ପ୍ରଶାସନିକ ସେବା ନିୟମ ସଂଶୋଧନକୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର,୨୬।୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତୀୟ ପ୍ରଶାସନିକ ସେବା ନିୟମ ସଂଶୋଧନକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରର ଏହି ପ୍ରସ୍ତାବରେ ସହମତ ହୋଇନାହାନ୍ତି। ପୂର୍ବ ପ୍ରଚଳିତ ନିୟମ ଲାଗୁ କରିବା ଓ ଖାଲି ଥିବା ପ୍ରଶାସନିକ ସେବା ପଦ ପୂରଣ କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି।
କେନ୍ଦ୍ର ଦ୍ୱାରା ଅଣାଯାଇଥିବା ସଂଶୋଧିତ ପ୍ରସ୍ତାବ ଅନୁସାରେ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ଲାଗି ଆଉ ରାଜ୍ୟର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେଶନରେ ଯିବେ, ରାଜ୍ୟ ସରକାର ତା’ର ଏକ ତାଲିକା ପ୍ରଦାନ କରନ୍ତି। ଜାନୁୟାରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି
କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। ଯଦି କେନ୍ଦ୍ରୀୟ ଡେପୁଟେଶନରେ ଅଫିସରମାନଙ୍କୁ ନିଆଯିବ ତାହାହେଲେ ଉନ୍ନୟନମୂଳକ ଯୋଜନା ବାଧାପ୍ରାପ୍ତ ହେବା ସହ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନକୁ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କୁ ନେବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ବିଜେଡି ଏମ୍‌ପି ଅମର ପଟ୍ଟନାୟକ ଟୁଇଟ କରି କହିଛନ୍ତି।
ପୂର୍ବରୁ ଏହି ପ୍ରସ୍ତାବକୁ ନେଇ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଆପତ୍ତି ଉଠାଇଛନ୍ତି। ଏହି ପ୍ରସ୍ତାବକୁ ରାଜ୍ୟ କଂଗ୍ରେସ ବିରୋଧ କରିଥିବା ବେଳେ ଭାଜପା ସମର୍ଥନ କରିଛି। ଏ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆମର ଗୋଟିଏ ସଂଘୀୟ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ଯଦି ଏକତରଫା ଭାବେ ଏହା କରିବେ, ତାହାହେଲେ ତାହାର ପ୍ରଭାବ ନିଶ୍ଚିତ ପଡ଼ିବ। ଏହାଦ୍ୱାରା ପ୍ରଶାସନିକ ବ୍ୟବସ୍ଥା,ରାଜ୍ୟ ଓ କେନ୍ଦ୍ରର ସମ୍ପର୍କ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ଅଫିସର ଦକ୍ଷତାପୂର୍ଣ୍ଣ ଭାବେ ରାଜ୍ୟରେ କାମ କରୁଛନ୍ତି ଏବଂ ଯେଉଁ ସ୍ଥାନରେ ଭାଜପା ସରକାର ନାହିଁ, ସେହି ସ୍ଥାନରୁ ସେମାନେ ଭଲ ଅଫିସରଙ୍କୁ କେନ୍ଦ୍ରକୁ ନେଇଯିବେ। ଏହା ବଦଳରେ କେନ୍ଦ୍ର ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟକୁ ପଠାଇ ଦେବେ। ଯାହାଫଳରେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ। ଭାଜପା ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅଫିସରମାନଙ୍କୁ କାମ କରିବାର ସ୍ବାଧୀନତା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ରାଜନୈତିକ ଚାପରୁ ଊର୍ଦ୍ଧ୍ୱରେ ରଖିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଭଲ ଗଭର୍ନାନ୍ସ ଦେଖିବାକୁ ମିଳିବ। ତେଣୁ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏହାର ପୁନର୍ବିଚାର କରିବା ଦରକାର ବୋଲି ହରିଚନ୍ଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?