Posted inଖେଳ

ମୃତ୍ୟୁକୁ ହରାଇବାକୁ ଯୋଜନା କରିଥିଲେ ମାଇକେଲ ଜ୍ୟାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନ ଜାଣେ। କିନ୍ତୁ ସେ ମୃତ୍ୟୁକୁ ହରାଇବା ଲାଗି କରିଥିଲେ ଯୋଜନା। ଏହି ମହାନ ଡ୍ୟାନ୍‌ସର ଓ ପପ୍‌ ସିଙ୍ଗର ଚାହୁଁଥିଲେ ୧୫୦ ବର୍ଷ ବଞ୍ଚିବା ପାଇଁ। ଏ ନେଇ ଘରେ ରଖିଥିଲେ ୧୨ ଜଣିଆ ଡାକ୍ତରୀ ଦଳ। ସେମାନେ ପ୍ରତି ଦିନ ତାଙ୍କ ବାଳଠୁ ଆରମ୍ଭ କରି ଗୋଡ଼ ନଖ ପର୍ଯ୍ୟନ୍ତ ପରୀକ୍ଷା କରୁଥିଲେ। ଲାବରୋଟୋରିରେ ଟେଷ୍ଟ କରାଯାଉଥିଲା ତାଙ୍କ ଖାଦ୍ୟ । ଏହି ପ୍ରସିଦ୍ଧ ଡ୍ୟାନ୍‌ସରଙ୍କ ପ୍ରତ୍ୟେକ ଦିନର ଏକ୍ସରସାଇଜକୁ ତଦାରଖ କରିବା ପାଇଁ ନିଯୁକ୍ତ ହୋଇଥିଲା ୧୫ ଜଣିଆ ଟିମ୍‌। ତାଙ୍କ ବେଡ ଏତେ ଅତ୍ୟାଧୁନିକ ଥିଲା ଯେ, ତାହା ନିୟନ୍ତ୍ରଣ କରିପାରୁଥିଲା ଅକ୍ସିଜେନର ମାତ୍ରାକୁ।

କେବଳ ଏତିକି ନୁହେଁ। ଅଙ୍ଗ ଦାନ ପାଇଁ ମଧ୍ୟ ରଖିଥିଲେ ଲୋକଙ୍କୁ। ଆବଶ୍ୟକ ପଡ଼ିଲେ ଡାକ୍ତରୀ ଦଳକୁ ସଙ୍ଗେସଙ୍ଗେ ଯୋଗାଇ ଦିଆଯାଇ ପାରିବ ଯେ କୌଣସି ଅଙ୍ଗ। ଆଉ ଅଙ୍ଗ ଦାନ କରିବାକୁ ଥିବା ବ୍ୟକ୍ତିଙ୍କ ଲାଗି ସେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ୧୫୦ ବର୍ଷ ବଞ୍ଚିବା ପାଇଁ ସ୍ବପ୍ନ ଦେଖୁଥିଲେ ମାଇକେଲ।

ହେଲେ ସେ ବିଫଳ ହୋଇଥିଲେ। ୨୦୦୯ ଜୁନ ୨୫ ତାରିଖରେ ୫୦ ବର୍ଷ ବୟସରେ ହଠାତ୍‌ ଫେଲ ହୋଇଗଲା ତାଙ୍କ ହୃତପିଣ୍ଡ। ବିଶ୍ୱର ଲୋକପ୍ରିୟ ଡ୍ୟାନ୍‌ସରଙ୍କୁ ବଞ୍ଚାଇ ପାରି ନ ଥିଲା ୧୨ ଜଣିଆ ଡାକ୍ତରୀ ଦଳର କ୍ରମାଗତ ଉଦ୍ୟମ। ୨୫ ବର୍ଷ ଧରି ଯେଉଁ ଷ୍ଟାର ଡାକ୍ତରଙ୍କ ବିନା ପରାମର୍ଶରେ କିଛି କରୁ ନ ଥିଲା, ତାଙ୍କର ୧୫୦ ବର୍ଷ ବଞ୍ଚିବାର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ।

ତାଙ୍କର ଶେଷ ଯାତ୍ରକୁ ୨.୫ ନିୟୁତ ଲୋକେ ଦେଖିଥିଲେ। ଏହି ରେକର୍ଡ ଆଜି ବି ଅତୁଟ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ଟୁଇଟର, ଇନଷ୍ଟାଣ୍ଟ ମେସେନ୍‌ଜର, ଓ୍ବିକିପିଡିଆ କାର୍ଯ୍ୟ କରି ନ ଥିଲା। ୮ ଲକ୍ଷ ଲୋକେ ଗୁଗଲରେ ମାଇକେଲ ଜ୍ୟାକସନ ସର୍ଚ୍ଚ କରିଥିଲେ। ଏଥିରୁ ଜାଣିପାରୁଥିବେ ମୃତ୍ୟୁକୁ ରୋକା ଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ଆଜି ଆମେରିକା-ଇରାନ ମଧ୍ୟରେ ହେବ ବଡ଼ ଡିଲ୍‌! ଟ୍ରମ୍ପଙ୍କ ଦାବି ପରେ ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୦।୪: ମଧ୍ୟପ୍ରାଚ୍ୟରେ ଅରାଜକତା ମଧ୍ୟରେ, ଆଶ୍ୱସ୍ତିର ଖବର ସାମ୍ନାକୁ ଆସୁଛି। ଇରାନ ଏହାକୁ ଅସ୍ବୀକାର କରିଚାଲିଥିବା ବେଳେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

ଭିବିଜି – ରାମ ଜି ଯୋଜନାରେ ଜାଲିଆତି ଅଭିଯୋଗ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଡିଓ, କହିଲେ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ ସରକାରୀ ଯୋଜନାରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି। ଭିବିଜି – ରାମ ଜି ଯୋଜନାରେ ବ୍ୟାପକ…

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri