୧୫ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଟର୍ସ ଲାଗି ୧.୨୩ କୋଟି ପ୍ରଦାନ

ଭୁବନେଶ୍ୱର,୨୮। ୮ରାଜ୍ୟର ୧୫ଟି ଷ୍ଟାର୍ଟଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୁରୁବାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଏହା ଘୋଷଣା କରାଯାଇଛି। ଏହି ଅର୍ଥ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ବୀକୃତି ଓ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଇଛି।
ମିରାକ୍ୟୁଲେସ୍‌ ମେଡ୍‌ ସଲ୍ୟୁସନ୍‌ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଅନନ୍ୟ ରକ୍ତ ଜମାଟକାରୀ ପାଉଡର ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ରକ୍ତ ଜମାଟକୁ ୪୦ ସେକେଣ୍ଡ ମଧ୍ୟରେ ସ୍ବଭାବିକ କରିବା ଉପରେ ବିକଶିତ ବୈଷୟିକ ଜ୍ଞାନକୌଶଳକୁ ଟାସ୍କଫୋର୍ସ କମିଟିର ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଷ୍ଟାର୍ଟଅପ୍‌ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ହୋଇଛି। ଏହା ବଜାରରେ ଉପଲବ୍ଧ ହେବା ପୂର୍ବରୁ ୟୁଏସ୍‌ଏଫ୍‌ଡିଏ ଦ୍ବାରା ସ୍ବୀକୃତି ଲାଭ କରିବାର ଲକ୍ଷ୍ୟ ରଖିଛି। ଅନ୍ୟ ବିକଶିତ ଯନ୍ତ୍ରାଂଶ ମଧ୍ୟରେ ଦୀର୍ଘ ସମୟ କମ୍ପ୍ୟୁଟର ଆଗରେ ବସୁଥିବା ବ୍ୟକ୍ତିଙ୍କ ବସିବା ମୁଦ୍ରାରେ ସୁଧାର ଆଣିବା ଯନ୍ତ୍ର, ସାନିଟାରି ନାପ୍‌କିନ୍‌ର ସୌରଶକ୍ତିରେ ଶୁଖାଇବା ଯନ୍ତ୍ର ଏବଂ ଧାନ କୁଣ୍ଡାରୁ ପ୍ରୋଟିନ୍‌ ପ୍ରସ୍ତୁତ ଆଦି ରହିଛି। ଏହାସହ ଟାସ୍କ ଫୋର୍ସ ଅନ୍ୟ ଚାରୋଟି ଶିକ୍ଷାନୁଷ୍ଠାନକୁ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ବୀକୃତି ପ୍ରଦାନ କରିଛି। ଏଥିରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବରର ସିପେଟ୍‌, ଏଆଇସି ନାଳନ୍ଦା ଏବଂ ଏଆଇସି ସି.ଭି. ରମଣ ଅନ୍ତର୍ଭୁକ୍ତ। ଏହି ନୂତନ ଇନ୍‌କ୍ୟୁବେଟର୍ସ ବ୍ୟତୀତ ଷ୍ଟାର୍ଟଅପ୍‌ ଓଡ଼ିଶା ଉପକ୍ରମ ଅଧୀନରେ ୧୭ଟି ଇନ୍‌କ୍ୟୁବେଟର୍ସ ପଞ୍ଜୀକୃତ ହୋଇ ଏହା ରାଜ୍ୟର ଷ୍ଟାର୍ଟଅପ୍‌ ଇକୋ-ସିଷ୍ଟମ୍‌କୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଟାସ୍କଫୋର୍ସ କାର୍ଯ୍ୟ କରିବା ସହ ଓଡ଼ିଶାକୁ ଦେଶର ପ୍ରଥମ ୩ଟି ଷ୍ଟାର୍ଟଅପ୍‌ ମଧ୍ୟରେ ସ୍ଥାନିତ କରିପାରିବା ବୋଲି ପ୍ରକାଶ କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଷ୍ଟାର୍ଟଅପ୍‌ ଉପକ୍ରମ ଅଧୀନରେ ଏଯାବତ୍‌ ୬୮୪ ଗୋଟି ଷ୍ଟାର୍ଟଅପ୍‌ ଏବଂ ୧୭ଟି ଇନ୍‌କ୍ୟୁବେଟର୍ସ ପଞ୍ଜୀକୃତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri