କମୁଛି ବୈତରଣୀ, ବଢୁଛି ଦୁର୍ଦ୍ଦଶା

ଭଦ୍ରକ ଅଫିସ,୨୮ା୮: ଭଦ୍ରକର ତଳିଆ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ। ପ୍ରାଥମିକ ଆକଳନ ଅନୁଯାୟୀ, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୧୩୦ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଭଦ୍ରକ-ଆଖଣ୍ଡଳମଣି ରାସ୍ତାର କୋଠାର ଛକ ପାଖରେ ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭଦ୍ରକ-ଆଖଣ୍ଡଳମଣି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଆଖୁଆପଦା ନିକଟରେ ଜଳସ୍ତର ୧୯.୬୦ ମିଟରରେ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର। ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୪୫ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଧାମନଗର ବ୍ଲକର ୨୦ ପଞ୍ଚାୟତର ୭୫ରୁ ଊର୍ଦ୍ଧ୍ୱ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯେଉଁମାନେ ବନ୍ୟା ଜଳରେ ଫସି ରହିଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି। ଭଣ୍ଡାରିପୋଖରୀ ଓ ଧାମନଗରର ୧୭ରୁ ଅଧିକ ପଞ୍ଚାୟତ ଅଧିକ ଜଳମଗ୍ନ ହେବା ସହ ବିଦ୍ୟୁତ୍‌ ସେବା ଠପ୍‌ ହୋଇଛି। ବନ୍ୟା ଅଞ୍ଚଳରେ ଲୋକମାନେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହୋଇଛନ୍ତି। ପୋଲିସ ଓ ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଫ୍‌ନର୍ସସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ...

ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ

ସମ୍ବଲପୁର, ୧୫।୬ (ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଦଲେଇପଡା ପୋଲିସ କ୍ଲବ ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟର ତଳ...

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର...

ସାତକୋଶିଆରେ କାହ୍ନା ଟିମ୍‌

ବନ୍ତଳା,୨୨ା୩(ଡି.ଏନ.ଏ.):ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ଦୀର୍ଘ ଅଢ଼େଇବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ...

ସାରା ଜୀବନ ହାତ ଧରିବାକୁ କଥା ଦେଇ ତଣ୍ଟି ଚିପି ମାରିଦେଲେ ସ୍ବାମୀ

ସୁନ୍ଦରଗଡ,୧୨।୧(ଡି.ଏନ୍‌.ଏ.): ଯାହା ହାତ ଧରି ସାରା ଜୀବନ କାଟିଦେବାକୁ ଭାବିଥିଲେ ସେ ହିଁ ଶେଷରେ ତଣ୍ଟି ଚିପିଦେଲେ। ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି...

ପିକ୍‌ନିକ୍‌ ସ୍ପଟ୍‌: ‘ଢୁ ଢୁଆ’ ଜଳପ୍ରପାତ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଖୋର୍ଦ୍ଧା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି।...

ଶିକ୍ଷାକେନ୍ଦ୍ରକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ନ କରିବାକୁ ଦାବି

ବୁଗୁଡ଼ା,୨୧ା୫(ଡି.ଏନ.ଏ.)- ବୁଗୁଡ଼ା ସହରର ସାହି ମଧ୍ୟରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ନ କରିବାକୁ ଗୁରୁବାର ସାହିବାସିନ୍ଦା ବୁଗୁଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ...

ପୋଖରୀରେ ବୁଡି ୨ ନାବାଳକ ମୃତ

ଜଗତସିଂହପୁର ଅଫିସ/ତିର୍ତ୍ତୋଲ ୧୫।୮- ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ...

Advertisement
Archives

Model This Week