Posted inଖେଳ

ଧୋନୀଙ୍କ ଅବସର ସମୟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୭।୮- ଭାରତକୁ ସର୍ବାଧିକ ୩ଟି ଆଇସିସି ଟ୍ରଫି ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଅବସର ଘୋଷଣା କରିବାର ସମୟ ଥିଲା ରାତି ୭ଟା ୨୯। ”ସମର୍ଥନ ଏବଂ ଭଲପାଇବା ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଶନିବାର ରାତି ୭ଟା ୨୯ ପରଠାରୁ ମୁଁ ଅବସର ଗ୍ରହଣ କରିଛି ବୋଲି ବିବେଚନା କରାଯାଉ“ ବୋଲି ଧୋନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ। ଏହି ସମୟକୁ ନେଇ ଏବେ ଆଲୋଚନା ଜୋର୍‌ ଧରିଛି। ୨୦୧୯ ବିଶ୍ୱକପରେ ଭାରତ ଏହି ୭ଟା ୨୯ ମିନିଟରେ ହିଁ ନକ୍‌ଆଉଟ ହୋଇଥିଲା। ଜୁଲାଇ ୯ ତାରିଖରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଧୋନୀ ଶେଷଥରପାଇଁ ଭାରତ ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ ଶେଷ ହେବାର ଗୋଟିଏ ଓଭର ପୂର୍ବରୁ ମାର୍ଟିନ ଗୁପଟିଲ ତାଙ୍କୁ ରନଆଉଟ କରିଥିଲେ। ଏହିଠାରୁ ହିଁ ଭାରତୀୟଙ୍କ ବିଜୟ ଆଶା ଚୂରମାର ହୋଇ ଯାଇଥିଲା। ଶେଷ ଓଭରରେ ୟୁଜବେନ୍ଦ୍ର ଚହଲ ଆଉଟ ହେବା ସହିତ ଭାରତ ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ସେତେବେଳେ ସମୟ ଥିଲା ଠିକ୍‌ ରାତି ୭ଟା ୨୯। ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଗ୍ରାଣ୍ଟ ଇଲିଅଟ ଏହି ସମୟରେ ହିଁ ଟୁଇଟ୍‌ କରି ନ୍ୟୁଜିଲାଣ୍ଡ ଦଳକୁ ଅଭିନନ୍ଦନ ଜଣାଇଥିଲେ। ତେଣୁ ସମ୍ଭବତଃ ଧୋନୀ ନିଜ ଅବସର ପାଇଁ ଏହି ସମୟକୁ ବାଛିଥିଲେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାରଣରୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି, ମିଳିପାରେ ଦଣ୍ଡ

କେପ୍‌ଟାଉନ୍‌,୧୩।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ଏହାକୁ ନେଇ ଅନେକ ଥର ସେ ଦଣ୍ଡିତ ହୋଇଛନ୍ତି। ଏବେ...

ପିକେଏଲ: ଆଟ୍ରାଚାଲିଙ୍କୁ ୟୁ ମୁମ୍ବା ନେତୃତ୍ୱ

ମୁମ୍ବାଇ,୧୭।୭(ପିଟି)- ଆସନ୍ତା ୨୦ ତାରିଖରୁ ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ (ପିକେଏଲ)ର ୭ମ ସଂସ୍କରଣ। ଏଥିଲାଗି ୟୁ ମୁମ୍ବା ଫ୍ରାଞ୍ଚାଇଜ ବୁଧବାର...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଚର୍ଚ୍ଚାରେ ଧୋନୀଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ,୨୫ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୩।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ ଆସନ୍ତା ମାସରେ ଖେଳାଯିବ। ୧୮ରୁ ୨୨ ଜୁନ ମଧ୍ୟରେ ଖୋଯିବାକୁ ଥିବା ଏହି...

ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୧/୮୨

କାନପୁର,୨୫।୧୧: ଶୁଭମନ ଗିଲଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଗୋଟିଏ ଉଇକେଟ ହରାଇ...

ଜୈବ ସୁରକ୍ଷିତ ପ୍ରୋଟୋକଲ ଭାଙ୍ଗିଲେ ହାଫିଜ୍‌

କରାଚି,୧୩।୮(ପି.ଟି.): ପାକିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍‌ ଇଂଲଣ୍ଡରେ ଜୈବ ସୁରକ୍ଷିତ ପ୍ରୋଟୋକଲ ଉଲ୍ଲଂଘନ କରି ବିବାଦ ସୃଷ୍ଟି କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ଦିଲ୍ଲୀକୁ ହରାଇଲା ସନ୍‌ରାଇଜର୍ସ

ଦୁବାଇ : ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଓ ରିଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ରଶିଦ ଖାଁଙ୍କ ଚମତ୍କାର ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ...

କୋହଲିଙ୍କ ଡୁପ୍ଲିକେଟ୍‌ ହଲିଉଡ୍‌ ଷ୍ଟାର

ମୁମ୍ବାଇ,୧୯।୮: ଅନେକ ସମୟରେ ଶୁଣିବାକୁ ମିଳେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ସେହିଭଳି ଭାରତୀୟ କ୍ରିକେଟ...

Advertisement
Archives

Model This Week