Posted inଖେଳ

ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା

ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା। ଅବସର ନେବା ପୂର୍ବରୁ ଖେଳାଳିମାନେ ବିସିସିଆଇକୁ ପ୍ରଥମେ ସୂଚନା ଦେବା ନିୟମ ରହିଛି, ଯାହାକି ଆଇକନିକ୍‌ ମହେନ୍ଦ୍ର ସିଂ ଧୋନୀ କରିଥିଲେ। ଏ ସମ୍ପର୍କରେ ସେ ପ୍ରୋଟୋକଲ ଭାଙ୍ଗି ଥିବାରୁ ସମ୍ଭବତଃ ରବିବାର ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଧୋନୀଙ୍କ ଅବସର ସମ୍ପର୍କରେ ଯାହାକିଛି ଟୁଇଟ୍‌ କରିଥିଲେ। ବିସିସିଆଇ ଓ୍ବେସାଇଟ୍‌ରେ କେବଳ ଧୋନୀଙ୍କ ଅବସର ସମ୍ପର୍କରେ ସୂଚନା ରହିଥିଲା। ଫଳରେ କ୍ରିକେଟ ପ୍ରଶଂସକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସାଧାରଣରେ ଘୋଷଣା କରିବାର ଗୋଟିଏ ଦିନପରେ ବିସିସିଆଇକୁ ଅବସର ସମ୍ପର୍କରେ ଅବଗତ କରାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ। ବିସିସିଆଇ ପକ୍ଷରୁ ସୋମବାର ଏହା ପ୍ରକାଶ କରାଯିବା ସହିତ ସୀମିତ ଓଭର ଫର୍ମାଟରେ ଏହି ଅଲରାଉଣ୍ଡରଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଅଗଷ୍ଟ ୧୫ରେ ଧୋନୀ ଅବସର ଘୋଷଣା କରିବାର କିଛି ମିନିଟ ପରେ ନିଜ ମେଣ୍ଟରଙ୍କ ପଦାଙ୍କ ଅନୁସରଣ କରି ଅନେକଙ୍କୁ ବିସ୍ମିତ କରିଥିଲେ ୩୩ ବର୍ଷୀୟ ରାଇନା। ନିଜ ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସେ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସ୍ବଳ୍ପ ସମୟ ପାଇଁ ରାଇନା ଭାରତୀୟ ଦଳର ନେତୃତ୍ୱ ନେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୨ ଓ ବାଂଲାଦେଶ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇଥିଲା। ସେହିପରି ଜିମ୍ବାଓ୍ବେ ବିପକ୍ଷରେ ଭାରତ ଏକ ଟି୨୦ ସିରିଜକୁ ୨-୦ରେ ଜିତିଥିଲା। ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚରେ ଶତକ ହାସଲ କରି ନିଜ ପ୍ରତିଭା ଦେଖାଇଥିଲେ ରାଇନା। ପ୍ରଥମ ଭାରତୀୟ ଭାବେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିଥିଲେ। ଭାରତ ବାହାରେ ସେ ଶତକ ହାସଲ କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାମହାତୀ ରାଇନାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ”ଭାରତୀୟ ଦିନିକିଆ କ୍ରିକେଟରେ ରାଇନା ଅନ୍ୟତମ ପ୍ରମୁଖ ପ୍ରଦର୍ଶନକାରୀ ଥିଲେ। ବ୍ୟାଟିଂ ଅର୍ଡରର ନିମ୍ନଭାଗରେ ଆସିଥିଲେ ହେଁ କେତେକ ମ୍ୟାଚ ବିଜୟୀ ଇନିଂସ ଖେଳି ସେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ରାଇନା, ଯୁବରାଜ ସିଂ ଓ ଧୋନୀଙ୍କ ଉପସ୍ଥିତିରେ ଭାରତୀୟ ମିଡଲ ଅର୍ଡର ଶକ୍ତିଶାଳୀ ହୋଇଥିଲା। ମୁଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି“ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ”ରାଇନା ଜଣେ କୁଶଳୀ ଟି୨୦ ବ୍ୟାଟ୍ସମ୍ୟାନ। ବାମହାତୀ ବ୍ୟାଟ୍ସମ୍ୟାନଭାବେ ସେ କ୍ରିକେଟ ପଡ଼ିଆରେ ଶକ୍ତିଶାଳୀ ଶଟ୍‌ ମାଧ୍ୟମରେ ନିଜ ଦକ୍ଷତା ଦେଖାଇଥିଲେ। ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସ ତାଙ୍କ କ୍ୟାରିୟରକୁ ରୁଦ୍ଧିମନ୍ତ କରିଛି। କ୍ୟାରିୟରର ଦ୍ୱିତୀୟ ଇନିଂସ ପାଇଁ ଶୁଭକାମନା“ ବୋଲି ଶାହା କହିଛନ୍ତି। ରାଇନା ୨୦୧୮ରେ ଶେଷଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳରତ୍ନ ଚାନୁଙ୍କ ନାମ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଦେଶର ସର୍ବୋଚ୍ଚ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇ ସାରିଥିଲେ ହେଁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲ୍ୟୁଏଲଏଫ)ପକ୍ଷରୁ ତାରକା ଭାରୋତ୍ତୋଳିକା...

