ଗୋଟିଏ ବର୍ଷରେ ୧୪ ହିଟ୍‌ ଫିଲ୍ମ ଦେଇ ବିଗ୍‌ ବିଙ୍କୁ ପଛରେ ପକାଇଥିଲେ ଚିରଞ୍ଜିବ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୨ ଅଗଷ୍ଟ ୧୯୫୫ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଠାରୁ ବଲିଉଡ୍‌ ପର୍ଯ୍ୟନ୍ତ ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି। ତାଙ୍କର ପିଲାଦିନର ନାଁ ଥିଲା କୋନିଦେଲ ଶିବ ଶଙ୍କର ପ୍ରସାଦ। ହେଲେ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପରେ ସେ ଚିରଞ୍ଜିବ ନାଁରେ ପରିଚିତ ହେଲେ। ଆଉ ଏହା ତାଙ୍କର ପରିଚିତ ନାଁ ପାଲଟିଗଲା। କଳାକାର ପରିବାରର ପିଲା ହୋଇଥିବାରୁ ଅଭିନୟ ପ୍ରତି ତାଙ୍କର ଥିଲା ଖୁବ୍‌ ଦୁର୍ବଳତା। ଦକ୍ଷିଣ ଭାରତୀୟ ଫିଲ୍ମରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଛନ୍ତି। ୧୯୯୨ରେ ତାଙ୍କ ଅଭିନୀତ ଫିଲ୍ମ ‘ଘରାନା ମୋଗୁଦୁ’ ଏତେ ପରିମାଣରେ ହିଟ୍‌ ହୋଇଥିଲା ଯେ ଏହାପରେ ସେ ଦେଶର ସବୁଠାରୁ ମହଙ୍ଗା ଅଭିନେତା ତାଲିକାରେ ସାମିଲ ହୋଇଥିଲେ। ଏହାପରେ ସେ ପାରିଶ୍ରମିକରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ବି ପଛରେ ପକାଇ ଦେଲେ। ୮୦ ଦଶକରେ ତାଙ୍କର ଲୋକପ୍ରିୟତା ବଢି ଯାଇଥିଲା। ଆଉ ଗୋଟିଏ ବର୍ଷରେ ହିଁ ୧୪ ଟି ହିଟ୍‌ ଫିଲ୍ମ ଭେଟି ଦେଇଥିଲେ ଚିରଞ୍ଜିବ। ରଜନୀକାନ୍ତଙ୍କ ପରେ ଚିରଞ୍ଜିବ ଏକମାତ୍ର କଳାକାର ଯିଏ ଏକ ତରଫା ଭାବେ ସାଇଥ୍‌ ଫିଲ୍ମର ଦର୍ଶକଙ୍କ ମନ ଜିତି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri