ପଢ଼ିବା ପାଇଁ ଏମିତି ପଦକ୍ଷେପ ନେଲେ ଏହି ଗରିବ ଛାତ୍ରୀ, ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ,୨୨ା୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ରହୁଥିବା ଜଣେ ଛାତ୍ରୀ ଗାଁରେ ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ଉତ୍ସର୍ଗୀକୃତ ମନୋଭାବ ଏବଂ ପରିଶ୍ରମ ଯୋଗୁ ସେ ପାହାଡ଼ିଆ ଅଞ୍ଚଳରେ ଏକ ଝୁମ୍ପୁଡ଼ି ତିଆରି କରିଛନ୍ତି।

କୋକଣ ଅଞ୍ଚଳ ପାହାଡ଼ ଏବଂ ଖାଲଖମାରେ ପରିପୂର୍ଣ୍ଣ। ଅନେକ ସ୍ଥାନରେ କୌଣସି ନେଟ୍‌ଓ୍ବାର୍କ ଆସେ ନାହିଁ। ସିନ୍ଧୁଦୁର୍ଗ ଜିଲା କନକବଳୀ ତହସିଲର ଅପହଞ୍ଚ ଅଞ୍ଚଳରେ ରହୁଥିବା ସ୍ବପ୍ନାଲି ସୂତାର ଲକ୍‌ଡାଉନରେ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଥିଲେ। ମାତ୍ର ଗାଁରେ ନେଟ୍‌ଓ୍ବାର୍କ ଆସିଲା ନାହିଁ।

ପିଲାଦିନରୁ ସ୍ବପାଲିଙ୍କ ପାଠପଢ଼ାରେ ବେଶ୍‌ ଆଗ୍ରହ। ସେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୮୮ ପ୍ରତିଶତ ନମ୍ବର ରଖି ମୁମ୍ବାଇର ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନାମ ଲେଖାଇଛନ୍ତି। ସ୍ବପ୍ନାଲି ତାଙ୍କ ଭାଇମାନଙ୍କ ସହିତ ଥାଣେରେ ରୁହନ୍ତି। ଲକ୍‌ଡାଉନ୍‌ ଯୋଗୁ ସେ ଗାଁକୁ ଚାଲିଆସିଥିଲେ। ଗାଁରେ ନେଟ୍‌ଓ୍ବାର୍କ ନ ଆସିବାରୁ ସ୍ବପ୍ନାଲି ଏକ ନୂଆ ଉପାୟ ପାଞ୍ଚିଥିଲେ। ପାହାଡ଼ିଆ ଅଞ୍ଚଳରେ ଏକ ଝୁମ୍ପୁଡ଼ି ତିଆରି କରିଥିଲେ ଯେଉଁଠି ନେଟଓ୍ବାର୍କ ଆସିଥାଏ। ଏହି ସ୍ଥାନରୁ ସ୍ବପ୍ନାଲିଙ୍କ ଘର ୨ କିଲୋମିଟର। ତେଣୁ ତାଙ୍କ ମା’ ବାପା ଚାହୁଁ ନ ଥିଲେ ସେ ସେଠାରେ ଯାଇ ପଢନ୍ତୁ ବୋଲି। ମାତ୍ର ସ୍ବପ୍ନାଲି ତାଙ୍କ ମା’ ବାପାଙ୍କୁ ବୁଝାଇ ଏକ ଝୁମ୍ପୁଡ଼ି ତିଆରି କରି ସେଠାରେ ରହି ପଢୁଛନ୍ତି।
ସ୍ବପ୍ନାଲି ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନୁହେଁ। ଏକ ଗରିବ କୃଷକ ପରିବାରରେ ତାଙ୍କର ଜନ୍ମ। ସ୍ବପ୍ନାଲିଙ୍କ ସ୍ବପ୍ନ ତଥା ଉତ୍ସାହ ଦେଖି ତାଙ୍କୁ ଆଖପାଖ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇର ୨୫ ସଦସ୍ୟ ଗିରଫ

ଲକ୍ଷ୍ନୌ,୧।୧: ଉତ୍ତରପ୍ରଦେଶ ପୋଲିସ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ୨୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିବା...

ଜେଇଇ-ନିଟ୍‌ରେ ଅସଫଳ: କୋଟାରେ ୮ ବର୍ଷରେ ୧୧୬ ଛାତ୍ରୀଛାତ୍ର କଲେଣି ଆତ୍ମହତ୍ୟା…

କୋଟା,୧୬।୮ : ଶିକ୍ଷା ସହର ଭାବେ ପରିଚିତ ରାଜସ୍ଥାନର କୋଟା ସହରରେ କୋଚିଂ ନେଉଥିବା ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ଶୃଙ୍ଖଳା ଜାରି ରହିଛି। ଜିଲା ପ୍ରଶାସନ ଦ୍ୱାରା...

ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…

ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍‌ ଟେଷ୍ଟ୍‌ ହୋଇପାରେ କିନ୍ତୁ ଲିଟମସ୍‌ ଟେଷ୍ଟ୍‌ ନୁହେଁ...

ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା

ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...

ସ୍ଥଳଭାଗ ଛୁଇଁଲା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ,୧୬ା୬(ପି.ଟି.): ଆରବସାଗରରେ ୧୦ ଦିନରୁ ଊର୍ଦ୍ଧ୍ୱ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ବପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟର କଚ୍ଛ ଜିଲା ଅନ୍ତର୍ଗତ ଜଖାଉ ବନ୍ଦର...

ଋତୁସ୍ରାବ ସମୟରେ ମହିଳାମାନେ ନେଇପାରିବେ କି କରୋନା ଟିକା: ଜାଣନ୍ତୁ କ’ଣ କହିଲେ ସରକାର

ନୂଆଦିଲ୍ଲୀ,୨୫।୪: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମରୁ ଜୋରଦାର...

ଜିଏଚଏମସି ନିର୍ବାଚନ ଫଳାଫଳ: ଭାଜପା ଆଗରେ

ହାଇଦ୍ରାବାଦ,୪।୧୨:ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏବେ ଗଣନା ଚାଲିଛି। ଜିଏଚଏମସିର ୧୫୦ଟି ଆସନ ପାଇଁ ୧,୨୨୨ ପ୍ରାର୍ଥୀ...

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା...

Advertisement
Archives

Model This Week