ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି
ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଥିବା ଜଣାପଡିଛି। ଫଳରେ ଖୋର୍ଦ୍ଧାକୁ ପଛରେ ପକାଇ ଭଦ୍ରକ ଚତୁର୍ଥ ସଂକ୍ରମିତ ଜିଲା ହୋଇଛି।…
କରୋନା ସଂକ୍ରମିତଙ୍କୁ ଭଲ କରିବ ‘ଇଣ୍ଟରଫେରନ’
ଟରଣ୍ଟୋ,୧୭।୫(ପି.ଟି.): ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ବିଶେଷକରି କୋଭିଡ୍-୧୯ର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବାରୁ ଏହା…
ଅନ୍ଲାଇନ ବାଇବେଲ୍ କ୍ଲାସ୍ରେ ଚାଲିଲା ଅଶ୍ଳୀଳ ଭିଡିଓ
ସାନ୍ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍ଫରେନ୍ସିଂ ଆପ୍ ‘ଜୁମ୍’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ। କାରଣ ଜୁମ୍ ଆପ୍ ଜରିଆରେ ଅନ୍ଲାଇନ ବାଇବେଲ୍ ଅଧ୍ୟୟନ କ୍ଲାସ୍ ଚାଲିଥିବାବେଳେ ହଠାତ୍ ଦେଖିବାକୁ…
୧୦୭୪ ଟ୍ରେନ୍ରେ ଫେରିଲେଣି ୧୪ ଲକ୍ଷ ଶ୍ରମିକ
ନୂଆଦିଲ୍ଲୀ,୧୭।୫(ପି.ଟି.): ଲକ୍ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବା ଲାଗି ରେଲଓ୍ବେ ମେ’ ୧ ତାରିଖରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍ ଚଳାଚଳ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧,୦୭୪ଟି ସ୍ବତନ୍ତ୍ର ଟ୍ରେନ୍ ଯୋଗେ ୧୪ ଲକ୍ଷରୁ ଅଧିକ…
କରୋନା କବଳରେ ରାଜ୍ୟର ୨୨ ଜିଲା
ଭୁବନେଶ୍ୱର,୧୭।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୯୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨୮ ହୋଇଛି। ସେହିଭଳି ଆଉ ୨ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ ମୃତ୍ୟୁ…
୭୦୦ ସୁପର ସ୍ପ୍ରେଡର ଚିହ୍ନଟ
ଅହମଦାବାଦ,୧୭।୫(ପି.ଟି.): ଗୁଜରାଟର ଅହମଦାବାଦରେ ସପ୍ତାହକ ମଧ୍ୟରେ ୭୦୦ କରୋନା ସୁପର ସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ୭ରୁ ୧୪ ତାରିଖ ମଧ୍ୟରେ ସହରର ଦୋକାନୀମାନଙ୍କର ସ୍କ୍ରିନିଂ ପରେ ଏହା ଜଣାପଡ଼ିଥିଲା। ଉକ୍ତ ଦୋକାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ…
ମୋଦି ସରକାରଙ୍କୁ ୬ ବର୍ଷ
ନୂଆଦିଲ୍ଲୀ, ୧୭।୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଶନିବାର ୬ ବର୍ଷ ପୂରଣ କରିଛନ୍ତି। ୨୦୧୪ ମେ ୧୬ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ମୋଦିଙ୍କ ପ୍ରଧାନମନ୍ତ୍ରିତ୍ୱରେ କେନ୍ଦ୍ର ସରକାର ଗଠନ କରାଯାଇଥିଲା। ପୁଣି ମୋଦି ହାଓ୍ବାରେ ୨୦୧୯…
୫ ଲଶ୍କର ଆତଙ୍କବାଦୀ ଗିରଫ
ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀର ପୋଲିସ ଶନିବାର ବଡ୍ଗାମସ୍ଥିତ ଏକ ଆଡ୍ଡାରୁ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆତଙ୍କବାଦୀମାନେ ଲୁଚି ରହିଥିବାର ଗୋଇନ୍ଦା ସୂଚନା ପାଇ ବଡ୍ଗାମ ପୋଲିସ, ୫୩ ଆର୍ଆର୍ ଏବଂ ସିଆର୍ପିଏଫ୍ର ୧୫୩ ବାଟାଲିୟନ ପକ୍ଷରୁ ଚଢ଼ଉ…
‘ସାହୁକାରି ନ କରି ଲୋକଙ୍କୁ ଟଙ୍କା ଦିଅ’
ନୂଆଦିଲ୍ଲୀ,୧୭।୫(ପି.ଟି.): କେନ୍ଦ୍ର ସରକାର ସାହୁକାର ଭଳି କାର୍ଯ୍ୟ ନ କରି ଲୋକଙ୍କ ପାଖରେ ଟଙ୍କା ପହଞ୍ଚାନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। କୋଭିଡ୍-୧୯ ଆର୍ଥତ୍କ ପ୍ୟାକେଜ୍ର ପୁନର୍ବିଚାର କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ…
୨୪ ଘଣ୍ଟାରେ ୪୬ ହଜାର ନୂଆ ମାମଲା
ଓ୍ବାଶିଂଟନ/ଲଣ୍ଡନ/ବ୍ରାଜିଲିଆ, ୧୭।୫: କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇ ଦେଇଛି। ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି କାହାରିକୁ ବାଟ ଦେଖାଯାଉ ନାହିଁ। ଗତ ୪ ମାସରୁ ଊର୍ଦ୍ଧ୍ୱକାଳ ବିଶ୍ୱବାସୀ ଭୂତାଣୁର ଚକ୍ରବୂ୍ୟହ ଭିତରେ ଫସି ରହିଛନ୍ତି। ଏବେ ବିଶ୍ୱରେ ଆକ୍ରାନ୍ତଙ୍କ…
ଘରୋଇକରଣ ଯୋଗୁ ଅନେକଙ୍କ ଚାକିରି ଯିବ
ନୂଆଦିଲ୍ଲୀ,୧୭।୫: ଦେଶର ୮ଟି ପ୍ରମୁଖ ସେକ୍ଟର ଉପରେ ସରକାରଙ୍କ ନୂଆ ନୀତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ସମାଲୋଚନା କରିଛି। ଅତ୍ୟଧିକ ଘରୋଇକରଣ ଯୋଗୁ ବହୁସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ। କରୋନା…
ସମ୍ବଲପୁରକୁ ଛୁଇଁଲା କରୋନା
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି। ପୂର୍ବରୁ ରାଜ୍ୟର ୨୧ଟି ଜିଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ…
Archives


