ରାଇନାଙ୍କୁ ପଛରେ ପକାଇବା ଲାଗି ରୋହିତ୍ଙ୍କ ନିକଟରେ ସୁଯୋଗ
ଆବୁଧାବି, ୬।୧୦: ଚଳିତ ଆଇପିଏଲ୍ର ବିଂଶତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ରାଜସ୍ଥାନ ରୟାଲ୍ସ ସହ ହେବ। ଏହି ଅବସରରେ ମୁମ୍ବାଇ ଅଧିନାୟକ ରୋହିତ୍ ଶର୍ମାଙ୍କ ନିକଟରେ ସୁରେଶ ରାଇନାଙ୍କ ଏକ ଆଇପିଏଲ୍ ରେକର୍ଡକୁ ପଛରେ ପକାଇବାର ସୁଯୋଗ ରହିଛି।…
ଆରୋନ୍ ଫିଞ୍ଚ୍ଙ୍କୁ ଚେତାବନୀ ଦେଇ ଛାଡ଼ିଲେ ଅଶ୍ୱିନୀ
ଦୁବାଇ, ୬।୧୦: ଆଇପିଏଲ୍ ଚଳିତ ସଂସ୍କରଣରେ ସୋମବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯୫ ରନ କରିଥିଲା।…
ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟରଙ୍କ ଭାବି ସ୍ତ୍ରୀ
ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍ ଧନଶ୍ରୀ ବର୍ମା ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କ ଭିଡିଓ ଭାଇରାଲ ହେଉଛି ଧନଶ୍ରୀ ଜଣେ କୋରିଓଗ୍ରାଫର ସହ ଜଣେ ଡାକ୍ତର ମଧ୍ୟ। ନିକଟରେ ଧନଶ୍ରୀଙ୍କ ଏକ…
ମୋତେ ଦୁଃଖ ଲାଗୁଛି, କାହିଁକି ଏମିତି କହିଲେ ବିରାଟ କୋହଲି
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୦)ରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଦିଲ୍ଲୀଠାରୁ ପରାଜିତ ହେବାପରେ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଆମ ଯୋଜନା ମୁତାବକ ଖେଳି ନଥିଲୁ। ଦିଲ୍ଲୀ ଆରମ୍ଭରୁ…
କାର୍ ଦୁର୍ଘଟଣାରେ ଆଖିବୁଜିଲେ ଏହି ଲୋକପ୍ରିୟ କ୍ରିକେଟର୍
କାବୁଲ,୬।୧୦: ଆଫଗାନିସ୍ତାନ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ନାଜିବ ତର୍କାଇଙ୍କ ପରଲୋକ ଘଟିଛି। କିଛି ଦିନ ପୂର୍ବରୁ ଏକ କାର ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ…
ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ
ଦୁବାଇ, ୬।୧୦-ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟି୍ଂ, ମାର୍କୁସ ଷ୍ଟୋଇନିସଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚରେ ୫୯ ରନରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ…
ବଲ୍ରେ ସାଲିଭା ବ୍ୟବହାର କଲେ କୋହଲି
ଦୁବାଇ, ୬।୧୦(ପି.ଟି.): ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅସାବଧାନତା ବଶତଃ ବଲ୍ରେ ସାଲିଭା(ଲାଳ) ବ୍ୟବହାର କରିଛନ୍ତି। ଫଳରେ ସେ ଆଇସିସିର କୋଭିଡ-୧୯ ପ୍ରୋଟୋକଲ ଭଙ୍ଗ କରିଛନ୍ତି। ଦିଲ୍ଲୀ…
କ୍ୱାରାଣ୍ଟାଇନ୍ରେ ରହିବେ, ପୂଜାରା, ହନୁମା, କୋଚିଂ ଷ୍ଟାଫ୍
ନୂଆଦିଲ୍ଲୀ, ୬ା୧୦ (ପି.ଟି.)- ଆଇପିଏଲ୍ ଶେଷ ପରେ ଅଷ୍ଟ୍ରେଲିଆ ପ୍ରସ୍ଥାନ ପୂର୍ବରୁ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ହନୁମାବିହାରୀ ଏବଂ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସପୋର୍ଟ ଷ୍ଟାଫ୍ଙ୍କୁ ଦୁବାଇରେ ୬ ଦିନ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। ସିରିଜ୍ରେ ଖେଳାଯିବାକୁଥିବା…
ଆଇପିଏଲ୍ରୁ ଅମିତ ମିଶ୍ରା, ଭୁବନେଶ୍ୱର କୁମାର ବାହାର
ଦୁବାଇ, ୬ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସର ସିନିୟର ଲେଗ୍ ସ୍ପିନର ଅମିତ ମିଶ୍ରା ଓ ସନରାଇଜର୍ସ ହାଇଦ୍ରାବାଦର ସିନିୟର ପେସ୍ ବୋଲର ଭୁବନେଶ୍ୱର କୁମାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ବାହାର ହୋଇଯାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ…
ଫ୍ରେଞ୍ଚ୍ ଓପନ ଟେନିସ: କ୍ୱିଟୋଭା କ୍ୱାର୍ଟର ଫାଇନାଲରେ
ପ୍ୟାରିସ, ୬।୧୦:ଦୁଇଥର ଓ୍ବିମ୍ବେଲଡନ ଚାମ୍ପିୟନ ପେତ୍ରା କ୍ୱିଟୋଭା ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ୪ର୍ଥ ରାଉଣ୍ଡ ମ୍ୟାଚରେ ସେ ୬-୨, ୬-୪ ସେଟ୍ରେ ଝାଙ୍ଗ ଶୁଇଙ୍କୁ ପରାସ୍ତ କରିଛନ୍ତି।…
ଟି୨୦ରେ ଏହି ସଫଳତା ପାଇବାରେ କୋହଲି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ
ଦୁବାଇ, ୫।୧୦: ଚଳିତ ଆଇପିଏଲ୍ର ୧୯ତମ ମୁକାବିଲାରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହଁାମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ ଅବସରରେ ଆର୍ସିବି ଅଧିନାୟକ ବିରାଟ କୋହଲି ଏକ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଥମ ଭାରତୀୟ…
ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ; ଆର୍ସିବି ସାମ୍ନାରେ ୧୯୭ ରନ ଟାର୍ଗେଟ୍ ରଖିଲା ଦିଲ୍ଲୀ
ଦୁବାଇ, ୫।୧୦: ଚଳିତ ଆଇପିଏଲ୍ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ…

