ଖେଳରତ୍ନ ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିସ
ନୂଆଦିଲ୍ଲୀ, ୨୦।୬(ପି.ଟି.)- ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବାଇ) ପକ୍ଷରୁ ତାରକା ଖେଳାଳି କିଡାମ୍ବି ଶ୍ରୀକାନ୍ତଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏକ ଟୁର୍ନାମେଣ୍ଟ ଅଧାରୁ ଓହରିଥିବାରୁ କ୍ଷମା ମାଗିବା ପରେ ତାଙ୍କ ନାମକୁ ବାଇ ସୁପାରିସ କରିଛି।…
ଅନ୍ଲାଇନ୍ ଚେସ୍: ବିକାଶ ଚାମ୍ପିୟନ
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୭ମ ଅନ୍ଲାଇନ୍ ଚେସ୍ରେ ପ୍ରଭୁଜୀ ଇଂଲିଶ୍ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ଖେଳରେ ବିକାଶ ସମ୍ପୂର୍ଣ୍ଣ ୬ ପଏଣ୍ଟ ପାଇଥିଲେ। ଏଥିରେ ଆଦିତ୍ୟ…
ରୋନାଲ୍ଡୋ ସମାଲୋଚିତ
ରୋମ, ୨୦।୬ – ତାରକା ଖଚିତ ଜୁଭେଣ୍ଟସକୁ ହରାଇ ନାପୋଲି କୋପା ଇଟାଲିଆ ଫୁଟବଲ ଟାଇଟଲ ଜିତିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଏହି ଦଳ ପେନାଲ୍ଟି ଶୁଟ୍ଆଉଟ୍ ୪-୨ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦଳକୁ ହରାଇ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟ…
ଷ୍ଟୁଆର୍ଟ ବକ୍ସଟର ଓଡ଼ିଶା ଏଫ୍ସିର ମୁଖ୍ୟ କୋଚ୍
ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍)ର ସପ୍ତମ ସଂସ୍କରଣ ପୂର୍ବରୁ ଷ୍ଟୁଆର୍ଟ ବକ୍ସଟରଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରିଛି ଓଡ଼ିଶା ଏଫ୍ସି। ଅଭିଜ୍ଞ ବକ୍ସଟରଙ୍କ ସହ ଭୁବନେଶ୍ୱରଭିତ୍ତିକ କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି। ଇଂଲଣ୍ଡରେ ଜନ୍ମିତ ବକ୍ସଟରଙ୍କର ୨୫…
ଭାରତୀୟ କ୍ରିକେଟ୍ରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଗାଙ୍ଗୁଲି
ନୂଆଦିଲ୍ଲୀ, ୧୯।୬- ଭାରତୀୟ କ୍ରିକେଟ୍କୁ ସୌରଭ ଗାଙ୍ଗୁଲି ଏକ ଶ୍ରେଷ୍ଠ ଦଳ କରିପାରିଥିଲେ। ଏହି କାରଣରୁ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ନାସିର ହୁସେନ ଏକ ସାକ୍ଷାତ୍କାର ଅବସରରେ କହିଛନ୍ତି। ‘ଗାଙ୍ଗୁଲିଙ୍କ ନେତୃତ୍ୱ…
ଟେଷ୍ଟରେ ୫ ନମ୍ବରରେ ଭଲ ବ୍ୟାଟିଂ କରିବେ ରାହାନେ: ମଞ୍ଜରେକର
ମୁମ୍ବାଇ,୧୯।୬(ପି.ଟି.): କ୍ୟାରିୟରର ଆରମ୍ଭ ୨ ବର୍ଷରେ ଅଜିଙ୍କ୍ୟ ରାହାନେ ବେଶ୍ ଉଚ୍ଚକୋଟୀର ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରୁଥିଲେ। ଏବେ ମଧ୍ୟ ସେ ୫ ନମ୍ବର ସ୍ଥାନରେ ଭଲ ବ୍ୟାଟିଂ କରିପାରିବେ ବୋଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର କହିଛନ୍ତି।…
ପୁଣି ପଡ଼ିଆକୁ ଫେରିବେ ଡି ଭିଲର୍ସ
ଜୋହାନ୍ସବର୍ଗ, ୧୯।୬- ବିସ୍ଫୋରକ ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଏବି ଡି ଭିଲର୍ସ ପୁଣିଥରେ କ୍ରିକେଟ୍ ମୈଦାନକୁ ଫେରିବେ। ମହାମାରୀ କରୋନା ଭାଇରସ୍ ଲାଗି କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଜୁନ୍ ୨୭ରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଆୟୋଜନ କରିବାକୁ ସ୍ଥିର କରିଛି। ଏହି…
ପୁରସ୍କାର ରାଶିକୁ ନେଇ ମୁହଁ ଖୋଲିଲେ ମନୋଜ ତିଓ୍ବାରୀ
କୋଲକାତା, ୧୯।୬- ଭାରତୀୟ ଘରୋଇ କ୍ରିକେଟ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ରଣ୍ଜୀ ଟ୍ରଫିର ଗତ ସିଜନରେ ବେଙ୍ଗଲ ଦଳ ରନର୍ସଅପ୍ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ରନର୍ସଅପ୍ ବାବଦକୁ ପାଇବାକୁ ଥିବା ଏକ…
ପ୍ରଥମ ମହିଳା ସିଇଓ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରସ୍ତୁତ:ପେରୀ
ମେଲବୋର୍ନ, ୧୯।୬ (ପି.ଟି.)- କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପ୍ରଥମଥର ଲାଗି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ଜଣେ ମହିଳାଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତୁତ ରହିଛି। ଏହି ସମ୍ମାନଜନକ ପଦ ଲାଗି ଅନେକ ଯୋଗ୍ୟ ମହିଳା ପ୍ରାର୍ଥୀ ରହିଛନ୍ତି ବୋଲି…
ଏହି କ୍ରିକେଟରଙ୍କ ମା’ଙ୍କ ପରଲୋକ
ଆଫଗାନିସ୍ତାନର ଷ୍ଟାର୍ କ୍ରିକେଟର ରଶିଦ ଖାନ୍ଙ୍କ ମା’ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। ଏନେଇ ରଶିଦ୍ ନିଜେ ଟୁଇଟ୍ କରି କହିଛନ୍ତି। ତୁମେ ମୋ ଘର ଥିଲ, ମୋତେ ବିଶ୍ୱାସ ହେଉନି ତୁମେ ମୋତେ ଛାଡିଚାଲିଗଲ, ସବୁବେଳେ…
ଶ୍ରୀଲଙ୍କାର ଦ୍ୱିତୀୟ ଟ୍ରେନିଂ କ୍ୟାମ୍ପରୁ ମାଲିଙ୍ଗା ବାଦ୍
କଲମ୍ବୋ, ୧୯।୬(ପି.ଟି.)-ଶ୍ରୀଲଙ୍କା କ୍ରିକେଟ ଦଳର ଦ୍ୱିତୀୟ ଆବାସିକ ଟ୍ରେନିଂ କ୍ୟାମ୍ପରୁ ଟି୨୦ ଅଧିନାୟକ ଲସିଥ ମାଲିଙ୍ଗାଙ୍କୁ ବାଦ୍ ଦିଆଯାଇଛି। କାଣ୍ଡିଠାରେ ଚଳିତମାସ ୨୨ରୁ ଆରମ୍ଭ ହେବାକୁ ଯାଉଥିବା କ୍ୟାମ୍ପ ପାଇଁ ଗୁରୁବାର ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ମାତ୍ର…
‘ପ୍ଲେ ଫର୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ କ୍ରୀଡ଼ାବିତ୍ଙ୍କ ସମର୍ଥନ
ବେଙ୍ଗାଲୁରୁ, ୧୯।୬(ପି.ଟି.)-ଗୋସ୍ପୋଟର୍ସ ଫାଉଣ୍ଡେଶନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ଲେ ଫର୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଦେଶର ପ୍ରମୁଖ କ୍ରୀଡ଼ା ବ୍ୟକ୍ତିତ୍ୱମାନେ ସମର୍ଥନ କରିଛନ୍ତି। ସେମାନଙ୍କ ମଧ୍ୟରେ କ୍ରିକେଟର ରୋହିତ ଶର୍ମା, ଯୁବରାଜ ସିଂ, ମୟଙ୍ଗ ଅଗ୍ରଓ୍ବାଲ, ସ୍ମୃତି ମନ୍ଧାନା, ରେସଲର ବଜରଙ୍ଗ ପୁନିଆ,…

