Posted inଖେଳ

ପଡିଆରେ ମ୍ୟାଚ୍‌ ଖେଳୁଥିବାବେଳେ ପ୍ରବଳ କାନ୍ଦିଲେ ଏହି ଖେଳାଳି

ହାମିଲଟନ,୪।୧୨: ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ହାମିଲଟନରେ ଆରମ୍ଭ ହୋଇଛି। ମ୍ୟାଚ ପୂର୍ବରୁ ପଡ଼ିଆରେ ଭାବପ୍ରବଣ ମୁହୂର୍ତ୍ତ ରହିଥିଲା। ହଠାତ ୱେଷ୍ଟଇଣ୍ଡିଜରୁ ଖବର ଆସିଥିଲା ଯେ ଦ୍ରୁତ ବୋଲର କେମାର ରୋଚଙ୍କ ପିତାଙ୍କର ଦେହାନ୍ତ ହୋଇଛି। ଏହି କଠିନ ମୁହୂର୍ତ୍ତରେ ସାହସର ସହ ରୋଚ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ସ୍ଥିର କରିଥିଲେ। ତେଣୁ ମ୍ୟାଚ ପୂର୍ବରୁ ସମସ୍ତେ ରୋଚକୁ ଉତ୍ସାହିତ କରୁଥିଲେ। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ମ୍ୟାଚର ଠିକ ପୂର୍ବରୁ କେମାର ରୋଚଙ୍କୁ ଉତ୍ସାହିତ କରିଥିଲେ। ରୋଚ ଏବଂ ୱିଲିୟମସନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ, ଉଭୟ କେଳାଗ୍ରତ କରିଥିଲେ। ଏହି ମ୍ୟାଚରେ ଉଭୟ ଦଳ ରୋଚଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କଳା ବ୍ୟାଣ୍ଡ ପିନ୍ଧି ମ୍ୟାଚ ଖେଳିଥିଲେ। ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ମଧ୍ୟ ରୋଚଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ବିବୃତ୍ତି ଜାରି କରିଛି। ବୋର୍ଡରୁ କୁହାଯାଇଛି ଯେ ଏହି କଠିନ ସମୟରେ ସମଗ୍ର ଦଳ ତାଙ୍କ ସହ ଅଛନ୍ତି। ହାମିଲଟନରେ ଖେଳର ପ୍ରଥମ ଦିନରେ ବୋଲିଂ କରୁଥିବାବେଳେ ରୋଚ ମଧ୍ୟ ଗୋଟିଏ ଉଇକେଟ ପାଇଥିଲେ। ସେ ଟମ ଲାଥାମ ଏବଂ ୱିଲିୟମସନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାଙ୍ଗିଥିଲେ। କେମାର ରୋଚ ଲାଥାମଙ୍କୁ ଆଉଟ୍‌ କରିଥିଲେ। ଉଇକେଟ ନେବା ମାତ୍ରେ ରୋଚ ଆଣ୍ଠୁ ମାଡି ତଳେ ବସି ତାଙ୍କ ପିତାଙ୍କୁ ମନେ ପକାଇ ପ୍ରବଳ କାନ୍ଦିଥିଲେ। ରୋଚ ୱେଷ୍ଟଇଣ୍ଡିଜ ପାଇଁ ଗତ ୧୨ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି। ୫୯ଟି ଟେଷ୍ଟରେ ହାରାହାରି ୨୭.୫୧ରେ ରୋଚ ୨୦୧ ଉଇକେଟ ନେଇଛନ୍ତି। ତାଙ୍କର ପ୍ରଥମ ଦୁଇଟି ଟେଷ୍ଟରେ ରୋଚ ୧୩ ଉଇକେଟ ନେଇ ଚହଳ ସୃଷ୍ଟି କରିଥିଲେ। ୬ଟି ଫୁଟ ଉଚ୍ଚତା ରୋଚ କ୍ରମାଗତ ଭାବରେ ୧୪୦ କିଲୋମିଟର ବେଗରେ ବୋଲିଂ କରନ୍ତି। ରୋଚ ଏପର୍ଯ୍ୟନ୍ତ ୯୨ଟି ଏକଦିବସୀୟରେ ୧୨୪ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?