Posted inଖେଳ

ନ୍ୟୁଜିଲାଣ୍ଡରେ ଟ୍ରେନିଂ ପାଇଁ ଅନୁମତି ପାଇଲା ନାହିଁ ପାକିସ୍ତାନ

ଓ୍ବେଲିଂଟନ,୪।୧୨: ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳି ନାହିଁ। ଦଳର ୮ଜଣ ସଦସ୍ୟ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଜଣାପଡ଼ିବା ପରେ ପୂରା ଦଳକୁ ଟ୍ରେନିଂ ଲାଗି ମନା କରାଯାଇଛି। ପୂର୍ବରୁ ଭ୍ରମଣକାରୀ ଦଳ ପାଇଁ ଆଇସୋଲେଶନ ନିୟମରେ କୋହଳ କରାଯାଇଥିଲା। ପଜେଟିଭ୍‌ ଖେଳାଳିଙ୍କୁ ଏବେ କ୍ୱାରାଣ୍ଟାଇନରେ ରଖାଯାଇଛି।

ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ଏହାପରେ ୨୬ ତାରିଖରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ନିୟମ ଉଲ୍ଲଂଘନ କରିଥିବାରୁ ପାକିସ୍ତାନକୁ ତାଗିଦ୍‌ କରାଯାଇଛି। ଆଉଥରେ ନିୟମ ଉଲ୍ଲଂଘନ କଲେ ପାକିସ୍ତାନ ଦଳକୁ ନ୍ୟୁଜିଲାଣ୍ଡରୁ ବାହାର କରିଦିଆ ଯାଇପାରେ। ପାକ୍‌ ଦଳର ଖେଳାଳିମାନେ ଆଇସୋଲେଶନରେ ରହିବାର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ ଟେଷ୍ଟର ସମ୍ମୁଖୀନ ହୋଇଥିଲେ। ଉଲ୍ଲେଖଥାଉକି, ଲାହୋର ଛାଡିବା ପୂର୍ବରୁ ଦଳର ସାମିଲ ଥିବା ୫୩ ଜଣ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଥୋମାସ୍‌ ଓ ଉବର କପ୍‌ରୁ ଓହରିଲା ଥାଇଲାଣ୍ଡ

ବ୍ୟାଙ୍କକ୍‌, ୮ା୯ (ଏପି): କୋଭିଡ୍‌-୧୯ ଆଶଙ୍କାରେ ଥୋମାସ ଓ ଉବର କପ୍‌ରୁ ଥାଇଲାଣ୍ଡ ଓହରିଯାଇଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ରାଚାନୋକ୍‌ ଇଣ୍ଟାନନ, ନମ୍ବର ୩ ର଼୍ୟାଙ୍କିଙ୍ଗ...

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ

ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା କ୍ୟୁସ୍ପୋଟର୍‌ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ପାଣି ବାଣ୍ଟିଲେ ସାମି

ନୂଆଦିଲ୍ଲୀ,୨।୬(ପି.ଟି.): କୋଭିଡ-୧୯ ମହାମାରୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାରେ ପ୍ରଭାବିତ ହୋଇ ସେ ସମାଜମଙ୍ଗଳ କାର୍ଯ୍ୟପାଇଁ...

ଫ୍ୟାନ୍‌ ଫ୍ରି ଇଭେଣ୍ଟ ହେବ ଟୋକିଓ ଅଲିମ୍ପିକ୍ସ

ଟୋକିଓ,୨୯।୫(ଏ.ପି.): ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଭେନ୍ୟୁଗୁଡିକୁ ସ୍ଥାନୀୟ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ପାରେ ବୋଲି ଅଲିମ୍ପିକ୍ସ ଆୟୋଜକ...

ରାଞ୍ଚି ଟେଷ୍ଟରୁ ମହାରାଜ ବାଦ୍‌

ପୁଣେ,୧୪।୧୦- ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ହାରିସାରିଥିବା ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ସ୍ପିନର କେଶବ ମହାରାଜ ଆହତ...

ଜନ୍ମଦିନରେ ମିଳିଲାନି ସୁଯୋଗ: ଉଠିଲା ପ୍ରଶ୍ନ

ୟୁଏଇ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ନିଜ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ଲେ -୧୧ରେ କ୍ରିସ ଗେଲଙ୍କୁ ଅନ୍ତର୍ଭୁକ୍ତ କରି...

ଚହଲଙ୍କୁ ପଛରୁ କିକ୍‌ ମାରିଲେ ଗୁଜରାଟ ଟାଇଟାନ୍ସ କୋଚ୍‌

କୋଲକତା,୨୪।୫: ଗୁଜରାଟ ଟାଇଟାନ୍ସ ଦଳର ମୁଖ୍ୟ କୋଚ ଆଶିଷ ନେହେରା ଆଇପିଏଲ ୨୦୨୨ କ୍ୱାଲିଫାୟର ୧ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ...

ଥାଇଲାଣ୍ଡ୍‌ ଓପନ୍‌: ଆଶିଷଙ୍କୁ ସ୍ବର୍ଣ୍ଣ, ଭାରତକୁ ୮ ପଦକ

ନୂଆଦିଲ୍ଲୀ, ୨୮।୭ (ପି.ଟି.)- ଏସିଆନ୍‌ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଆଶିଷ କୁମାର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ଠାରେ...

Advertisement
Archives

Model This Week