Posted inଖେଳ

ଭର୍ଚୁଆଲ ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ : ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଓ ବିକାଶ ଉପରେ ଫୋକସ

ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧୮ା୮- ରାଜ୍ୟରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଓଡ଼ିଶା ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଏବଂ ରାଜ୍ୟର ବିଭିନ୍ନ ଆସୋସିଏଶନ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ କ୍ରୀଡ଼ା ନୀତିର ମୁଖ୍ୟାଂଶ ଉପସ୍ଥାପିତ କରାଯାଇଥିଲା। ”ସ୍ପୋଟର୍‌ସ ହଷ୍ଟେଲ ଢାଞ୍ଚାରେ ଉନ୍ନତି କରାଯିବ ଏବଂ ପ୍ରଦର୍ଶନ ଆଧାରରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ବଛାଯାଇ ଟ୍ରେନିଂ ସୁଯୋଗ ପ୍ରଦାନ କରାଯିବ। ଆମେ ୨୦୨୪ ଏବଂ ୨୦୨୮ ଉପରେ ଦୃଷ୍ଟିନିବଦ୍ଧ କରୁଛୁ। ସେତେବେଳକୁ ଓଡ଼ିଶା ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରନ୍ତୁ ବୋଲି ଚାହୁଁଛୁ। ସେଥିପାଇଁ ରାଜ୍ୟରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କ ବିକାଶ ଉପରେ ମୁଖ୍ୟତଃ ଫୋକସ କରାଯାଉଛି“ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ସ୍ପୋଟର୍‌ସ ହଷ୍ଟେଲ ଗୁଡ଼ିକୁ ଏକାଡେମୀରେ ପରିଣତ କରାଯିବ। ଏଥିରେ ଡେ’ କୋଚିଂ ପ୍ରୋଗାମ ସହିତ ଆବାସିକ ଏବଂ ଅଣଆବାସିକ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟ୍ରେନିଂ ଦିଆଯିବ। ବିଶେଷଜ୍ଞ କୋଚ୍‌, ଟେକ୍ନିକାଲ ପାର୍ଟନର୍ସ, ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯିବା ସହ କ୍ରୀଡ଼ା ବିଜ୍ଞାନର ସମ୍ପୃକ୍ତିକରଣ, ଡାଏଟ ଏବଂ ଟ୍ରେନିଂ ପ୍ରୋଗ୍ରାମ ଦ୍ୱାରା ସେମାନେ ଉପକୃତ ହୋଇପାରିବେ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।
ଅଧିକ ସ୍ପୋଟର୍‌ସ ହଷ୍ଟେଲ ସପକ୍ଷରେ କ୍ରୀଡ଼ା ସଙ୍ଗଠକ
ଭାରତୀୟ ଖେଳାଳିଙ୍କ ଜର୍ସିରେ ଓଡ଼ିଶା ଲେଖାଯିବା ଗୌରବପୂର୍ଣ୍ଣ କଥା। ମାତ୍ର ଓଡ଼ିଶା ଖେଳାଳିଙ୍କ ଜର୍ସିରେ ଭାରତ କେବେ ଲେଖାଯିବ ତାହାକୁ ସମଗ୍ର ରାଜ୍ୟବାସୀ ଅପେକ୍ଷା କରୁଛନ୍ତି। ସ୍ପୋଟର୍‌ସ ହଷ୍ଟେଲରେ ରହୁଥିବା ଖେଳାଳିମାନେ ହିଁ ଜାତୀୟ ସ୍ତରରେ ପାଦ ଦେବାରେ ସକ୍ଷମ। ପରିପକ୍ବ ବୟସରେ ଏମାନଙ୍କୁ ଖେଳଠାରୁ ଦୂରେଇ ରଖିଲେ ରାଜ୍ୟ କ୍ରୀଡ଼ାର ମୂଳଦୁଆ ଦୁର୍ବଳ ହୋଇଯିବ ବୋଲି ଯୁକ୍ତି ବାଢ଼ିଥିଲେ ରାଜ୍ୟର କ୍ରୀଡ଼ା ସଙ୍ଗଠକ। ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ କରାଯିବା ପାଇଁ ହେଉଥିବା ଉଦ୍ୟମକୁ କ୍ରୀଡ଼ା ସଙ୍ଗଠକମାନେ ପ୍ରଶଂସା କରିଥିଲେ। ମାତ୍ର ପୁନର୍ଗଠନ ନାମରେ ଯେଉଁସବୁ ପଦକ୍ଷେପ ନିଆ ଯାଉଛି ତଦ୍ୱାରା ରାଜ୍ୟ କ୍ରୀଡ଼ାର ବିକାଶରେ ବାଧା ଉପୁଜିବ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ୧୮ବର୍ଷରୁ ଅଧିକ ବୟସ ଖେଳାଳି ହଷ୍ଟେଲରୁ ବାହାରିଗଲେ ସେମାନଙ୍କ ଭବିଷ୍ୟତ ଖେଳଠାରୁ ଦୂରେଇ ଯିବ। ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ୟୁଥ ବର୍ଗରେ ଏମାନେ ଅଂଶ ଗ୍ରହଣ କରିବାକୁ ସକ୍ଷମ ହେବେ ନାହିଁ। କେତେକ ଜାତୀୟ ମହାସଂଘ ଜୁନିୟର ଚାମ୍ପିୟନଶିପ ୧୯ବର୍ଷରୁ କମ୍‌ ଓ ୨୦ବର୍ଷରୁ କମ୍‌ ବୟସ ବର୍ଗରେ ଆୟୋଜନ କରୁଛନ୍ତି। ଏଭଳି ସ୍ଥଳେ ଓଡ଼ିଶାର ଖେଳାଳି ପ୍ରତିଯୋଗିତାରେ ଭାଗ ନେବା କଷ୍ଟଦାୟକ ହେବ। ଚାକିରି କରିବାକୁ ସର୍ବନିମ୍ନ ବୟସ ମଧ୍ୟ ୧୮ବର୍ଷ। ଏହି ବୟସରେ ଖେଳ ବନ୍ଦ କରିଦେଲେ ସେମାନେ ଖେଳ ପ୍ରମାଣପତ୍ରରେ ଏହା ପାଇବାକୁ ମଧ୍ୟ ବଞ୍ଚିତ ହେବେ ବୋଲି କ୍ରୀଡ଼ା ସଙ୍ଗଠକମାନେ ଯୁକ୍ତି କରିଥିଲେ। ଏହି ଅବସରରେ ସ୍ପୋଟର୍‌ସ ହଷ୍ଟେଲ ବନ୍ଦ ପରିବର୍ତ୍ତେ ଅଧିକ କରାଯାଉ। ବୟସ ସୀମାକୁ ୧୮ ପରିବର୍ତ୍ତେ ୨୫କୁ ବୃଦ୍ଧି କରାଯାଉ। ପ୍ରତିଭା ଅନ୍ବେଷଣ କରି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉ। ଖେଳ ପାଇଁ ନୂତନ ନିୟମ କରାଯିବା ବେଳେ କ୍ରୀଡ଼ା ସଙ୍ଗଠକ କିମ୍ବା ରାଜ୍ୟର ଖ୍ୟାତନାମା ଖେଳାଳିଙ୍କ ସହ ଆଲୋଚନା କରାଯାଉ ବୋଲି ପ୍ରସ୍ତାବମାନ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଓଓଏ ସମ୍ପାଦକ(ଇନଚାର୍ଜ) ଅଭିଜିତ ପାଲ, ଓଡ଼ିଶା ଜିମ୍ନାଷ୍ଟିକ ଆସୋସିଏଶନ ସମ୍ପାଦକ ଅଶୋକ କୁମାର ସାହୁ, ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏଶନ ସମ୍ପାଦକ ବୀରେନ୍ଦ୍ର କୁମାର ବେହେରା, ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ, ଓଡ଼ିଶା ରୋଇଂ ଆସୋସିଏଶନ ସଭାପତି ବିନୋଦ ଦାଶ, ଓଡ଼ିଶା ତୀରନ୍ଦାଜୀ ଆସୋସିଏଶନ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ଓଡ଼ିଶା ଟିଟି ଆସୋସିଏଶନ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଓଡ଼ିଶା ଭଲିବଲ ଆସୋସିଏଶନ ସମ୍ପାଦକ ଗଗନେନ୍ଦୁ ଦାସଙ୍କ ସମେତ ଅନ୍ୟ ସମସ୍ତ କ୍ରୀଡ଼ା ସଂଘର ସମ୍ପାଦକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?