Home Left

ଘରକୁ ଫେରିବା ପାଇଁ ସାଇକେଲ ଚୋରିକଲେ ପ୍ରବାସୀ ଶ୍ରମିକ: ଚିଠି ଲେଖି କ୍ଷମା ବି ମାଗିଲେ

ଲକ୍ଷ୍ନୌ,୧୬।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ରାଜସ୍ଥାନରେ…

ଥମୁନି ଦାଦନ ଦୁଃଖ: ସଡ଼କ ଦୁର୍ଘଟଣାରେ ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଔରୟା,୧୬।୫: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲକ୍‌ଡାଉନ ୩.୦ର ଅବଧି ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏପଟେ କିନ୍ତୁ ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ। କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଥିବା…

କେନ୍ଦ୍ରାପଡ଼ାରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଲା

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ/ମହାକାଳପଡା, ୧୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ଜିଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏକକାଳୀନ ୧୩ ଓ ଶନିବାର ୪ ନୂତନ କରୋନା ଆକ୍ରାନ୍ତ…

କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର ସଂକ୍ରମଣକୁ ନେଇ ମଧ୍ୟ ଗବେଷଣା ଚାଲିଛି। ଆଉ ପ୍ରାୟ ପ୍ରତିଦିନ କରୋନା ସମ୍ପର୍କିତ କିଛି…

କରୋନା ମୃତ୍ୟୁ: ୬୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ବିପଦ ୩୪ଗୁଣ କମ୍‌

ଲଣ୍ଡନ,୧୬ା୫: ବ୍ରିଟେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ତଥ୍ୟକୁ ଅନୁଧ୍ୟାନ କଲେ ୬୫ ବର୍ଷରୁ କମ୍‌ ବୟସ୍କଙ୍କ ଜୀବନହାନି ଆଶଙ୍କା ୩୪ଗୁଣ କମ୍‌ ବୋଲି ଜଣାପଡ଼ିଛି। ବ୍ରିଟେନରେ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଏହି ମହାମାରୀ ଭୂତାଣୁରେ ମୃତ୍ୟୁ ଘଟିଛି। ହେଲେ…

ସ୍ଲୋଭେନିଆ କରୋନା ମୁକ୍ତ

ଲୁବଲଜାନା, ୧୬ା୫ : ମହାମାରୀ କରୋନା କବଳରେ ବିଶ୍ୱର ସ୍ଥିତି ଜଟିଳ ଥିବାବେଳେ ପ୍ରଥମ ୟୁରୋପୀୟ ଦେଶ ଭାବେ ସ୍ଲୋଭେନିଆ ନିଜକୁ କରୋନା ମହାମାରୀ ମୁକ୍ତ ଘୋଷଣା କରିଛି। ଇଟାଲୀକୁ ଲାଗି ରହିଥିବା ଏହି ପାର୍ବତ୍ୟାଞ୍ଚଳରେ ୨୦ ଲକ୍ଷ ଲୋକ ବାସକରନ୍ତି।…

୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଚଳିତ ୨୦୧୯-୨୦ ଫସଲ ବର୍ଷରେ ଦେଶରେ ୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଭଲ ବର୍ଷା ଯୋଗୁ କ୍ରମାଗତ ଚତୁର୍ଥ ବର୍ଷ ଲାଗି ରେକର୍ଡ ଉତ୍ପାଦନ ହେବାକୁ ଯାଉଥିବା କୃଷି ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟରୁ…

ବାଲେଶ୍ୱରକୁ ପଛରେ ପକାଇଲା ଯାଜପୁର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସକାଳେ ୬୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି। ତେବେ ରାଜ୍ୟରେ ଗଞ୍ଜାମ ଜିଲା ୨୭୭ ସଂକ୍ରମିତ…

ହିମସ୍ଖଳନରେ ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଉତ୍ତର ସିକିମର ଲୁଗ୍‌ନାକ୍‌ ଲା ପାର୍ବତ୍ୟାଞ୍ଚଳରେ ହିମସ୍ଖଳନ ଯୋଗୁ ସେନାର ଜଣେ ଲ୍ୟୁଟନାଣ୍ଟ କଲୋନେଲ୍‌ ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ଏମାନେ ୧୮ ଜଣିଆ ପାଟ୍ରୋଲିଂ ଟିମ୍‌ରେ ସାମିଲ ଥିଲାବେଳେ ଗୁରୁବାର ହିମସ୍ଖଳନ ଯୋଗୁ ପୋତିହୋଇପଡ଼ିଥିଲେ। ଉଦ୍ଧାରକାରୀ ଟିମ୍‌…

ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ସମୟରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ)ର ମୁଖ୍ୟ ରୋବେର୍ଟୋ ଆଜେଭେଡୋ ସମାଲୋଚନାର ଶିକାର ହୋଇ ନିଜ…

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ ଆକଳନ କରାଯାଇଛି। ଏହା ବିଶ୍ୱ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୬.୪ରୁ ୯.୭ ପ୍ରତିଶତ।…

ପାନ, ଗୁଟ୍‌ଖା ବିକ୍ରି ନିଷିଦ୍ଧ କର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ରାଜସ୍ଥାନ ଓ ଝାଡ଼ଖଣ୍ଡ ସରକାର ପାନ, ଗୁଟ୍‌ଖା ବିକ୍ରି ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷିଦ୍ଧ କରିଛନ୍ତି। ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଅନୁରୂପ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri