Posted inଖେଳ

ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି

ଅହମ୍ମଦାବାଦ୍‌,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭ ଉଇକେଟରେ ବଦୋଦରାକୁ ହରାଇ ହାସଲ କରିଛି ଏହି ସଫଳତା। ଚଳିତ ସିଜନରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଏମ୍‌. ସିଦ୍ଧାର୍ଥଙ୍କ ଘାତକ ବୋଲିଂ ଯୋଗୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବଦୋଦରା। ଏହି ଦଳ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତାମିଲନାଡୁ ପକ୍ଷରୁ ସିଦ୍ଧାର୍ଥ ସର୍ବାଧିକ ୪ ଉଇକେଟ ହାତେଇଥିଲେ। ଜବାବରେ ମିଳିତ ବ୍ୟାଟିଂ ପ୍ରଦର୍ଶନ ବଳରେ ତାମିଲନାଡୁ ୧୮ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା ବିଜୟଲକ୍ଷ୍ୟ। ବିଜୟୀ ଦଳ ପକ୍ଷରୁ ହରି ନିଶାନ୍ଥ ୨୫, ବାବା ଅପରାଜିତ ୨୯* ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଞ୍ଚେଷ୍ଟର ସିଟିଠାରୁ ୪-୦ରେ ହାରିଲା ଲିଭରପୁଲ

ମାଞ୍ଚେଷ୍ଟର,୩।୭(ଏପି): ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ହାସଲ କରିଥିବା ଲିଭରପୁଲ ଏକ ବୃହତ୍‌ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଇଂଲିଶ୍‌ ପ୍ରିମିୟର ଲିଗ୍‌ର...

ଓଡ଼ିଶା ଏଫ୍‌ସିରେ ପୂର୍ବତନ ନ୍ୟୁକାଷ୍ଟଲ ୟୁନାଇଟେଡ ଖେଳାଳି

ଭୁବନେଶ୍ୱର, ୧୭।୯(କ୍ରୀଡ଼ା ପ୍ରତିନିଧି)- ହାଇ ପ୍ରୋଫାଇଲ ଇଂଲିଶ୍‌ କ୍ଲବ ନ୍ୟୁକାଷ୍ଟଲ ୟୁନାଇଟେଡର ପୂର୍ବତନ ତାରକା ଖେଳାଳି ଷ୍ଟିଭେନ ଟେଲର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଆଗାମୀ ସିଜନରେ...

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ...

ଅଶ୍ୱିନଙ୍କ ଅପେକ୍ଷାରେ ରେକର୍ଡ

ମୁମ୍ବାଇ,୧।୧୨: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟଙ୍କ ତାଲିକାରେ ହରଭଜନ ସିଂଙ୍କୁ ପଛରେ ପକାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ରେକର୍ଡ ହାତେଇବାକୁ ଯାଉଛନ୍ତି।...

ଓଡ଼ିଶା ହକିର ଏକ ଗ୍ଲୋବାଲ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୮ (ସ୍ପୋଟର୍‌ସ ବ୍ୟୁରୋ)-ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ...

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର...

ଝାଡୁଦାରରୁ କ୍ରିକେଟର, ଭାଗ୍ୟ ବଦଳାଇ ଦେଲେ ଶାହରୁଖ୍‌ ଖାନ୍

ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟରୁ ଆସି ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଣେ କ୍ରିକେଟର୍‌ ହେଉଛନ୍ତି ରିଙ୍କୁ ସିଂ। ସେ...

Advertisement
Archives

Model This Week