ଆଣ୍ଟିଜେନ କିଟ୍‌ ଅଭାବରୁ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୮।୮: ସରକାର କହୁଛନ୍ତି ଟେଷ୍ଟ ସଂଖ୍ୟା ବଢିଲେ ପଜିଟିଭ ସଂଖ୍ୟା ବଢିବ। ତେବେ ଯାଇ ଶୀଘ୍ର କରୋନାକୁ ମାତ୍‌ ଦେଇହେବ। କିନ୍ତୁ କଟକରେ ଏହି କଥାର କିଛି ଗୁରୁତ୍ୱ ଥିଲା ପରି ମନେ ହେଉ ନାହିଁ। କାରଣ ଏଠାରେ ଚଳିତ ସପ୍ତାହର ପ୍ରଥମ ଦିନରୁ ହିଁ ପ୍ରମୁଖ ହସ୍ପିଟାଲ ଗୁଡ଼ିିକରେ ଟେଷ୍ଟ କରିବା ପାଇଁ ଆଣ୍ଟିଜେନ କିଟ୍‌ର ଅଭାବ ପରିଲକ୍ଷିତ ହୋଇଛି। ଗତ ସୋମବାର କଟକସ୍ଥ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କିଟ୍‌ ନ ଥିବା ନେଇ ଏସ୍‌ସିବିର ଭିଡିଆର୍‌ଏଲ୍‌ ବିଭାଗକୁ ଅବଗତ କରାଯାଇଥିଲା। ଫଳରେ ମଙ୍ଗଳବାର କାମ ଚଳାଇବା ଲାଗି ୫୦ଟି କିଟ୍‌ ମିଳିଥିଲା। କିନ୍ତୁ ପ୍ରକୃତ ପକ୍ଷେ ଏଠାରେ କାଜୁଆଲିଟି, ଆଉଟଡୋର୍‌, ରେଡିଓଥେରାପି, କେମୋଥେରାପି ଆଦି ବିଭାଗ ପାଇଁ ଦୈନିକ ୧୫୦ କିଟ୍‌ ଆବଶ୍ୟକ ପଡ଼ିିଥାଏ। ତେଣୁ ମଙ୍ଗଳବାର କେବଳ ଆଉଟଡୋର୍‌ରେ ଟେଷ୍ଟ କରିବା ପାଇଁ ୧୦୦ ଜଣ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ୬୦ଜଣଙ୍କ ଟେଷ୍ଟ ପରେ କିଟ୍‌ ସରିଯିବାରୁ ଅବଶିଷ୍ଟ ୪୦ଜଣଙ୍କୁ ଫେରାଇ ଦିଆଯାଇଥିଲା। ଗାଡ଼ି ଚଳାଚଳ ସ୍ବାଭାବିକ ନ ହୋଇଥିବାରୁ ସେମାନେ ହଇରାଣ ହୋଇ ଘରକୁ ଫେରିଥିଲେ। ପରେ ବୁଧବାର ଆଉ ୫୦ କିଟ୍‌ ସିଡିଏମ୍‌ଓ କାର୍ଯ୍ୟାଳୟରୁ ମିଳିଥିଲା। ଗୁରୁବାର ଆଉଟଡୋରରେ ୯୩ ରୋଗୀ ନାମ ପଞ୍ଜୀକରଣ କରିଥିଲେ। ୫୦ ଜଣଙ୍କ ପରୀକ୍ଷା ସରିବା ପରେ ବାକି ରୋଗୀଙ୍କ ଆର୍‌ଟିପିସିଆର୍‌ ବାଧ୍ୟ ହୋଇ କରାଯାଇଥିଲା। ଯାହା ସମୟ ସାପେକ୍ଷ ଥିଲା। ଏଠାରେ ରୋଗୀଙ୍କ ଚିକିତ୍ସା ପକ୍ରିୟା ଆରମ୍ଭ କରିବାକୁ ଅଧିକ ଦିନେ ଦୁଇଦିନ ଅପେକ୍ଷା କରିବାକୁ ପଡୁଛି। କାରଣ ଚିକିତ୍ସା ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ ରହିଛି।
କେବଳ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ନୁହେଁ ଏସ୍‌ସିବିରେ ମଧ୍ୟ ସମାନ ସ୍ଥିତି। ଏଠାରେ ଆଣ୍ଟିଜେନ କିଟ୍‌ ନ ଥିବାରୁ ଗୁରୁବାର ସୁପର୍‌ ସ୍ପେସିଆଲିଟି ଆଉଟଡୋର୍‌ରେ ଶତାଧିକ ରୋଗୀ ହଇରାଣ ହୋଇଛନ୍ତି। ଉଭୟ ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗ ଆଉଟଡୋର୍‌ରେ ଡାକ୍ତରଙ୍କ ପରାମର୍ଶ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ରୋଗୀ ଆସିଥିଲେ। କିନ୍ତୁ ମାତ୍ର ୨୦ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପରେ କିଟ୍‌ ସରିଗଲା। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ଭାବେ ଆର୍‌ଟିପିସିଆର୍‌ କରାଇଥିଲେ। ରିପୋର୍ଟ ବିଳମ୍ବରେ ଆସିବା ଯୋଗୁ ଯେଉଁମାନେ ସେହି ଦିନ ଘରକୁ ଫେରିବାର ଥିଲା ସେମାନେ ବାଧ୍ୟ ହୋଇ ଅଟକି ରହିଲେ। ଏବେ ଉଭୟ ମେଡିକାଲ୍‌ କର୍ମଚାରୀ ଓ ରୋଗୀ କିଟ୍‌ ନ ଥିବା କାରଣରୁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। କିଟ୍‌ ଅଭାବ ଅଭିଯୋଗକୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଏସ୍‌ସିବି କର୍ତ୍ତୃପକ୍ଷ ଏବଂ କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ବୀକାର କରିଛନ୍ତି। ଏ ନେଇ ସିଡିଏମ୍‌ଓ ଡା. ସତ୍ୟବ୍ରତ ଚ୍ଛୋଟରାୟ କହିଛନ୍ତି, ଆମେ ଶୁଣୁଛୁ କିଟ୍‌ ଭୁବନେଶ୍ୱରରେ ଯଥେଷ୍ଟ ଅଛି, କିନ୍ତୁ କଟକରେ ଅଭାବ। ତଥାପି ସମସ୍ୟା ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମରାମତି କଲେ ସୁକିନ୍ଦା ଭୀମଆର୍ମି କର୍ମକର୍ତ୍ତା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.) : ଯାଜପୁର ଜିଲାର ଖଣିଖାଦାନ ସହ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ୫୩ ନମ୍ବର ଯାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ସୁକିନ୍ଦାଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା...

