Posted inଖେଳ

ଅବସର ନେବାର ଗୋଟିଏ ଦିନ ପରେ ବିସିସିଆଇ ସହ ଯୋଗାଯୋଗ କଲେ ରାଇନା

ନୂଆଦିଲ୍ଲୀ, ୧୭।୮: ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା କରିବାର କିଛି ସମୟ ଅନ୍ତରରେ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଶନିବାର ଉଭୟ ଧୋନୀ ଓ ରାଇନା ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ ଜରିଆରେ ଅବସର ନେଇ ସୂଚନା ଦେଇଥିଲେ। ତେବେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଅଫିସିଆଲ ଭାବେ କେବଳ ଧୋନୀଙ୍କ ଅବସର ନେଇ ସୂଚନା ଦିଆଯାଇଥିଲା। କିନ୍ତୁ ରାଇନାଙ୍କ ବିଷୟରେ ବିସିସିଆଇ ଏହାର ଅଫିସିଆଲ ଟୁଇଟର୍‌ ପୃଷ୍ଠାରେ କିଛି ଉଲ୍ଲେଖ କରି ନ ଥିଲା। ଏହାର ଦିନକ ପରେ ବିସିସିଆଇ ରାଇନାଙ୍କ ଅବସର ନେଇ ସୂଚନା ଦେଇଛି।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ‘ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ନିଷ୍ପତ୍ତି ଆନୁଷ୍ଠାନିକ ଭାବେ ରବିବାର ବୋର୍ଡକୁ ଜଣାଇଛନ୍ତି। ସାଧାରଣତଃ ଭାବେ ଅବସର ଘୋଷଣା ପୂର୍ବରୁ ଖେଳାଳିମାନେ ବୋର୍ଡକୁ ପ୍ରଥମେ ଜଣାଇଥାନ୍ତି।’ ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କର ଏକ ବିବୃତ୍ତିରେ ରାଇନାଙ୍କୁ ପ୍ରଶଂସା କରି କହିଛନ୍ତି, ‘ସୀମିତ ଓଭର ଫର୍ମାଟ୍‌ରେ ରାଇନା ଭାରତ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ନିମ୍ନକ୍ରମରେ ଆସି ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ଲାଗି ବହୁତ କୌଶଳ ଓ ପ୍ରତିଭାର ଆବଶ୍ୟକ ହୋଇଥାଏ। ରାଇନା ଓ ଯୁବରାଜ ମିଳିତ ଭାବେ ଦିନିକିଆ କ୍ରିକେଟ୍‌ରେ ଭାରତ ପାଇଁ ମଧ୍ୟକ୍ରମ ଲାଇନ୍‌ଅପକୁ ଦୃଢ଼ କରିଥିଲେ। ମୁଁ ତାଙ୍କୁ ଓ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି।’
ଉଲ୍ଲେଖଯୋଗ୍ୟ, ଧୋନୀ ଅବସର ଘୋଷଣା କରିବା ପୂର୍ବରୁ ପ୍ରଥମେ ବିସିସିଆଇକୁ ଜଣାଇଥିଲେ। କିନ୍ତୁ ରାଇନା ଏହା ନ କରି ସୋସିଆଲ ମିଡିଆରେ ପ୍ରଥମେ ଅବସର ସୂଚନା ଦେଇଥିଲେ। ତେଣୁ ବିସିସିଆଇ କେବଳ ଧୋନୀଙ୍କ ଅବସର ନେଇ ଏହାର ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଉଲ୍ଲେଖ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri