରେ ଶନିବାର ପାଳନ ହେବ ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବ। ରାଜଧାନୀ ଭୁବନେଶ୍ୱରରେ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି: ରଥଯାତ୍ରା ନେଇ ସରକାର ତୁରନ୍ତ ନିଷ୍ପତ୍ତି ସ୍ପଷ୍ଟ କରନ୍ତୁ
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରଥଯାତ୍ରା ସହ ଓଡ଼ିଆଙ୍କ ଭାବଗତ ସମ୍ପର୍କ ରହିଛି। ବହୁ ପ୍ରାଚୀନ କାଳରୁ ଏହି ପରମ୍ପରା ଚଳି ଆସୁଛି। ହେଲେ ବର୍ତ୍ତମାନ କରୋନା ମୁକାବିଲା ଜାରି...