Posted inଖେଳ

ଭର୍ଚୁଆଲ ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ : ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଓ ବିକାଶ ଉପରେ ଫୋକସ

ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧୮ା୮- ରାଜ୍ୟରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଓଡ଼ିଶା ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଏବଂ ରାଜ୍ୟର ବିଭିନ୍ନ ଆସୋସିଏଶନ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ କ୍ରୀଡ଼ା ନୀତିର ମୁଖ୍ୟାଂଶ ଉପସ୍ଥାପିତ କରାଯାଇଥିଲା। ”ସ୍ପୋଟର୍‌ସ ହଷ୍ଟେଲ ଢାଞ୍ଚାରେ ଉନ୍ନତି କରାଯିବ ଏବଂ ପ୍ରଦର୍ଶନ ଆଧାରରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ବଛାଯାଇ ଟ୍ରେନିଂ ସୁଯୋଗ ପ୍ରଦାନ କରାଯିବ। ଆମେ ୨୦୨୪ ଏବଂ ୨୦୨୮ ଉପରେ ଦୃଷ୍ଟିନିବଦ୍ଧ କରୁଛୁ। ସେତେବେଳକୁ ଓଡ଼ିଶା ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରନ୍ତୁ ବୋଲି ଚାହୁଁଛୁ। ସେଥିପାଇଁ ରାଜ୍ୟରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କ ବିକାଶ ଉପରେ ମୁଖ୍ୟତଃ ଫୋକସ କରାଯାଉଛି“ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ସ୍ପୋଟର୍‌ସ ହଷ୍ଟେଲ ଗୁଡ଼ିକୁ ଏକାଡେମୀରେ ପରିଣତ କରାଯିବ। ଏଥିରେ ଡେ’ କୋଚିଂ ପ୍ରୋଗାମ ସହିତ ଆବାସିକ ଏବଂ ଅଣଆବାସିକ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟ୍ରେନିଂ ଦିଆଯିବ। ବିଶେଷଜ୍ଞ କୋଚ୍‌, ଟେକ୍ନିକାଲ ପାର୍ଟନର୍ସ, ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯିବା ସହ କ୍ରୀଡ଼ା ବିଜ୍ଞାନର ସମ୍ପୃକ୍ତିକରଣ, ଡାଏଟ ଏବଂ ଟ୍ରେନିଂ ପ୍ରୋଗ୍ରାମ ଦ୍ୱାରା ସେମାନେ ଉପକୃତ ହୋଇପାରିବେ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।
ଅଧିକ ସ୍ପୋଟର୍‌ସ ହଷ୍ଟେଲ ସପକ୍ଷରେ କ୍ରୀଡ଼ା ସଙ୍ଗଠକ
ଭାରତୀୟ ଖେଳାଳିଙ୍କ ଜର୍ସିରେ ଓଡ଼ିଶା ଲେଖାଯିବା ଗୌରବପୂର୍ଣ୍ଣ କଥା। ମାତ୍ର ଓଡ଼ିଶା ଖେଳାଳିଙ୍କ ଜର୍ସିରେ ଭାରତ କେବେ ଲେଖାଯିବ ତାହାକୁ ସମଗ୍ର ରାଜ୍ୟବାସୀ ଅପେକ୍ଷା କରୁଛନ୍ତି। ସ୍ପୋଟର୍‌ସ ହଷ୍ଟେଲରେ ରହୁଥିବା ଖେଳାଳିମାନେ ହିଁ ଜାତୀୟ ସ୍ତରରେ ପାଦ ଦେବାରେ ସକ୍ଷମ। ପରିପକ୍ବ ବୟସରେ ଏମାନଙ୍କୁ ଖେଳଠାରୁ ଦୂରେଇ ରଖିଲେ ରାଜ୍ୟ କ୍ରୀଡ଼ାର ମୂଳଦୁଆ ଦୁର୍ବଳ ହୋଇଯିବ ବୋଲି ଯୁକ୍ତି ବାଢ଼ିଥିଲେ ରାଜ୍ୟର କ୍ରୀଡ଼ା ସଙ୍ଗଠକ। ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ କରାଯିବା ପାଇଁ ହେଉଥିବା ଉଦ୍ୟମକୁ କ୍ରୀଡ଼ା ସଙ୍ଗଠକମାନେ ପ୍ରଶଂସା କରିଥିଲେ। ମାତ୍ର ପୁନର୍ଗଠନ ନାମରେ ଯେଉଁସବୁ ପଦକ୍ଷେପ ନିଆ ଯାଉଛି ତଦ୍ୱାରା ରାଜ୍ୟ କ୍ରୀଡ଼ାର ବିକାଶରେ ବାଧା ଉପୁଜିବ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ୧୮ବର୍ଷରୁ ଅଧିକ ବୟସ ଖେଳାଳି ହଷ୍ଟେଲରୁ ବାହାରିଗଲେ ସେମାନଙ୍କ ଭବିଷ୍ୟତ ଖେଳଠାରୁ ଦୂରେଇ ଯିବ। ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ୟୁଥ ବର୍ଗରେ ଏମାନେ ଅଂଶ ଗ୍ରହଣ କରିବାକୁ ସକ୍ଷମ ହେବେ ନାହିଁ। କେତେକ ଜାତୀୟ ମହାସଂଘ ଜୁନିୟର ଚାମ୍ପିୟନଶିପ ୧୯ବର୍ଷରୁ କମ୍‌ ଓ ୨୦ବର୍ଷରୁ କମ୍‌ ବୟସ ବର୍ଗରେ ଆୟୋଜନ କରୁଛନ୍ତି। ଏଭଳି ସ୍ଥଳେ ଓଡ଼ିଶାର ଖେଳାଳି ପ୍ରତିଯୋଗିତାରେ ଭାଗ ନେବା କଷ୍ଟଦାୟକ ହେବ। ଚାକିରି କରିବାକୁ ସର୍ବନିମ୍ନ ବୟସ ମଧ୍ୟ ୧୮ବର୍ଷ। ଏହି ବୟସରେ ଖେଳ ବନ୍ଦ କରିଦେଲେ ସେମାନେ ଖେଳ ପ୍ରମାଣପତ୍ରରେ ଏହା ପାଇବାକୁ ମଧ୍ୟ ବଞ୍ଚିତ ହେବେ ବୋଲି କ୍ରୀଡ଼ା ସଙ୍ଗଠକମାନେ ଯୁକ୍ତି କରିଥିଲେ। ଏହି ଅବସରରେ ସ୍ପୋଟର୍‌ସ ହଷ୍ଟେଲ ବନ୍ଦ ପରିବର୍ତ୍ତେ ଅଧିକ କରାଯାଉ। ବୟସ ସୀମାକୁ ୧୮ ପରିବର୍ତ୍ତେ ୨୫କୁ ବୃଦ୍ଧି କରାଯାଉ। ପ୍ରତିଭା ଅନ୍ବେଷଣ କରି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉ। ଖେଳ ପାଇଁ ନୂତନ ନିୟମ କରାଯିବା ବେଳେ କ୍ରୀଡ଼ା ସଙ୍ଗଠକ କିମ୍ବା ରାଜ୍ୟର ଖ୍ୟାତନାମା ଖେଳାଳିଙ୍କ ସହ ଆଲୋଚନା କରାଯାଉ ବୋଲି ପ୍ରସ୍ତାବମାନ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଓଓଏ ସମ୍ପାଦକ(ଇନଚାର୍ଜ) ଅଭିଜିତ ପାଲ, ଓଡ଼ିଶା ଜିମ୍ନାଷ୍ଟିକ ଆସୋସିଏଶନ ସମ୍ପାଦକ ଅଶୋକ କୁମାର ସାହୁ, ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏଶନ ସମ୍ପାଦକ ବୀରେନ୍ଦ୍ର କୁମାର ବେହେରା, ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ, ଓଡ଼ିଶା ରୋଇଂ ଆସୋସିଏଶନ ସଭାପତି ବିନୋଦ ଦାଶ, ଓଡ଼ିଶା ତୀରନ୍ଦାଜୀ ଆସୋସିଏଶନ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ଓଡ଼ିଶା ଟିଟି ଆସୋସିଏଶନ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଓଡ଼ିଶା ଭଲିବଲ ଆସୋସିଏଶନ ସମ୍ପାଦକ ଗଗନେନ୍ଦୁ ଦାସଙ୍କ ସମେତ ଅନ୍ୟ ସମସ୍ତ କ୍ରୀଡ଼ା ସଂଘର ସମ୍ପାଦକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri