କାଳବୈଶାଖୀ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଲଙ୍ଗଳେଶ୍ୱର, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁ ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। ବିଶେଷ କରି ଧାନଜମିରେ ଦୁଇ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ପବନ ସହ ବର୍ଷା ଯୋଗୁ ୬୦ରୁ ୭୦ ପ୍ରତିଶତ ଜମିରେ ପାଚିଲା ଧାନ ମାଟି ଉପରେ ଶୋଇଯାଇଛି। ଗୋଟିଏ ପଟେ ଲକଡାଉନ୍‌ କଟକଣା ଯୋଗୁ ଧାନ ଅମଳ ହୋଇପାରି ନ ଥିବା ବେଳେ ଅନ୍ୟପଟେ କାଳବୈଶାଖୀ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧୁଛି।
ବାଲେଶ୍ୱର ଜିଲା ଅଧୀନ ବାଲିଆପାଳ ଏବଂ ଲଙ୍ଗଳେଶ୍ୱର ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ଚାଷୀମାନେ ଧାନରୁଆଠାରୁ ଆରମ୍ଭ କରି ଧାମ ଅମଳ ପର୍ଯ୍ୟନ୍ତ ସମସ୍ତ ଚାଷ କାର୍ଯ୍ୟ ପାଇଁ ପଡ଼ୋଶୀ ମୟୂରଭଞ୍ଜ ଜିଲା ଏବଂ ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ନିର୍ଭର କରିଥାନ୍ତି। ମାତ୍ର ଏବେ ଲକଡାଉନ୍‌ କଟକଣା ଯୋଗୁ ବାହାର ରାଜ୍ୟରୁ ଶ୍ରମିକ ଆସିପାରୁ ନ ଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ କଟା ହୋଇ ନ ପାରିବାରୁ ଚାଷୀ କୁଳ ଚିନ୍ତାରେ ଅଛନ୍ତି। ଏହାସହିତ ହାର୍ଭେଷ୍ଟର ମେଶିନ ପାଇଁ ଡ୍ରାଇଭର ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ଆସିଥାନ୍ତି। ଲକଡାଉନ୍‌ କଟକଣା ଯୋଗୁ ଅନ୍ୟ ରାଜ୍ୟରୁ ଡ୍ରାଇଭର ମଧ୍ୟ ଆସିବା ସମ୍ଭବ ହୋଇପାରୁନି। କେମିତି ଧାନ ଅମଳ କରିବେ ସେହି ଚିନ୍ତାରେ ଅଛନ୍ତି ଚାଷୀ କୁଳ। ଗୋଟିଏ ପଟେ କରୋନା ପ୍ରଭାବିତ କରୁଥିବା ବେଳେ ଅନ୍ୟପଟେ ବର୍ଷା ଦାଉ ସାଧୁଛି। ଗତବର୍ଷ ରବି ଫସଲ ଅମଳ ବେଳକୁ ବାତ୍ୟା ଅମ୍ପନ ସମ୍ପୂର୍ଣ୍ଣ ଭାବେ ଧାନ ଚାଷ ଉଜାଡ଼ି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା କରିପାରି ନ ଥିବା ବେଳେ ଚାଷୀମାନେ ଚଳିତବର୍ଷ ଚାଷ ଉପରେ ଆଶା ରଖିଥିଲେ। ମାତ୍ର ଅମଳ ସମୟରେ ଲକଡାଉନ୍‌ କଟକଣା ଏବଂ କାଳବୈଶାଖୀ ବର୍ଷା ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେବାକୁ ବସିଛି। ଧାମ ଅମଳ ହୋଇ ନ ପାରିଲେ ଚାଷୀଙ୍କ ସବୁ ଆଶା ଚୁର୍‌ମାର ହେବା ନିଶ୍ଚିତ। ବ୍ୟାଙ୍କ, ସୋସାଇଟି ଏବଂ ହାତ ଉଧାରି କରି ଚାଷ କାର୍ଯ୍ୟରେ ଟଙ୍କା ବିନିଯୋଗ କରିଥିବା ଚାଷୀ ଧାନ ଅମଳ କରି ଧାର ଟଙ୍କା ପରିଶୋଧ କରିବା ସହିତ ନିଜର ଆବଶ୍ୟକତା ମେଣ୍ଟାଇଥାଏ। ଯାହା କି ଏବେ ଅସମ୍ଭବ ଲାଗୁଛି। ସରକାର ଏନେଇ ପଦକ୍ଷେପ ନେଲେ ଚାଷୀକୂଳ ଏହି ଦୁର୍ଦ୍ଦଶାରୁ ରକ୍ଷା ପାଇପାରନ୍ତେ ବୋଲି କାଳିଚରଣ ଜେନା, ସାର୍ତ୍ତୁକ ରାଉଳ ଓ ଅମୂଲ୍ୟ ପଟ୍ଟାୟତ ପ୍ରମୁଖ ଚାଷୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ

ବସ୍ତା,୧୪।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଗୁଡିଖାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଚଳନ୍ତା ଟ୍ରକରେ ନିଆଁ...

ରତ୍ନଭଣ୍ଡାର ଖୋଲିବାରେ ବିଳମ୍ବ କରିବା ଅଫିସରଙ୍କ ଅହଂକାର: ବିଜୟ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ...

ଏଣିକି ଛୋଟ ଜାଗା ପାଇଁ ବିଲ୍ଡିଂ ପ୍ଲାନ୍‌: ୪୮ ଘଣ୍ଟାରେ ଅନ୍‌ଲାଇନରେ ମିଳିବ ଅନୁମୋଦନ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ସହରବାସୀଙ୍କ ପାଇଁ ଖୁସି ଖବର। ଛୋଟ ଜାଗା (୫୦୦ ବର୍ଗ ମିଟରରୁ କମ୍‌)ରେ ଘର କରିବାକୁ ଚାହୁଁଥିଲେ ବିଡିଏ ପକ୍ଷରୁ ଆବେଦନର ୪୮...

୧୪ରୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଅକ୍ଟୋବର ୧୪ରୁ ୨୦ ତାରିଖ...

ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ...

ଦାଦନ ଶ୍ରମିକଙ୍କ କାଟିଥିଲେ ହାତ: ଏବେ ୧୦ ବର୍ଷ କାରାଦଣ୍ଡ

ଭବାନୀପାଟଣା,୧୯।୭(ସ୍ବ.ପ୍ର.): ୨୦୧୩ରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ୨ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହିତ ହାତ କଟାଯାଇଥିଲା। ଏହି ଘଟଣାର ଶେଷ ଅଭିଯୁକ୍ତ ପରଶୁରାମ...

ଆଜି ରାଜ୍ୟରେ ୪୦୦ ପାର୍‌ କଲା କରୋନା

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୪୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଫନୀ ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୩.୮୯ ଲକ୍ଷ ଘର ଅନୁମୋଦନ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭାଙ୍ଗିଯାଇଥିବା ଲୋକଙ୍କୁ ଘର ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week