Posted inଜାତୀୟ

ଅନ୍‌ଲାଇନରେ ପାଠ ପଢିବାକୁ ୫୦ କିଲୋମିଟର ଯାତ୍ରା କରୁଛନ୍ତି ୨ଶହ ଛାତ୍ରୀଛାତ୍ର

ମୁମ୍ବାଇ,୨୨।୮: ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅନ୍‌ଲାଇନରେ ପାଠ ପଢିବାକୁ ପାଖାପାଖି ୨ଶହ ଛାତ୍ରୀଛାତ୍ର ଦୈନିକ ୫୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ପ୍ରଥମେ କରୋନା ମହାମାରୀ ଓ ପରେ ନିସର୍ଗ ବାତ୍ୟାରେ ପ୍ରଭାବିତ ହୋଇଥିବା ଉପକୂଳ ଅଞ୍ଚଳରେ ରହୁଥିବା ପିଲାମାନେ ଗତ ଜୁନ୍‌ ମାସରୁ ଇଣ୍ଟରନେଟ୍‌ ଜନିତ ସମସ୍ୟାର ସମ୍ମୁଖିନ ହୋଇ ଆସୁଛନ୍ତି। ବିଶେଷ କରି ରତ୍ନଗିରି ଜିଲାର ଉପକୂଳରେ ରହୁଥିବା ପିଲାମାନେ ଇଣ୍ଟରନେଟ ସୁବିଧା ପାଉ ନ ଥିବାରୁ ପାଠ ପଢିବାକୁ ସେମାନେ ପ୍ରତିଦିନ ୫୦ କିଲୋମିଟର ଯାତ୍ରା କରୁଥିବା ପ୍ରକାଶ କରିଛନ୍ତି। ଏହି ସମସ୍ୟାକୁ ନେଇ ଜଣେ ଶିଶୁ ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗର ହସ୍ତକ୍ଷେପ ଲୋଡିଥିଲେ। ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୋଗୋ କହିଛନ୍ତି ପିଲାମାନଙ୍କୁ ଖୁବଶୀଘ୍ର ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦେଖି ପ୍ରାୟତଃ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଏବେ ପିଲାଙ୍କୁ ଅନ୍‌ଲାଇନରେ ଶିକ୍ଷା ଦିଆଯାଉଛି। କେବଳ ମହାରାଷ୍ଟ୍ର ନୁହେଁ ଅଧିକାଂଶ ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସି-୧୩୦ଜେ ସୁପର ହରକ୍ୟୁଲେସ ଏୟାରକ୍ରାପ୍ଟରୁ ଲ୍ୟାଣ୍ଡ କରି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ ପାଇଁ ଉତ୍ତରପ୍ରଦେଶ ଆସୁଛନ୍ତି । ମୋଦି ଲାକହିଡ ମୋର୍ଟିନ...

ଜେଏନ୍‌ୟୁ ହିଂସା: ଆଇସି ଘୋଷଙ୍କ ସମେତ ଚିହ୍ନଟ ହେଲେ ୯ଜଣ

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସା ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀ ପୋଲିସ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ଏଥିରେ...

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି...

ୟୁପି କ୍ୟାବିନେଟରେ ହେବନାହିଁ ପରିବର୍ତ୍ତନ

ନୂଆଦିଲ୍ଲୀ,୬।୬: ଉତ୍ତରପ୍ରଦେଶ ଭାଜପା ପ୍ରଭାରୀ ରାଧାମୋହନ ସିଂ ରବିବାର ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଅଦଳବଦଳ ହେବା କଳ୍ପନାଜଳ୍ପନାକୁ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବି ବିଜୟ ପାଇଁ ଭାଜପା କରୁଛି କସରତ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ- କଶ୍ମୀରରେ ଉଚ୍ଛେଦ କରାଯାଇଥିବା ଅନୁଚ୍ଛେଦ ୩୭୦ ଓ ୩୫...

ରାଜ୍ୟପାଳଙ୍କୁ ଭେଟିବାକୁ ଗଲେ ୟେଦୁରପ୍ପା, ଆଜି ନେଇପାରନ୍ତି ଶପଥ

ବେଙ୍ଗାଲୁରୁ, ୨୬।୭: କର୍ନାଟକରେ ଏଚଡି କୁମାରସ୍ବାମୀ ସରକାର ଭାଙ୍ଗିବା ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାଜପା ନେତା ବିଏସ୍‌...

୨ ବର୍ଷ ପରେ ଭାରତରୁ ବାଂଲାଦେଶ ଗଡିବ ଟ୍ରେନ

ନୂଆଦିଲ୍ଲୀ,୨୯।୫: ଦୀର୍ଘ ୨ ବର୍ଷ ପରେ ରବିବାରଠୁ ପୁଣି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ...

ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୮୧ ଲକ୍ଷ ସଂକ୍ରମିତ, ୪୧୦୦ ମୃତ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

Advertisement
Archives

Model This Week