କାଳବୈଶାଖୀ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଲଙ୍ଗଳେଶ୍ୱର, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁ ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। ବିଶେଷ କରି ଧାନଜମିରେ ଦୁଇ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ପବନ ସହ ବର୍ଷା ଯୋଗୁ ୬୦ରୁ ୭୦ ପ୍ରତିଶତ ଜମିରେ ପାଚିଲା ଧାନ ମାଟି ଉପରେ ଶୋଇଯାଇଛି। ଗୋଟିଏ ପଟେ ଲକଡାଉନ୍‌ କଟକଣା ଯୋଗୁ ଧାନ ଅମଳ ହୋଇପାରି ନ ଥିବା ବେଳେ ଅନ୍ୟପଟେ କାଳବୈଶାଖୀ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧୁଛି।
ବାଲେଶ୍ୱର ଜିଲା ଅଧୀନ ବାଲିଆପାଳ ଏବଂ ଲଙ୍ଗଳେଶ୍ୱର ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ଚାଷୀମାନେ ଧାନରୁଆଠାରୁ ଆରମ୍ଭ କରି ଧାମ ଅମଳ ପର୍ଯ୍ୟନ୍ତ ସମସ୍ତ ଚାଷ କାର୍ଯ୍ୟ ପାଇଁ ପଡ଼ୋଶୀ ମୟୂରଭଞ୍ଜ ଜିଲା ଏବଂ ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ନିର୍ଭର କରିଥାନ୍ତି। ମାତ୍ର ଏବେ ଲକଡାଉନ୍‌ କଟକଣା ଯୋଗୁ ବାହାର ରାଜ୍ୟରୁ ଶ୍ରମିକ ଆସିପାରୁ ନ ଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ କଟା ହୋଇ ନ ପାରିବାରୁ ଚାଷୀ କୁଳ ଚିନ୍ତାରେ ଅଛନ୍ତି। ଏହାସହିତ ହାର୍ଭେଷ୍ଟର ମେଶିନ ପାଇଁ ଡ୍ରାଇଭର ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ଆସିଥାନ୍ତି। ଲକଡାଉନ୍‌ କଟକଣା ଯୋଗୁ ଅନ୍ୟ ରାଜ୍ୟରୁ ଡ୍ରାଇଭର ମଧ୍ୟ ଆସିବା ସମ୍ଭବ ହୋଇପାରୁନି। କେମିତି ଧାନ ଅମଳ କରିବେ ସେହି ଚିନ୍ତାରେ ଅଛନ୍ତି ଚାଷୀ କୁଳ। ଗୋଟିଏ ପଟେ କରୋନା ପ୍ରଭାବିତ କରୁଥିବା ବେଳେ ଅନ୍ୟପଟେ ବର୍ଷା ଦାଉ ସାଧୁଛି। ଗତବର୍ଷ ରବି ଫସଲ ଅମଳ ବେଳକୁ ବାତ୍ୟା ଅମ୍ପନ ସମ୍ପୂର୍ଣ୍ଣ ଭାବେ ଧାନ ଚାଷ ଉଜାଡ଼ି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା କରିପାରି ନ ଥିବା ବେଳେ ଚାଷୀମାନେ ଚଳିତବର୍ଷ ଚାଷ ଉପରେ ଆଶା ରଖିଥିଲେ। ମାତ୍ର ଅମଳ ସମୟରେ ଲକଡାଉନ୍‌ କଟକଣା ଏବଂ କାଳବୈଶାଖୀ ବର୍ଷା ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେବାକୁ ବସିଛି। ଧାମ ଅମଳ ହୋଇ ନ ପାରିଲେ ଚାଷୀଙ୍କ ସବୁ ଆଶା ଚୁର୍‌ମାର ହେବା ନିଶ୍ଚିତ। ବ୍ୟାଙ୍କ, ସୋସାଇଟି ଏବଂ ହାତ ଉଧାରି କରି ଚାଷ କାର୍ଯ୍ୟରେ ଟଙ୍କା ବିନିଯୋଗ କରିଥିବା ଚାଷୀ ଧାନ ଅମଳ କରି ଧାର ଟଙ୍କା ପରିଶୋଧ କରିବା ସହିତ ନିଜର ଆବଶ୍ୟକତା ମେଣ୍ଟାଇଥାଏ। ଯାହା କି ଏବେ ଅସମ୍ଭବ ଲାଗୁଛି। ସରକାର ଏନେଇ ପଦକ୍ଷେପ ନେଲେ ଚାଷୀକୂଳ ଏହି ଦୁର୍ଦ୍ଦଶାରୁ ରକ୍ଷା ପାଇପାରନ୍ତେ ବୋଲି କାଳିଚରଣ ଜେନା, ସାର୍ତ୍ତୁକ ରାଉଳ ଓ ଅମୂଲ୍ୟ ପଟ୍ଟାୟତ ପ୍ରମୁଖ ଚାଷୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?