ଏହି କାରଣରୁ ପୁଣି ଥରେ ଫେଲ୍‌ ହୋଇପାରେ ଆରସିବି

ଚେନ୍ନାଇ, ୪ା୪- ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା। ଏଥର ମଧ୍ୟ ବିରାଟ କୋହଲିଙ୍କ...

ଟି-୨୦ ବିଶ୍ୱକପ୍‌ରେ ‘ସିକ୍ସର୍‌ କିଙ୍ଗ୍‌’ କିଏ ଜାଣନ୍ତି? ଜାଣନ୍ତୁ କ’ଣ କହୁଛି ରେକର୍ଡ

ନୂଆଦିଲ୍ଲୀ,୨୦।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡ ଆରମ୍ଭ ହୋଇଛି। ୨୪ ଅକ୍ଟୋବରରେ ଭାରତକୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବାକୁ ପଡିବ। ଟିମ ଇଣ୍ଡିଆ...

ଟିମ୍‌ ଇଣ୍ଡିଆ ଟ୍ରେନର ଦୌଡ଼ରେ ନିକ୍‌ ଓ୍ବେବ୍‌ ସର୍ବାଗ୍ରେ

ନୂଆଦିଲ୍ଳୀ,୧।୯(ପି.ଟି.): ଭାରତୀୟ କ୍ରିକେଟ ଦଳର କଣ୍ଡିସନିଙ୍ଗ୍‌ କୋଚ୍‌ ବା ଟ୍ରେନର ଦୌଡ଼ରେ ପୂର୍ବତନ ନ୍ୟୁଜିଲାଣ୍ଡ ରଗ୍‌ବୀ ଲିଗ୍‌ ଟ୍ରେନର ନିକ୍‌ ଓ୍ବେବ୍‌ ସାମିଲ ହୋଇଛନ୍ତି। ସେ...

ମେସିଙ୍କୁ ରେକର୍ଡ ୭ମ ଟପ୍‌ ସ୍କୋରିଂ ଟାଇଟଲ

ଭିଟୋରିଆ (ସ୍ପେନ୍‌), ୨୧ା୭ (ଏପି)-ସ୍ପାନିଶ ଲିଗ୍‌ରେ ଲିଓନେଲ ମେସି ରେକର୍ଡ ଟପ୍‌ ସ୍କୋରିଂ ଟାଇଟଲ ଜିତିଛନ୍ତି। ଫାଇନାଲ ରାଉଣ୍ଡରେ ଆଲଭେସ୍‌ ବିପକ୍ଷ ୫-୦ ବିଜୟ ମ୍ୟାଚରେ...

ମେ ୫ରେ କିରଣଙ୍କ ବାହାଘର

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଜଗତରେ ଅନେକ ନାଁ କମାଇଥିବା ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଆସନ୍ତା ମେ ୫ରେ ନୂଆ...

ଗାଙ୍ଗୁଲିଙ୍କୁ ଫୋନ କଲେ ଦ୍ରାଭିଡଙ୍କ ପୁଅ, ବାପାଙ୍କ ନାଁରେ କଲେ ଅଭିଯୋଗ

ନୂଆଦିଲ୍ଲୀ,୧୫।୧୧: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ (ବିସିସିଆଇ) ଚଳିତ ମାସ ଆରମ୍ଭରେ ରାହୁଲ ଦ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ...

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: କେଏସ୍‌ସିଏ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଗିରଫ

ବେଙ୍ଗାଲୁରୁ,୪ା୧୨(ପି.ଟି.): କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ଫିକ୍ସିଂ ସ୍କାଣ୍ଡାଲରେ ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ମ୍ୟାନେଜମେଣ୍ଟ...

Advertisement
Archives

Model This Week