Posted inଫୁରସତ

ଗୋଟିଏ ଛେଳିକୁ ୨ ମାଲିକ ନିଜର ବୋଲି କହି କଲେ ଦାବି, ଶେଷରେ ଛେଳି ଦେଲା ଏମିତି ନ୍ୟାୟ

ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ ପୋଲିସ କରି ପାରିଲେନି ସେତେବେଳେ ନିରୀହ ପଶୁଟି ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଉଦୟପୁରର ବଲ୍ଲଭନଗର ତହସିଲ ଖେରୋଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଯେଉଁଠାରେ ଗୋଟିଏ ଛେଳିକୁ ଦୁଇଜଣ ମାଲିକ ମୋର କହି ଦାବି କରିଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ଉପରେ ଖେରୋଡ଼ା ଥାନା ଅଧିକାରୀଙ୍କ ଟିମ୍‌ ଉଭୟ ମାଲିକଙ୍କୁ ଛେଳି ସହିତ ଉପସ୍ଥିତ ରହିବାକୁ କହିଥିଲେ। ଏହା ପରେ ଛେଳି ତାଙ୍କ ଛୁଆ ପାଖକୁ ଯାଇ କ୍ଷୀର ଦେଇ ଘଟଣା ସତ୍ୟ ଉନ୍ମୋଚନ କରିଥିଲା।

ଖେରୋଡା ଥାନା ଅନ୍ତର୍ଗତ ଧୋଲାକୋଟ ଗାଁର ବାସିନ୍ଦା ବାବରୁ ରାଓ୍ବତଙ୍କ ଛେଳି ଜଙ୍ଗଲରେ ଚରିବାକୁ ଯାଇ ସେଠାରୁ ହଜିଯାଇଥିଲା। ଯେତେବେଳେ ବାବ୍‌ରୁ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ଛେଳି ଖୋଜିଥିଲେ, ସେତେବେଳେ ସେ ଗାଁଠାରୁ ୪ କିମି ଦୂରରେ ଥିବା ମାସିଙ୍ଗପୁରା ଗାଁର ଡାଙ୍ଗଫଲାରେ ଥିବା ଖବର ପାଇଥିଲେ।

ବାବ୍‌ରୁ ମାସିଙ୍ଗପୁରା ଗାଁର ଓମ୍‌କାରଲାଲ ରାଓ୍ବତଙ୍କ ଘରେ ପହଞ୍ଚିବା ପରେ ସେଠାରେ ତାଙ୍କ ଛେଳି ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ଏହି ସମୟ ମଧ୍ୟରେ ଓମ୍‌କାରଲାଲ ଛେଳିକୁ ନିଜର ବୋଲି କହି ବାବ୍‌ରୁଙ୍କୁ ତଡ଼ି ଦେଇଥିଲେ। କିନ୍ତୁ ବାବ୍‌ରୁ ହାର୍‌ ମାନି ନ ଥିଲେ। ସେ ଗାଁ ସରପଞ୍ଚଙ୍କ ସମର୍ଥନ ଲୋଡ଼ିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ଏହା ପରେ ବାବ୍‌ରୁ ଏହାକୁ ଖେରୋଡା ଥାନାରେ ଜଣାଇଥିଲେ। ପୋଲିସ କର୍ମଚାରୀମାନେ ବାବ୍‌ରୁ ଏବଂ ଓମ୍‌କାରଙ୍କୁ ଥାନାକୁ ଡକାଇଥିଲେ।

ଏଥିରେ ଛେଳି ବାବ୍‌ରୁଙ୍କ ଛେଳିଛୁଆ ପାଖକୁ ଯାଇ କ୍ଷୀର ଖାଇବାକୁ ଦେଇଥିଲା। ଏହି ସମୟରେ, ଓମ୍‌କାର ଆଣିଥିବା ଛୁଆ ମୁଣ୍ଡରେ ଆଘାତ କରି ତଡ଼ି ଦେଇଥିଲା। ଛେଳି ଦ୍ୱାରା କରାଯାଇଥିବା ଏହି ନ୍ୟାୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥିସହ ପୋଲିସ ପ୍ରକୃତ ଛେଳି ମାଲିକ ବାବ୍‌ରୁଙ୍କୁ ତାଙ୍କ ଛେଳି ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri