ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ ଗୁଣ୍ଡୁଚିମୂଷା ଅନ୍ୟ ଏକ ଗୁଣ୍ଡୁଚିମୂଷାର ଫଟୋ ଉଠାଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ଫଟୋକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି ଯେ, ପ୍ରକୃତିର ଅସ୍ପଷ୍ଟ ମୁହୂର୍ତ୍ତଗୁଡିକ । ଏହି ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି।
Unexplained moments of nature😌
Credit:Bob Reach pic.twitter.com/LzIggp3gkn
— Susanta Nanda IFS (Retd) (@susantananda3) August 21, 2020

