Posted inଖେଳ

ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ

ଅହମ୍ମଦାବାଦ, ୧ା୨ (ପି.ଟି.)-ବରୋଦାକୁ ୭ ଉଇକେଟରେ ପରାସ୍ତ କରି ତାମିଲନାଡୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ୧୮ ଓଭରରେ ୩ ଉଇକେଟ ବିନିମୟରେ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ହରି ନିଶାନ୍ତ ୩୫, ଏନ୍‌. ଜଗଦିଶନ ୧୪, ଅଧିନାୟକ ଦିନେଶ କାର୍ତ୍ତିକ ୨୨ ରନ କରିଥିବାବେଳେ ବାବା ଅପରାଜିତ ୨୯ ଓ ଶାହାରୁଖ ଖାଁ ୧୮ରନ କରି ଅପରାଜିତ ରହିଥିଲେ। ବିପକ୍ଷ ଦଳର ଅତୀତ ସେଠ, ଲୁକ୍‌ମାନ ମେରିଓ୍ବାଲା ଓ ବାବାଶାଫି ପଠାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପୂର୍ବରୁ ବାମହାତୀ ସ୍ପିନର ଏମ୍‌. ସିଦ୍ଧାର୍ଥ (୪/୨୦)ଙ୍କ ଯୋଗୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବରୋଦା ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୨୦ରନ କରିବାରେ ସକ୍ଷମ ହୋଇପାରିଥିଲା। ଦଳ ଏକଦା ୩୬ ରନରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ୭ମ ଉଇକେଟରେ ବିଷ୍ଣୁ ସୋଲାଙ୍କି (୫୫ବଲ୍‌ରୁ ୪୯ରନ, ୧ ଚୌକା ଓ ୨ ଛକା) ଏବଂ ଅତୀତ ସେଠ୍‌ (୩୦ବଲରୁ ୨୯ରନ, ୨ ଚୌକା ଓ ୧ ଛକା)ଙ୍କ ମଧ୍ୟରେ ୫୮ରନର ଭାଗୀଦାରି ଯୋଗୁ ବରୋଦା ୩ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଫର୍ମରେ ଥିବା କେଦାର ଦେବଧର ମାତ୍ର ୧୬ ରନ କରିଥିଲେ। ଭାର୍ଗବ ଭଟ୍ଟ ୧୨ ରନ କରି ଅପରାଜିତ ରହିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ।
ସଂକ୍ଷିପ୍ତ ସ୍କୋର
ବରୋଦା : ୨୦ ଓଭରରେ ୧୨୦/୯ (ସୋଲାଙ୍କି-୪୯, ଅତୀତ ସେଠ୍‌-୨୯; ସିଦ୍ଧାର୍ଥ-୪/୨୦)।
ତାମିଲନାଡୁ: ୧୮ ଓଭରରେ ୧୨୩/୩ ( ନିଶାନ୍ତ-୩୫, ବାବା ଅପରାଜିତ-୨୯*, ଦୀନେଶ କାର୍ତ୍ତିକ-୨୨, ଶାହାରୁଖ ଖାଁ-୧୮*, ଅତୀତ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷାର ମଜା ଉଠାଇଲେ ରାଇନା; ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ, ୧।୮: ଏକଦା ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରହିଥିବା ସୁରେଶ ରାଇନା ଖରାପ ଫର୍ମ ଲାଗି କିଛିବର୍ଷ ହେବ...

ବାପା ହେଲେ ଭୁବନେଶ୍ୱର

ଲକ୍ଷ୍ନୌ,୨୪।୧୧: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବୁଧବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କ...

ଦ୍ୱନ୍ଦ୍ୱରେ ବିଗ୍‌ ବାସରେ ବାଉଣ୍ଡ୍ରି ବାହାରେ କ୍ୟାଚ୍‌

ସିଡ୍‌ନୀ,୧୦।୧(ଏଏଫ୍‌ପି)- ଚଳିତ ବିଗ ବାସ ଲିଗ୍‌ (ବିବିଏଲ)ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦୁଇ ଜଣିଆ କ୍ୟାଚ୍‌ ଦ୍ୱାରା ହାବର୍ଟ ଅଧିନାୟକ ମାଥ୍ୟୁ ଓ୍ବେଡ ଆଉଟ୍‌...

ଭାରତୀୟ ମହିଳା ପ୍ରଥମ ପିଙ୍କ୍‌ବଲ ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୧।୫(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ପିଙ୍କ୍‌ବଲ ଟେଷ୍ଟ ଖେଳିବାର ସୌଭାଗ୍ୟ ହାସଲ କରିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦିବାରାତ୍ର...

ଜାତୀୟ ଦଳରୁ ଆସିଲା ଡାକରା

ଚେନ୍ନାଇ,୩୦।୧: ଆସନ୍ତା ୭ ତାରିଖରୁ ଅହମ୍ମଦାବାଦଠାରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଭାରତୀୟ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ...

କୋହଲି-ସଚିନଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀଙ୍କୁ ସହାୟତା ଦେବେ ଏହି ପ୍ରସିଦ୍ଧ ଅଭିନେତା

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ ତିଆରି କରୁଥିବା ଅଶରଫ ଚୌଧୁରୀ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ଏନେଇ...

ଧୋନୀଙ୍କ କ୍ରିକେଟ ଜୀବନ:ରନ୍‌ ଆଉଟ୍‌ରୁ ଆରମ୍ଭ-ରନ୍‌ ଆଉଟ୍‌ରେ ଶେଷ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୧୬ ବର୍ଷର କ୍ରିକେଟ କ୍ୟାରିଅର ବେଶ୍‌ ରୋମାଞ୍ଚକର ଥିଲା। କ୍ରିକେଟ ଖେଳରେ...

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ...

Advertisement
Archives

Model This Week