ହୋମ୍ ସର୍ଭିସ୍ ଦେଉଥିବା ସେଲୁନ୍ ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଜରିମାନା
ରାୟପୁର,୧୬।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍ଡାଉନ୍ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ଲୋକଙ୍କ ମୁଣ୍ଡ କେଶ ବଢୁଥିଲେ ମଧ୍ୟ ସେଲୁନ୍ ବନ୍ଦ ଥିବାରୁ ସେମାନେ କେଶ କାଟିବା ସମ୍ଭବ ହେଉନାହିଁ।…
ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ: ୧,୧୪୦ ପୋଲିସ ସଂକ୍ରମିତ
ମୁମ୍ବାଇ,୧୬।୫: ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବାଦ୍ ପିଡିନି। ଶନିବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ ୧,୧୪୦ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ…
ମଦ ଦୋକାନ ଆଗରେ ଲମ୍ବା ଧାଡ଼ିରେ ରହିଛି ଚପଲ-ଛତା
ତ୍ରିଚିଲାପଲୀ,୧୬।୫: କରୋନା ମହାମାରୀ ଯୋଗୁ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତାମିଲନାଡୁ ତ୍ରିଚିଲାପଲୀ ଜିଲାରେ ଲୋକେ ମଦ କିଣିବା ଲାଗି ଦୋକାନ ଆଗରେ ଲମ୍ବାଧାଡ଼ି ଦେବା ସକାଳୁ ଆରମ୍ଭ କରିଦେଉଛନ୍ତି। ସାମାଜିକ…
ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ: ଅପରାହ୍ନ ୪ଟାରେ ଖବରତାଦା ସମ୍ମିଳନୀରେ ଯୋଗଦେବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ସମୟରେ ଦେଶରେ ବିଗିଡି ଯାଇଥିବା ଅର୍ଥନୀତିକୁ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନର ଆହ୍ବାନ ଦେଇଥିଲେ। ଏଥିପାଇଁ ଘୋଷଣା କରାଯାଇଥିବା ୨୦ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ୩ଟି ପର୍ଯ୍ୟାୟର ଘୋଷଣା ଅନ୍ତ୍ରମନ୍ତ୍ରୀ ନିର୍ମଳା…
୧୦ କିଲୋମିଟର ଚାଲି ଚାଲି ଯାଇ ପେନସନ୍ ଟଙ୍କାରୁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ୮୦ ବର୍ଷୀୟ ବୃଦ୍ଧା
ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା ଏହି ବରିଷ୍ଠ ନାଗରିକ ଜଣକ ନିଜର ପେନସନ୍ ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦାନ…
ଭାରତୀୟ ସେନାରୁ ବିଦାୟ ନେବ ଘୋଡ଼ାସବାର ବାହିନୀ
ନୂଆଦିଲ୍ଲୀ,୧୬।୫: ଭାରତୀୟ ସେନାରୁ ଘୋଡ଼ାସବାର ବାହିନୀକୁ ଖୁବ୍ଶୀଘ୍ର ବିଦାୟ ଦିଆଯିବ। ଏହାବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ। ସେନାରେ ୬୧ ଘୋଡ଼ାସବାର ବାହିନୀ ୧୯୫୩ରୁ କାର୍ଯ୍ୟ କରୁଛି। ତେବେ ଗତ ୨୫ ବର୍ଷ ଧରି ଘୋଡ଼ାସବାର ବାହିନୀ କୌଣସି ଅପରେଶନ୍ରେ ଅଂଶଗ୍ରହଣ କରି…
ଖସି ପଳାଇବାକୁ ଚେଷ୍ଟା କରୁଥିଲେ ୧୪ ଶ୍ରମିକ: କାବୁକରି ବସ୍ରେ କଟକ ପଠାଇଲା ପୋଲିସ
ବାରଙ୍ଗ,୧୬।୫(ଡି.ଏନ୍.ଏ.): କଟକ ଜିଲା ବାରଙ୍ଗ ଥାନା ଅର୍ନ୍ତଗତ ଶ୍ରୀଶ୍ରୀୟୁନିଭର୍ସିଟିରେ କାର୍ଯ୍ୟ କରୁଥିବା ଝାରଖଣ୍ଡର ୧୪ ଶ୍ରମିକ। ତେବେ ଶୁକ୍ରବାର ରାତିରେ ସେମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାରଙ୍ଗ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଛି। ଶନିବାର ସକାଳେ…
ସଡ଼କ ଦୁର୍ଘଟଣାରେ ମୃତ ପ୍ରବାସୀ ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ
ଔରୟା,୧୬।୫: ଉତ୍ତରପ୍ରଦେଶର ଔରୟାଠାରେ ଶନିବାର ଟ୍ରକ୍ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ…
ସାଇଟୋକାଇନ୍ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷର ରୋଗ ପ୍ରତିରୋଧକ ଶକ୍ତିି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ…
ଯମ ଅଭିନୟରେ କରୋନା ସଚେତନତା କଲେ କଂସ ଅଭିନେତା ଭୁବନେଶ୍ବର
ବରଗଡ଼ ଅଫିସ,୧୬।୫: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ କଟକଣା ଲାଗୁ ହୋଇଛି। ସେହିପରି ଏହି ସଂକ୍ରମଣକୁ ରୋକିବା ପାଇଁ…
ବରୀରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ: ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୪ ଛୁଇଁଲା
ବରୀ,୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରୁ ଶନିବାର ସକାଳେ ଆଉ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରୀ ବ୍ଲକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ନୂଆ ୪ ଆକ୍ରାନ୍ତ କୋଲକାତା…
ସୁସ୍ଥ ହେଲେ ୩୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧୬।୫: ଦେଶରେ ୨୪ ଘଣ୍ଟାରେ ୪ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶନିବାର ସକାଳ ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…
Archives