ବସନ୍ତ ବିହାର କଣ୍ଟେନମେଣ୍ଟ ଜୋନ ଘୋଷଣା

ପାରଳାଖେମୁଣ୍ଡି, ୧୬।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକାର ବସନ୍ତ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ...

ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ

ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦...

ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି...

ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ଦୀପ୍ତି

ଢେଙ୍କାନାଳ ଅଫିସ, ୨୧ା୧୧: ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କ...

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର ଅଫିସ,୧୮ ।୯: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର-ହଳଦୀପଦା ରାସ୍ତାର ଚିରକୁଣି ଚଟାଣରେ ଶୁକ୍ରବାର ବନ୍ୟାଜଳ ସ୍ରୋତରେ ଏକ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଇଛି...

ସିଲେକ୍ସନ ଓ୍ବାରିୟର, ଟାଇଗର ଟିମ୍‌ ବିଜୟୀ

ଦଶପଲ୍ଲା,୭।୩ (ଡି.ଏନ.ଏ.) – ସ୍ଥାନୀୟ ଗାନ୍ଧୀ ମଇଦାନରେ ଚାଲିଥିବା ଦଶପଲ୍ଲା ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ୨ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମେ...

ମରଣମୁହଁରୁ ଫେରିଲେ ୬ ପର୍ଯ୍ୟଟକ

ରାଜନଗର, ୪ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଖୋଲିଛି। ବ୍ୟୟବହୁଳ ଏହି ଇକୋ ରିଟ୍ରିଟ୍‌ର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ...

Advertisement
Archives

Model This Week