୩୧ ଯାଏ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବନ୍ଦ

କଟକ ଅଫିସ, ୨୮।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିପାଇଁ ଗୁରୁବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିଛନ୍ତି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର।
କିଛିମାସ ପୂର୍ବରୁ ଜଣେ ହଷ୍ଟେଲ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ପରେ ବିଶ୍ୱବିଦ୍ୟାଳୟ ପରିସରକୁ ବିଶୋଧନ କରାଯିବା ସହ ସମ୍ପୃକ୍ତ ପରିବାରବର୍ଗଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହାପରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ବିଭାଗ, ଆଇଏସ୍‌ଟି ବିଭାଗ, ସଂସ୍କୃତ ବିଭାଗ ଏବଂ ପ୍ରଶାସନିକ ବିଭାଗରୁ ପ୍ରାୟ ୧୫ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇସାରିଲେଣି। ଗୁରୁବାର କୁଳପତିଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏଥିସହ ଉକ୍ତ କର୍ମଚାରୀଙ୍କ ପରିବାରର ଅନ୍ୟ ୨ଜଣ ସଂକ୍ରମିତ ହୋଇଛନ୍ତି। ତେବେ ବିଶ୍ୱବିଦ୍ୟାଳୟକୁ ବନ୍ଦ କରାଯାଇଥିଲେ ମଧ୍ୟ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବେ। ସେହିପରି ବନ୍ଦ ଅବଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ପରିସରକୁ ବିଶୋଧନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ରଘୁନାଥପୁର,୧୩।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ...

କଲାମଙ୍କ ବାଲେଶ୍ୱର ସହିତ ଅବଦାନକୁ ମନେପକାଇଲେ ବିଧାୟକ

ବାଲେଶ୍ୱର ଅଫିସ, ୧୫।୧୦: ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ...

ବନ୍ୟପ୍ରାଣୀ ସପ୍ତାହ : ଡାବୁଗାଁ ବ୍ଲକର ୩ ଛାତ୍ରୀଛାତ୍ର ପୁରସ୍କୃତ

ଡାବୁଗାଁ,୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା...

ନକଲି ଟିକଟରେ ମୁଣ୍ଡନ ବାବଦ ଲକ୍ଷାଧିକ ଟଙ୍କା ହଡ଼ପ

ରାୟଗଡ଼ା,୧୦ା୪(ସ୍ବ.ପ୍ର.): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିର ରସିଦ୍‌ ବହିରେ ଜାଲିଆତି କରାଯାଇଛି। ମନ୍ଦିରର କେତେଜଣ ଅସାଧୁ କର୍ମଚାରୀ ମା’ଙ୍କ ନିକଟକୁ ମୁଣ୍ଡନ ପାଇଁ...

ମୁହାଣ ଅବରୋଧ:ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ବାଲିଆପାଳ, ୧୧ା୯(ଡି.ଏନ.ଏ.)-କୌଣସି ନଦୀର ମୁହାଣକୁ ଅବରୋଧ କରାଯାଇପାରିବ ନାହିଁ। ଏହା ଆଇନତଃ ଦଣ୍ଡନୀୟ କାର୍ଯ୍ୟ। ଏପରି କି ମୁହାଣରେ ଜାଲ ବସାଇ ଜାଆଁଳ ଧରିବାକୁ ସମ୍ପୂର୍ଣ୍ଣ...

ଆଉ ୩ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଝଡ଼ବର୍ଷା ଯୋଗୁ ଗ୍ରୀଷ୍ମ ପ୍ରକୋପ ହ୍ରାସପାଇଛି। ପାରଦ ୩୮ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହିଛି।...

ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍‌ଟିଓ

ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି...

ଭିଡ଼ କଲେ, ବୋହିନେଲେ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ...

Advertisement
Archives

Model This Week