ପାକିସ୍ତାନକୁ ସାନ୍ତ୍ୱନାମୂଳକ ବିଜୟ
ନାପିଅର,୨୨।୧୨: ପ୍ରଥମ ଦୁଇଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ୩ୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ହାସଲ କରିଛି ସାନ୍ତ୍ୱନାମୂଳକ ବିଜୟ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଟି୨୦ ସିରିଜ୍କୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ…
କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ
ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ ସମେତ ୪୩ ଜଣ ଏକ କ୍ଲବ୍ରେ ନାଚଗୀତରେ ମାତିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୈନା,…
ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି
ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ ରିତିକା ୨୧ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଦମ୍ପତି ନିଜର…
ପ୍ରାଣୀଙ୍କ ସହ ସମୟ ବିତାଉଛନ୍ତି ଟିମ୍ ଇଣ୍ଡିଆର ଏହି ଖେଳାଳି
ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟଶ୍ ଆୟର ଆଇପିଏଲ୍ରେ ନିଜ ଦଳକୁ ଫାଉନାଲକୁ ନେଇ ପାରିଥିଲେ। ମାତ୍ର ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜ୍ରେ ସେ ସେମିତି କିଛି କମାଲ କରିପାରିଲେ ନାହିଁ। ଏହି କାରଣ ପାଇଁ ତାଙ୍କୁ ଟେଷ୍ଟ ମ୍ୟାଚ୍ରେ ସ୍ଥାନ ମିଳିଲା…
ଏଫ୍ଆଇଏଚ୍ ର଼୍ୟାଙ୍କିଙ୍ଗ୍: ଭାରତୀୟ ପୁରୁଷ ୪, ମହିଳା ୯
ଲାଉସାନେ (ସୁଇଜରଲାଣ୍ଡ), ୨୨।୧୨(ପି.ଟି.)- କୋଭିଡ୍-୧୯ ମହାମାରୀ ପାଇଁ ବର୍ଷର ଅଧିକାଂଶଭାଗ ଖେଳ ଗୁରୁତର ପ୍ରଭାବିତ ହୋଇଥିବାବେଳେ ଏଫଆଇଏଚ୍ (ଅନ୍ତର୍ଜାତୀୟ ହକି ଫେଡେରେଶନ) ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ପୁରୁଷ ୪ର୍ଥ ଓ ମହିଳା ଦଳ ୯ମ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ବିଶ୍ୱ…
ବକ୍ସିଂ ଡେ’ ଟେଷ୍ଟ: ବିହାରୀଙ୍କ ସ୍ଥାନରେ ଖେଳିପାରନ୍ତି ଜାଡେଜା
ଆଡିଲେଡ୍, ୨୨ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ପାଇଁ ରବୀନ୍ଦ୍ର ଜାଡେଜାଙ୍କ ଅଗ୍ରଗତି ଉପରେ ନଜର ରଖିଛି ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ। ମ୍ୟାଚ ପୂର୍ବରୁ ଯଦି ଅବା ସେ ଫିଟ୍ ମନେ ହୁଅନ୍ତି ତେବେ ତାଙ୍କୁ ହନୁମା ବିହାରୀଙ୍କ ସ୍ଥାନରେ…
ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର୍ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା
ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍ ବ୍ରେକ୍ ପରେ ପ୍ରଥମଥର ଭାରତର ଟପ୍ ବ୍ୟାଡ୍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ। ସମ୍ମାନଜନକ ବିଡବ୍ଲ୍ୟୁଏଫ୍ ଓ୍ବାଲ୍ଡ ଟୁର ଫାଇନାଲ୍ସ ସମେତ ବ୍ୟାଙ୍କକ୍ରେ ଖେଳାଯିବାକୁଥିବା ୩ଟିି ଟୁର୍ନାମେଣ୍ଟରେ ସେମାନେ…
କାଲିସ ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା
ଲଣ୍ଡନ, ୨୧ା୧୨ (ପି.ଟି.)-ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ମାସରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ ଜ୍ୟାକ୍ସ କାଲିସଙ୍କୁ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଦଳ ଜାନୁୟାରୀ ୨ରେ…
ହାମିଲଟନ୍ଙ୍କୁ ବିବିସି ପୁରସ୍କାର
ଲଣ୍ଡନ, ୨୨ା୧୨ (ଏପି)- ସାତ ଥର ଫର୍ମୁଲାଓ୍ବାନ ଚାମ୍ପିୟନ ଲୁଇସ୍ ହାମିଲଟନ ଚଳିତ ବର୍ଷ ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିବିସିର ସ୍ପୋଟର୍ସ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି। ମର୍ସିଡିଜ୍ ଟିମ୍ର ଏହି ୩୫ ବର୍ଷୀୟ…
ଆଇଏସ୍ଏଲ୍: ହାରିଲା ବେଙ୍ଗାଲୁରୁ
ଫତୋର୍ଦା, ୨୧।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ପ୍ରଥମଥର ପାଇଁ ପରାଜୟ ସ୍ବାଦ ଚାଖିଛି ବେଙ୍ଗାଲୁରୁ ଏଫ୍ସି। ସୋମବାର ଅନୁଷ୍ଠିତ ମ୍ୟାଚରେ ଦଳ ୦-୧ ଗୋଲରେ ଏଟିକେ ମୋହନ ବାଗାନଠାରୁ ହାରିଯାଇଛି। ମ୍ୟାଚର ୩୩ତମ ମିନିଟ୍ରେ ଡେଭିଡ ଓ୍ବିଲିୟମ୍ସ ଦେଇଥିବା ଗୋଲଟି…
ଆବୁଧାବି ଟି୧୦ ଲିଗ୍ରେ ଖେଳିବେ ଗେଲ୍, ଆଫ୍ରିଦୀ, ବ୍ରାଭୋ
ଆବୁଧାବି, ୨୧ା୧୨- ଆସନ୍ତା ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଆବୁଧାବୀ ଟି୧୦ ଲିଗ୍ର ୪ର୍ଥ ସଂସ୍କରଣ। ଏଥିରେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍, ଅଲରାଉଣ୍ଡର ଡ୍ବେନ୍ ବ୍ରାଭୋ ଓ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଂଶଗ୍ରହଣ…
ଆଫଗାନିସ୍ତାନକୁ ଷ୍ଟାଡିୟମ ପାଇଁ ମିଳିଲା ଜମି
କାବୁଲ,୨୧।୧୨: ନିକଟ ଭବିଷ୍ୟତରେ ଆଫଗାନିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜନ କରିବାକୁ ଆଶା ପ୍ରକଟ କରିଛନ୍ତି ଦେଶର କ୍ରିକେଟ ବୋର୍ଡ ମୁଖ୍ୟ ଫର୍ହାନ ୟୁସେଫଜାଇ। ମୁଖ୍ୟତଃ ଭାରତରେ ଘରୋଇ ମ୍ୟାଚ୍ ଖେଳୁଥିବା ଆଫଗାନିସ୍ତାନକୁ ଦେଶରେ ଷ୍ଟାଡିୟମ ନିର୍ମାଣ ପାଇଁ ଯାଗା ମିଳିଛି।…

