Posted inଜାତୀୟ

ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍‌

ନୂଆଦିଲ୍ଲୀ, ୨୮।୮(ଆଇଏଏନ୍‌ଏସ୍‌):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଇ-ମେଲ୍‌ କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜନ୍‌ସନ୍‌ଙ୍କ କାର୍ଯ୍ୟାଳୟ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସକୁ ଜଣାଇବା ପରେ ଏହା ନୂଆଦିଲ୍ଲୀର ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରିଥିଲା। ବିପଦରେ ଥିବା ମହିଳାଙ୍କୁ ତୁରନ୍ତ ଖୋଜି ତାଙ୍କ ଜୀବନ ରକ୍ଷା କରିବା ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ କହିଥିଲା। ମହିଳା ଜଣକ ରୋହିଣୀର ସେକ୍ଟର ୨୧ ଅଞ୍ଚଳରେ ରହୁଥିବାରୁ ପୋଲିସ ସେଠାରେ ଘରକୁ ଘର ଯାଇ ତାଙ୍କୁ ଖୋଜିଥିଲା। ଘର ଠାବ ପରେ କୌଣସି ଜବାବ ନ ଆସିବାରୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କବାଟ ଭାଙ୍ଗିବାକୁ ଗଲାବେଳେ ଜଣେ ମହିଳା ବାହାରକୁ ଆସିଥିଲେ। ସେ ଖୁବ୍‌ ବିଚଳିତ ଓ ଭୟଭୀତ ଦେଖାଯାଉଥିଲେ। ପଚରାଉଚରା ପରେ ଜଣାପଡ଼ିଥିଲା ମହିଳା ଜଣଙ୍କ ପୂର୍ବରୁ ଏମ୍‌ସିଡି ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିଲେ। ସ୍ବାମୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ସେ ବ୍ୟାଙ୍କରୁ ଋଣ ନେଇ କିସ୍ତି ପୈଠ କରିପାରୁ ନ ଥିଲେ। ଋଣ ବୋଝରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମେଲ୍‌ କରିଥିଲେ। ତାଙ୍କ ସମସ୍ୟାର ସମାଧାନ ଲାଗି ଦୁଇଜଣ ସାଇକୋଲୋଜିଷ୍ଟ ଓ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କୁ ଯୋଗୀଙ୍କ କଡ଼ା ଜବାବ୍‌: ନ ଖାଇ ପାରିଲେ ଅଙ୍ଗୁର ଖଟା

ଲକ୍ଷ୍ନୌ,୩୦।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ରାଷ୍ଟ୍ରୀୟ ମହସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। କଂଗ୍ରେସ ନିର୍ବାଚନରେ ପରାଜିତ ହୋଇଥିବାରୁ ହତାଶ...

ବିଶ୍ୱ ପରିବେଶ ଦିବସରେ ସମସ୍ତଙ୍କୁ ଚାରା ଲଗାଇବାକୁ କହିଲେ ମୋଦି

ନୂଆଦିଲ୍ଲୀ,୫।୬: ଭବିଷ୍ୟତରେ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଅଧିକରୁ ଅଧିକ ଚାରା ଲଗାଇବାକୁ ବିଶ୍ୱ ପରିବେଶ ଦିବସରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ...

‘ରେପ୍‌ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୨: କଂlଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଲୋକ ସଭାରେ ଝଡ ଉଠିଛି। ଗୃହରେ ଭାଜପା ରାହୁଲ କ୍ଷମା...

ସିଜେଆଇ ପଦରୁ ଅବସର ନେଲେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିଛନ୍ତି। ଉତ୍ତରପୂର୍ବାଞ୍ଚଳରୁ ପ୍ରଥମ ବ୍ୟକ୍ତି ଭାବେ ସେ ସର୍ବୋଚ୍ଚ...

୧୨ରାଜ୍ୟରେ ୧୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ୧୨ ରାଜ୍ୟକୁ ବ୍ୟାପିଥିବା ବେଳେ ୧୫୩...

ଜଗଦୀପ ଧନଖଡ ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୩୦।୭: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଜଗଦୀପ ଧନଖଡ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ବି.ଏନ୍‌. ରାଧାକ୍ରିଷ୍ଣନ୍‌ ରାଜଭବନରେ ଜଗଦୀପଙ୍କୁ...

୧୨୬ କୋଟି ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ କରିବ ସିବିଆଇ

ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା...

ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪।୫: ଦେଶରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୨,୫୩୩ରେ। ଏମାନଙ୍କ ମଧ୍ୟରୁ ୧,୩୭୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ ଘଣ୍ଟା...

Advertisement
Archives

Model This Week