Home Left

ରାଜ୍ୟରେ ୨୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୦।୧- ରାଜ୍ୟରେ ରବିବାର ଆଉ ୨୪୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୦୪୩ରେ ପହଞ୍ଚିଛି। ସମ୍ବଲପୁର ଜିଲାରୁ ସର୍ବାଧିକ ୩୫ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ସୁନ୍ଦରଗଡ଼ରୁ ୩୧, ଖୋର୍ଦ୍ଧାରୁ…

ଭୁଶୁଡିଲା ବିଜୁ ସେତୁ: ଜଣେ ମୃତ ୩ଗୁରୁତର

ନବରଙ୍ଗପୁର/ଉମରକୋଟ,୧୦ା୧: ନବରଙ୍ଗପୁର ଜିଲା ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ପୋଲ ଭୁଶୁଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉମରକୋଟ ଗ୍ରାମ୍ୟ ଉନ୍ନୟନ…

ଅଳ୍ପକେ ବର୍ତ୍ତିଲେ ଯବାନ: ଅଫୁଟା ଲ୍ୟାଣ୍ଡମାଇନ ଜବତ

ଚିତ୍ରକୋଣ୍ଡା,୧୦ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅଧୀନ ହାଣ୍ଡିଖାଲ ଜଙ୍ଗଲରୁ କୋମ୍ବିଂ ଅପରେଶନ ବେଳେ ବିଏସ୍‌ଏଫ୍‌ ଯବାନ ଏକ ଅଫୁଟା ଲ୍ୟାଣ୍ଡମାଇନ୍‌ ଜବତ କରିଛନ୍ତି। ଏହାର ଓଜନ ୫ କିଲୋଗ୍ରାମ ହେବ। ଏଥିସହ ମାଓବାଦୀମାନେ…

ଭଙ୍ଗାରୁଜା ପରେ ଖଟରଙ୍କ କିଷାନ ବୈଠକ ବାତିଲ

ଚଣ୍ଡିଗଡ଼,୧୦।୧- କର୍ନାଲଠାରେ ରବିବାର ହେବାକୁ ଥିବା ‘କିଷାନ ମହାପଞ୍ଚାୟତ’ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ତାଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ଭେନ୍ୟୁରେ ବ୍ୟାପକ…

ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର କାରଣ ଏବଂ ମୃତ ନାବାଳିକାଙ୍କ ଖୁଡ଼ୀ ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି।…

ସୁରିନାମର ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ

ନୂଆଦିଲ୍ଲୀ,୧୦।୧: ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ ପରେ ସରକାର ସାଣ୍ଟୋଖିଙ୍କୁ ଅତିଥି ଭାବେ ଯୋଗଦେବା…

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍‌ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି। ବ୍ଲାକ ବକ୍ସରେ ରେକର୍ଡ ହୋଇଥିବା ବିମାନର କକ୍‌ପିଟ୍‌ ଭିତରେ ପାଇଲଟ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା…

କରୋନା ଟିକାର ଦ୍ୱିତୀୟ ମାତ୍ରା ନେଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୧୦।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କରୋନା ଟିକାର ଦ୍ୱିତୀୟ ମାତ୍ରା ନେଇଛନ୍ତି। ଏହା ମଧ୍ୟ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା। ଏହା ବ୍ୟତୀତ ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ ମଧ୍ୟ ଟିକାର ଦ୍ୱିତୀୟ ମାତ୍ରା ନେଇଥିଲେ। ଦ୍ୱିତୀୟ ଟିକାକରଣ…

ଶୁଖିଲା ପଡିଛି ମହାନଦୀ

ବୌଦ୍ଧ,୧୦।୧: ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀରେ ଜଳସ୍ତର କମିବାରେ ଲାଗିଛି । ବିଶେଷ କରି ଖରାଦିନେ ମହାନଦୀ ଶୁଖିଲା ପଡୁଛି । କିନ୍ତୁ ଚଳିତବର୍ଷ ଜାନୁୟାରୀ ମାସ ଆରମ୍ଭରୁ ନଦୀରେ ପାଣି ଦେଖିବାକୁ ମିଳୁ…

ପାକିସ୍ତାନ ଅନ୍ଧାର, ଭାରତକୁ ଦୋଷ ଦେଲେ ମନ୍ତ୍ରୀ

ଇସଲାମାବାଦ,୧୦।୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନରେ ଏକ ‘ନୂତନ ପାକିସ୍ତାନ’ ଗଢିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ଏବେ ଦେଶ ଆର୍ଥିକ ଦେବାଳିଆ ହେବା ସହ ଶନିବାର ବିଳମ୍ବିତ ରାତିରେ ହଠାତ୍‌ ସମଗ୍ର ଦେଶ ଅନ୍ଧାରରେ ବୁଡି ଯାଇଥିବା ଦେଖିବାକୁ…

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୦।୧- ମହାରାଷ୍ଟ୍ରର ଭନ୍ଦରାସ୍ଥିତ ଜିଲା ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଉ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ରାଜ୍ୟର ପୂରା…

୪୮ଦିନର କାମ ୪ ବର୍ଷରେ ସରୁନି

ଖଡିଆଳ,୧୦।୧: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ୪ ବର୍ଷ ପରେ ସମ୍ପୂର୍ଣ୍ଣ ନ ହୋଇ ପଡ଼ିରହିିଛି। ଗଦାପଦର ଗ୍ରାମର ବୃଦ୍ଧା କୁନ୍ଧନେ ମାଝି(୮୦)ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri