ସୋସିଆଲ ମିଡିଆରେ ବର୍ତ୍ତମାନ ଭାଲୁ ଓ ତା’ ଛୁଆକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଛାତ ଉପରୁ ଭାଲୁ ତଳକୁ ଯିବା ପାଇଁ ଗଛର ସାହାଯ୍ୟ ନେଇଥିବା ବେଳେ ବର୍ତ୍ତମାନ ପାଚେରି ଏପାଖରୁ ସେପାଖକୁ ଯାଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି, ଖୁସି ପାଇଁ କେବଳ ଚେଷ୍ଟା କରୁଛି । ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Just scrambling through for the happy hour😊 pic.twitter.com/uC53p2UPTW
— Susanta Nanda IFS (Retd) (@susantananda3) August 22, 2020

