Posted inଖେଳ

ପ୍ରଥମ ଟି୨୦ ଜିତିଲା ଭାରତ

କାନବେରା, ୪।୧୨- ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳ ବିଜୟ ସହ ଟି୨୦ ସିରିଜ୍‌ ଆରମ୍ଭ କରିଛି। ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପୁରା ୨୦ ଓଭରରେ ୭ ଉଇକେଟରେ ୧୬୧ ରନ୍‌ କରିଥିଲା। ଦଳ ପାଇଁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ଓପନର ଲୋକେଶ ରାହୁଲ । ସେ ୪୦ ବଲରେ ୫ ଚୌକା ଓ ଗୋଟେ ଛକା ବଳରେ ୫୧ ରନ କରିଥିଲେ। ତାଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ୪୪ (୫ ଚୌକା ଓ ଗୋଟେ ଛକା), ସଞ୍ଜୁ ସାମସନ ୨୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ଦୁଇ ଅଙ୍କ ସ୍କୋର ଛୁଇଁବାରେ ବିଫଳ ହୋଇଥିଲେ ଅନ୍ୟ ସମସ୍ତ ଖେଳାଳି। ଘରୋଇ ଦଳ ପାଇଁ ମୋଇସେସ୍‌ ହେନରିକ୍ସ ୩ ଓ ମିଚେଲ ଷ୍ଟାର୍କ ୨ ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ଦଳକୁ ଭଲ ଆରମ୍ଭ ଦେଇଥିଲେ ଡାର୍ସି ଶର୍ଟ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଓପନିଂ ଯୋଡ଼ି । ଦୁହେଁ ପ୍ରଥମ ଉଇକେଟରେ ଦଳ ଲାଗି ଯୋଡ଼ିଥିଲେ ୫୬ ରନ୍‌ । ଏହାପରେ ୟୁଜବେନ୍ଦ୍ର ଚହଲ ଓ ଟି. ନଟରାଜନଙ୍କ ଘାତକ ବୋଲିଂର ସାମ୍ନା କରିପାରି ନ ଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ। ଫଳରେ ଘରୋଇ ଦଳ ୭ ଉଇକେଟ ହରାଇ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଛି। ବିଜୟୀ ଦଳ ପକ୍ଷରୁ ନଟରାଜନ ଓ ଚହଲ ୩ ଲେଖାଏ ଉଇକେଟ ହାତେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କୁ ଏବେ ଏହି ନାମରେ ଡାକିବେ କୋହଲି: କହିଲେ…

ଅହମ୍ମଦାବାଦ,୨୬।୨: ଭାରତୀୟ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ବେଶ୍‌ ସ୍ବତନ୍ତ୍ର ଥିଲା। କାରଣ ମ୍ୟାଚ୍‌ରେ ସେ ୪୦୦ ଉଇକେଟ ନେଇ...

୨ଟି ବଲ୍‌ରୁ ବିସ୍ଫୋରକ ୨୧ ରନ୍‌ କରିଥିଲେ ସେହ୍ବାଗ:ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍‌ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ...

ସ୍ମିଥ୍‌ଙ୍କ ଦ୍ୱିଶତକ

ମାଞ୍ଚେଷ୍ଟର, ୬ା୯ (ଏଏଫ୍‌ପି)-ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଇଂଲଣ୍ଡ ବିପକ୍ଷ ଚଳିତ ଆଶେସ ସିରିଜରେ ତାଙ୍କ ପ୍ରଭାବୀ...

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ବେଙ୍ଗାଲୁରୁ, ୨୬ା୪ (ପି.ଟି.)-ଇରାନର ଏହେସାନ ହେଦାରି ନେଜହାଦ୍‌ଭଙ୍କୁ ୬-୪ରେ ପରାସ୍ତ କରି ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଉଦ୍‌ଘାଟନୀ ଏସିଆନ ସ୍ନୁକର  ଟୁର୍‌...

ବିଶ୍ୱକପ୍‌ ସ୍ଥଗିତ ଲାଗି ବିସିସିଆଇକୁ ଦାୟୀ କଲେ ଅଖତର୍‌

କରାଚୀ, ୨୩।୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ସ୍ଥଗିତ ହୋଇଛି। ଏହା ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ...

ସ୍ପେନ୍‌- ପୋଲାଣ୍ଡ ମ୍ୟାଚ୍‌ ଡ୍ର

ସେଭିଲ,୨୧।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସ୍ପେନ୍‌ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧...

କରୋନା ଟିକା ନ ଆସିବାରୁ ରାଗିଗଲେ ଏହି ଖେଳାଳି: କହିଲେ ଏପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ଆସିନାହିଁ। ତେଣୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଓ...

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ...

Ten Cric Info
Advertisement


Archives

Model This Week

Why Dharitri