Posted inଖେଳ

ଧୋନୀଙ୍କ ଅବସର ପରେ କ’ଣ କଲେ ଏହି ପାକିସ୍ତାନୀ ପ୍ରଶଂସକ

ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୭୪ତମ ସ୍ବାଧିନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରି ନିଜର ଅଗଣିତ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ଧୋନୀଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନରେ ଜନ୍ମିତ ତାଙ୍କର ସବୁଠାରୁ ବଡ଼ ପ୍ରଶଂସକ ମହମ୍ମଦ ବସିର ବୋଜାଇ ମଧ୍ୟ ଅବସର ଘୋଷଣା କରିଛନ୍ତି। ବିଶ୍ୱ କ୍ରିକେଟ୍‌ରେ ‘ଚାଚା ଚିକାଗୋ’ ନାମରେ ପରିଚିତ ବସିର ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଦେଖି ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଧୋନୀଙ୍କ ଅବସର ପରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାର ଆଉ କୌଣସି ମୂଲ୍ୟ ନାହିଁ ବୋଲି ବସିର କହିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ଏହି ପାକିସ୍ତାନୀ ପ୍ରଶଂସକ କହିଛନ୍ତି, ‘ଧୋନୀ ଅବସର ନେଇଛନ୍ତି, ଆଉ ମୁଁ ମଧ୍ୟ। ସେ ଖେଳୁ ନ ଥିବାରୁ ଆଉ ମ୍ୟାଚ୍‌ ଦେଖିବାକୁ ଯିବିନି। ସମସ୍ତ ମହାନ ଖେଳାଳିଙ୍କୁ ଗୋଟିଏ ଦିନ ଅବସର ନେବାକୁ ପଡ଼ିବ। କିନ୍ତୁ ଧୋନୀଙ୍କ ଅବସର ମୋତେ ଦୁଃଖ ଦେଇଛି। ସେ ଏକ ଚମତ୍କାର ବିଦାୟ ପାଇବାର ହକଦାର ଥିଲେ।’ ୨୦୧୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ରେ ବସିର ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଧୋନୀ ତାଙ୍କ ପାଇଁ ଏକ ଟିକେଟ୍‌ ଯୋଗାଡ଼ କରିଦେଇଥିଲେ। ଫଳରେ ବସିର ଏହି ହାଇଭୋଲଟେଜ ମ୍ୟାଚ୍‌ ଦେଖିପାରିଥିଲେ। ୩ଥର ହାର୍ଟଆଟାକ୍‌ର ଶିକାର ହୋଇଥିବା ବସିର ଆଗାମୀ ଦିନରେ କରୋନା ସ୍ଥିତି ସ୍ବାଭାବିକ ହେଲାପରେ ରାଞ୍ଚି ଆସି ଧୋନୀଙ୍କୁ ସାକ୍ଷାତ୍‌ କରିବା ଲାଗି ଯୋଜନା କରିଛନ୍ତି। ବସିର ଆମେରିକାର ଚିକାଗୋରେ ଏକ ରେଷ୍ଟୁରାଷ୍ଟ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟିଭ ସ୍ମିଥଙ୍କୁ ଛାଡ଼ିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୧୨ା୧- ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡ଼ିବାକୁ ଚିନ୍ତା କରୁଛି। ଏ ନେଇ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।...

ପୂଜା, ବିକାଶଙ୍କୁ ଅଲିମ୍ପିକ ଯୋଗ୍ୟତା

ଅମ୍ମନ (ଜୋର୍ଡାନ), ୮।୩ (ପି.ଟି.)- ଦୁଇ ଭାରତୀୟ ବକ୍ସର ପୂଜାରାଣୀ (୭୫ କିଗ୍ରା) ଓ ବିକାଶ କ୍ରିଷ୍ଣନ (୬୯ କିଗ୍ରା) ଚଳିତ ବର୍ଷ ଅନୁଷ୍ଠିତ ହେବାକୁ...

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଣ୍ଡିଆ ଗ୍ରୀନର ବ୍ୟାଟିଂ ବିପର୍ଯ୍ୟୟ

ବେଙ୍ଗାଲୁରୁ, ୫।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ବୁଧବାରଠାରୁ...

ପ୍ରଥମ ଟେଷ୍ଟ: ମାଥ୍ୟୁସ୍‌ଙ୍କ ପ୍ରଥମ ଦ୍ୱିଶତକ

ହରାରେ,୨୩।୧- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ମାଥ୍ୟୁସଙ୍କ ଦ୍ୱିଶତକୀୟ ପାଳି ବଳରେ ଶ୍ରୀଲଙ୍କା ଏଠାରେ ଚାଲିଥିବା...

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ପ୍ଲେ-ଅଫ୍‌ ଆଶା ଶେଷ

କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ...

ଅଭିନନ୍ଦନଙ୍କ ମଜାକ ଉଡାଇଲା ପାକିସ୍ତାନ

ଇସଲମାବାଦ୍‌, ୧୨।୫: ଇଂଲଣ୍ଡ ଚାଲିଥିବା କ୍ରିକେଟ ବିଶକପରେ ଜୁନ୍‌ ୧୬ ଏକ ହାଇ ଭୋଲ୍ଟଟେଜ୍‌ ମ୍ୟାଚ୍‌। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସତନା ପୁଣି...

ପରଲୋକରେ ଧୋନୀଙ୍କ ମେଣ୍ଟର ଦେବଲ ସହାୟ

ରାଞ୍ଚି,୨୪।୧୧: ବିହାର କ୍ରିକେଟ ଆସୋସିଏସନର ଉପାଧ୍ୟକ୍ଷ ଦେବଲ ସହାୟଙ୍କ ମଙ୍ଗଳବାର ନିଧନ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ...

ଜିମ୍ମି ନିଶାମଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର

ଓ୍ବେଲିଂଟନ୍‌, ୧୮ା୧ (ପି.ଟି.)-ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମଙ୍କ ମଧ୍ୟମା ଆଙ୍ଗୁଠିରେ ଶନିବାର ଅସ୍ତ୍ରୋପଚାର ହୋଇଛି। କ୍ରିକେଟ ଓ୍ବେଲିଂଟନ ତରଫରୁ ଏହା ଘୋଷଣା କରାଯାଇଛି। ସପ୍ତାହକ ମଧ୍ୟରେ...

Advertisement
Ten Cric Info


Archives

Model This Week