ମୋଦିଙ୍କୁ ଛାଡ଼ିଛନ୍ତି ମୁସଲମାନ
ନୂଆଦିଲ୍ଲୀ,୨୨ା୫: ଦେଶର ସମସ୍ତ ସରକାରୀ ସଂସ୍ଥା ଉପରେ ଭାରତୀୟ ମୁସଲମାନମାନଙ୍କ ଅଗାଧ ବିଶ୍ୱାସ ରହିଛି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ସେମାନଙ୍କ ଆସ୍ଥା ନାହିଁ ବୋଲି ଏକ ସଦ୍ୟ ସର୍ଭେରୁ ପ୍ରଘଟ ହୋଇଛି। କୋଭିଡ୍-୧୯ ଯୋଗୁ…
ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ
ବାରିପଦା ଅଫିସ,୨୨ା୫: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମର ବୃଦ୍ଧା ମା’ ତୁଳସୀ ସିଂଙ୍କୁ ଦୁଇ ପୁଅ ପିଟିପିଟି ମାରି ଦେଇଛନ୍ତି।…
ଆଜି ସାବିତ୍ରୀ ବ୍ରତ: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମହିଳାଙ୍କ ପୂଜାର୍ଚ୍ଚନା
ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଆଜି ସାବିତ୍ରୀ ଅମାବାସ୍ୟା। ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଛନ୍ତି। ପରାମ୍ପରା ମୁତାବକ ମହିଳାମାନେ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି। ମାତ୍ର ଚଳିତବର୍ଷ…
ଡାକ ବିଭାଗକୁ ରିପୋର୍ଟ ତଲବ
କଟକ ଅଫିସ,୨୨।୫: ପୁରୀରେ ଥିବା ରେଳ ଡାକସେବା (ଆର୍ଏମ୍ଏସ୍)କୁ ଖୋର୍ଦ୍ଧା ରୋଡ୍କୁ ସ୍ଥାନାନ୍ତର ପାଇଁ ଚାଲିଥିବା ଯୋଜନାକୁ ବିରୋଧ ହୋଇଛି। ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଙ୍ଗମ୍…
ଦୈନିକ ୧ଲକ୍ଷ ୮ହଜାର ୪୩୨ ନମୁନା ପରୀକ୍ଷଣ: ୧୫,୮୯୨ ଟିଏମ୍ସିରେ ୭,୦୨,୯୦୦ ଶଯ୍ୟା
ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପରେ ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ହୋଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍ସି)ରେ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। ବିଶେଷକରି ଗ୍ରାମାଞ୍ଚଳରେ କ୍ବାରାଣ୍ଟାଇନ୍ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ…
କରୋନା ମୁକାବିଲା: ଖରିଫ୍ ଋଣ ପରିମାଣ ବୃଦ୍ଧି
ଭୁବନେଶ୍ୱର,୨୨। ୫ (ବ୍ୟୁରୋ): ରାଜ୍ୟ ସରକାର କୋଭିଡ୍-୧୯ର ମୁକାବିଲା ପାଇଁ ଜୋର୍ଦାର ପ୍ରୟାସ ଚଳାଇଛନ୍ତି। ବିଶେଷକରି ରାଜ୍ୟର ଚାଷୀଙ୍କୁ ଅଣ୍ଟା ସଳଖିବା ପାଇଁ ସରକାର ଖରିଫ୍ ଋଣର ପରିମାଣକୁ ବୃଦ୍ଧି କରିଛନ୍ତି। ପୂର୍ବ ଯୋଜନାରେ ଧାର୍ଯ୍ୟ ହୋଇଥିବା ୭୫୦୦ କୋଟିର ଋଣ…
୧୨ ଯୋଡ଼ା ଟ୍ରେନ୍ ଚଲାଇବ ପୂର୍ବତଟ ରେଳପଥ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜୁନ୍ ପହିଲାରୁ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ପୂର୍ବତଟ ରେଳପଥ ମୋଟ ୧୨ ଯୋଡ଼ା ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରେନ୍ଗୁଡ଼ିକର ତାଲିକା ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ହାଓଡା…
ଆରମ୍ଭ ହେଲା ଟ୍ରେନ୍ ଟିକେଟ୍ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍ ବୁକ୍
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍ ପହିଲାରୁ ଟ୍ରେନ୍ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୧ଟି ଟ୍ରେନ୍ରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍ ପାଇଁ ବୁକିଂ ହୋଇଛି।…
ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୫: କରୋନା ଭୂତାଣୁ ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏହା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଗୁରୁବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।…
ବିମାନ ଯାତ୍ରା ପାଇଁ ଏସ୍ଓପି
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦେଶରେ ଘରୋଇ ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଗୁରୁବାର ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍(ଏସ୍ଓପି) ଜାରି କରାଯାଇଛି। କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ…
ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ୍ ଦୁର୍ବଳ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଉପର ମୁହାଁ ହୋଇଛି। ସବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ…
୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ
ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ୨୧ଦିନ ମଧ୍ୟରେ ୭ଗୁଣ ଆକ୍ରାନ୍ତ ବଢ଼ିଛନ୍ତି। ଏପ୍ରିଲ ୩୦ରେ ରାଜ୍ୟରେ ୧୪୩ଜଣ ଆକ୍ରାନ୍ତ…
Archives


