Posted inଖେଳ

କୋହଲିଙ୍କୁ ଆଉଟ୍‌ କରିବାକୁ ଯୋଜନା କ’ଣ? ଇଂଲଣ୍ଡ କ୍ରିକେଟର ଦେଲେ ଏଭଳି ଜବାବ

ଚେନ୍ନାଇ, ୩୧।୧: ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଅତିଥି ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ରଖିଛନ୍ତି। ଅଧିନାୟକଙ୍କ ପ୍ରଶଂସା କରି ସେ କହିଛନ୍ତି, ତାଙ୍କ ଦଳ ବିରାଟଙ୍କୁ କିଭଳି ଆଉଟ୍‌ କରିବ ତାହା ଜାଣେ ନାହିଁ। ସେ ବିଶ୍ୱସ୍ତରୀୟ ମହାନ ଖେଳାଳି। ଅଷ୍ଟ୍ରେଲିଆରେ ଦଳର ଭଲ ପ୍ରଦର୍ଶନ ପରେ ସେ ଏବେ ଆହୁରୀ ଭଲ ଖେଳିବାକୁ ଚାହିଁବ। ଏପରିକି ତାଙ୍କ ବ୍ୟାଟିଂରେ କୌଣସି ଦୁର୍ବଳତା ନାହିଁ। ଇଂଲଣ୍ଡର ବୋଲିଂ ଭଲ। ଦ୍ରୁତ ବୋଲର୍‌ମାନେ ବିରାଟଙ୍କୁ ଆଉଟ୍‌ କରିବାକୁ ପ୍ରଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ପିତା ହେବାକୁ ଯାଉଥିବାରୁ ବିରାଟ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଘରକୁ ଫେରି ଆସିଥିଲେ। ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଅପରପକ୍ଷେ ମୋଇନ୍‌ ନିଜର ୨୦୦ ଉଇକେଟ ଲକ୍ଷ୍ୟ ହାସଲ କରିବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜଗା ୟୁନାଇଟେଡ୍‌ କ୍ଲବ ସେମିରେ

ଢେଙ୍କାନାଳ ଅଫିସ,୧୭ା୧୧: ଢେଙ୍କାନାଳ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସ୍ବର୍ଗତ ଅଧିକାରୀ ସାମଲ ମେମୋରିଆଲ...

ପ୍ରସିଦ୍ଧ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକଙ୍କ ପରଲୋକ

ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର...

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି...

ଟି୨୦ କ୍ରିକେଟ୍‌ରେ ୧୦୦ ଷ୍ଟମ୍ପିଂ କଲେ ଏହି ଉଇକେଟ୍‌କିପର

କରାଚି, ୧୫।୧୦: ପାକିସ୍ତାନର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କମ୍‌ରାନ ଆକମଲ ଇତିହାସ ରଚିଛନ୍ତି। ଟି୨୦ କ୍ରିକେଟ୍‌ରେ ୧୦୦ ଷ୍ଟମ୍ପିଂ କରିବାରେ ଆକମଲ୍‌ ବିଶ୍ୱର ପ୍ରଥମ ଉଇକେଟ୍‌କିପର ହେବାର...

ଭାରତରେ ହେଉଥିଲେ ଅଣଦେଖା; ଏବେ ଅନ୍ୟ ଦେଶରେ ୧୦ ଛକା, ୩୦ ଚୌକା ସହ ୩୦୪ ରନ୍‌ କଲେ ଏହି କ୍ରିକେଟର୍‌

ଓ୍ବାଶିଂଟନ୍‌,୯।୯ ଆମେରିକାର ମାଇନୋର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବା ଉନ୍ମୁକ୍ତ ଚାନ୍ଦଙ୍କ ଚମତ୍କାର ବ୍ୟାଟିଂ କରୁଛନ୍ତି। ଉନ୍ମୁକ୍ଟ ଏବେ ଚମତ୍କାର ଫର୍ମରେ...

ଧର୍ମସେନାଙ୍କ ସପକ୍ଷରେ ଆଇସିସି

ନୂଆଦିଲ୍ଲୀ,୨୮ା୭(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ମୁହଁ ଖୋଲିଛି। ଗତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟର କୁମାର ଧର୍ମସେନାଙ୍କ ବିବାଦୀୟ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି।...

ବିଜୟର ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍‌ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩...

‘ୟୁନିଭର୍ସ ବସ୍‌’ଙ୍କ ରେକର୍ଡ ଭାଙ୍ଗିଲେ ହିଟ୍‌ମ୍ୟାନ୍‌: ଏଭଳି କରିବାରେ ବିଶ୍ୱରେ ପ୍ରଥମ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ବିଜୟ ସହ ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ...

Advertisement
Archives

Model This Week