ଏୟାରପୋର୍ଟରେ ଚାକିରି ନାଁରେ ଲକ୍ଷାଧିକ ଠକେଇ: ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଯୁବକ

ବ୍ରହ୍ମପୁର ଅଫିସ ,୨୨। ୮: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଠକେଇ ଘଟଣା ନଜରକୁ ଆସିଛି। ଏୟାରପୋର୍ଟରେ ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇରେ ଶିକାର ଯୁବକ ଗୁପ୍ତେଶ୍ବର ପ୍ରଧାନ ଆଇନଜୀବୀ ପ୍ରଦୀପ ବେହେରାଙ୍କ ସହାୟତାରେ ବ୍ରହ୍ମପୁର ଏସ୍‌ି. ପିନାକ ମିଶ୍ରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏସ୍‌ପି ସମସ୍ତ ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମର ଗୁପ୍ତେଶ୍ବରଙ୍କ ନିକଟକୁ ଗତ ଜୁନ ୭ ତାରିଖରେ ଏକ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ଏୟାରପୋର୍ଟର ମ୍ୟାନେଜର ବୋଲି କହିଥିଲେ। ଏୟାରପୋର୍ଟରେ ଚାକିରି ପାଇଁ ପରିଚୟପତ୍ର ଓ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ପଠାଇବାକୁ କହିଥିଲେ। ଗୁପ୍ତେଶ୍ବର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ପୁଣିଥରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଫୋନ କରି ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କହିଥିଲେ। ଡକ୍ୟୁମେଣ୍ଟ ଭେରିଫିକେଶନ ପାଇଁ ୨୫ଶହ ଟଙ୍କା ପଠାଇବା ପାଇଁ କହିଥିଲେ। ଟଙ୍କା ପଠାଇବାର କିଛିଦିନ ପରେ ପୁଣିଥରେ ଫୋନ କରି ସିକ୍ୟୁରିଟି, ୟୁନିଫର୍ମ, ପ୍ରଶିକ୍ଷଣ ଭଳି କାମ ପାଇଁ ଟଙ୍କା ମାଗିଥିଲେ। ଏଥିରେ ବିଶ୍ୱାସ କରି ଗୁପ୍ତେଶ୍ବର ପର୍ଯ୍ୟାୟ କ୍ରମେ ପ୍ରାୟ ୧ଲକ୍ଷ ୨୩ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ଏ ଦିଗରେ ଦୃଷ୍ଟି ଦେଇ ନ୍ୟାୟ ପ୍ରଦାନ କରିବାକୁ ଗୁପ୍ତେଶ୍ବର ଏସ୍‌ପିଙ୍କ ନିକଟରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ…

ଗୁଣାତ୍ମକ ଶିକ୍ଷା,ଅକ୍ଲାନ୍ତ ପରିଶ୍ରମ ଆଣିଦେଲା ସଫଳତା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଥୁଆମୂଳ ରାମପୁରରେ ‘ସମାଧାନ ସମାରୋହ-୨୦୨୬’ ପ୍ରସ୍ତୁତି ବୈଠକ: ସୁପ୍ରିମ କୋର୍ଟଙ୍କ ବିଶେଷ ଲୋକ ଅଦାଲତ ନେଇ ସଚେତନତା…

ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri