Posted inଖେଳ

ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍‌: ଟସ୍‌ ଜିତିଲା କଙ୍ଗାରୁ ଦଳ

କାନବେରା, ୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ କାନବେରାରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଟି-ନଟରାଜନଙ୍କୁ ସାମିଲ କରାଯାଇଛି। ଏକଦିବସୀୟ ପରେ ଏବେ ଟି-୨୦ରେ ସେ ଡେବ୍ୟୁ କରୁଛନ୍ତି। ଦିନିକିଆ ସିରିଜ ଭଳି ଟି-୨୦ରେ ମଧ୍ୟ ଭାରତ ପାଖରେ ରୋହିତ ଶର୍ମା ନାହାନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ଆସନ୍ତକାଲିର ମ୍ୟାଚରେ ଶିଖର ଧୱନଙ୍କ ସହ କେଏଲ ରାହୁଲ ଇନିଂସ ଆରମ୍ଭ କରିବେ। ରାହୁଲ ଓ ଧୱନଙ୍କ ପରେ ମଧ୍ୟକ୍ରମର ଦାୟିତ୍ୱ ବିରାଟ କୋହଲି, ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କ ଉପରେ ରହିବ। ତୃତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୬ନଂ ଓ ୭ନଂ ସ୍ଥାନରେ ଖେଳିବେ। ସୂଚନାଯୋଗ୍ୟ,ପୂର୍ବରୁ ଭାରତ ଏକଦିସବୀୟ ସିରିଜ୍‌ ହାରିଯାଇଥିବାବେଳେ ଟି-୨୦ ସିରିଜ୍‌ ଜିତିବାକୁ ଚେଷ୍ଟା କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଟି-୨୦ ଟକ୍କରକୁ ବିଚାରକୁ ନେଲେ ଟିମ ଇଣ୍ଡିଆର ପଲ୍ଲା ଭାରି ରହିଛି। ଟିମ ଇଣ୍ଡିଆ ୧୧ଟି ମ୍ୟାଚ ଜିତିଥିବା ବେଳେ କଙ୍ଗାରୁ ଟିମ ୮ଟିରେ ବାଜିମାତ କରିଛି। ୨୦୧୮ରେ ଭାରତ ୨ଟି ଟି-୨୦ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୨୦୧୬ରେ ଦଳ ୩-୦ରେ କ୍ଲିନସୁଇପ କରିଥିଲା। ତେଣୁ ଭାରତ ଏହି ଧାରାକୁ ବଜାୟୀ ରଖିବାକୁ ଚେଷ୍ଟା କରିବ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri