ନିମ୍ନମାନର କାର୍ଯ୍ୟ, ଅର୍ଥ ହରିଲୁଟ୍‌ ମସୁଧା

ନିମାପଡ଼ା,୧୪।୫(ଡି.ଏନ.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଓ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟରେ ଚଞ୍ଚକତା କରାଯାଇ ଅତି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି। ଏହି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ପାର୍କ, ଖେଳପଡ଼ିଆ, ଆଦର୍ଶ ପୁଷ୍କରିଣୀ ନିର୍ମାଣ ନିମନ୍ତେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଛି। ହେଲେ ସରକାରୀ ନୀତି ନିୟମ ଓ ଏଷ୍ଟିମେଟକୁ ଉଲ୍ଲଂଘନ କରାଯାଇ ମନମୁଖି ଭାବେ କାର୍ଯ୍ୟ କରାଯାଉଛି। ନୂତନ ପ୍ରକଳ୍ପର କାର୍ଯ୍ୟ ମାତ୍ର ଅଳ୍ପ ପରିମାଣର କରାଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରି ସରକାରୀ ଅର୍ଥ ହଡ଼ପ ପାଇଁ ମସୁଧା ଚାଲିଛି। ପଞ୍ଚାୟତବାସୀଙ୍କ ସୁବିଧା ନିମନ୍ତେ ପଞ୍ଚାୟତର ମଧ୍ୟସ୍ଥଳରେ ପାର୍କ ନିର୍ମାଣ କରାଯିବାର ନିୟମ ଥିବାବେଳେ ତାହା କରା ନ ଯାଇ ସରପଞ୍ଚଙ୍କ ନିଜ ଗ୍ରାମ ତଥା ଘର ନିକଟରେ କରାଯାଉଛି। ସରକାରୀ ଜାଗା ପରିବର୍ତ୍ତେ ସ୍ଥାନୀୟ ଠାକୁରଙ୍କ ଦେବୋତ୍ତର ବିଭାଗ ଜମି ଓ ପୂର୍ବରୁ ନିର୍ମିତ ଧାନଖଳାରେ ଏହି ପାର୍କ ନିର୍ମାଣ ହେଉଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଷ୍ଟିମେଷ୍ଟ ଅନୁଯାୟୀ ଖନନ କରା ନ ଯାଇ ମାତ୍ର ନିମ୍ନମାନର ରଡ୍‌, ସିମେଣ୍ଟ ବ୍ୟବହାର କରାଯାଇ ପାର୍କର ପାଚେରି ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଫଳରେ କମ୍‌ ଦିନ ମଧ୍ୟରେ ଏହି ପାଚେରି ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି।
ସେହିପରି ଉକ୍ତ ପଞ୍ଚାୟତର ଷଣ୍ଢପୁର ଗ୍ରାମରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସିଙ୍ଗଡ଼ା ପୋଖରୀକୁ ଆଦର୍ଶ ପୁଷ୍କରିଣୀରେ ପରିଣତ କରାଯିବା ପାଇଁ କାର୍ଯ୍ୟ ଚାଲିଛି। ହେଲେ ପୋଖରୀରୁ ଦଳ ସଫା ନ କରି ହୁଡ଼ାର ଦୁଇ ପାର୍ଶ୍ୱରେ ଅଳ୍ପ କିଛି ମାଟି ପକାଯାଇ ଲକ୍ଷାଧିକ ଟଙ୍କା ବିଲ୍‌ କରି ଅର୍ଥ ହଡ଼ପ ପାଇଁ ମସୁଧା ଚାଲିଛି। ଷଣ୍ଢପୁର ଗ୍ରାମର ମୁଖ୍ୟ ରାସ୍ତାକଡ଼ ଗାଈଗୋଠ ଓ ମନ୍ଦିର ନିକଟରେ ଥିବା ଅତି ସଂକୀର୍ଣ୍ଣ ଜାଗାରେ ଖେଳପଡ଼ିଆ ନିର୍ମାଣ ଚାଲିଛି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ନିର୍ମାଣ ଓ ରଙ୍ଗ କରାଯିବା କାର୍ଯ୍ୟ ନିମ୍ନମାନର ବୋଲି ଜଣାପଡ଼ିଛି। ଏଭଳି ଅନେକ ଉନ୍ନୟନ କାର୍ଯ୍ୟ ନିମ୍ନମାନର କରାଯାଇ ଅର୍ଥ ଆତ୍ମସାତ୍‌ ପାଇଁ ଯୋଜନା ଚାଲିଥିବା ସୁବାସ ଚନ୍ଦ୍ର ଲେଙ୍କା, ସୁଶାନ୍ତ ପାତ୍ର, ଶରତ ଗିଲି, ଅଶୋକ ଲେଙ୍କା, ପ୍ରଦୀପ ବାରିକ, ସାବିତ ଖଁା, ଜଇମୁର ଖଁାଙ୍କ ସମେତ ଶତାଧିକ ଲୋକ ଅଭିଯୋଗ କରିଛନ୍ତି। ଏଥିସହ ପଞ୍ଚାୟତବାସୀ ପଞ୍ଚାୟତିରାଜ ସଚିବ, ୫-ଟି ସଚିବ, ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କ ନିକଟକୁ ଦାବିପତ୍ର ପଠାଇବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପଞ୍ଚାୟତର କର୍ମୀ ବ୍ଲକ ବିଜେଡି ସଭାପତି ଅଶୋକ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପଦକ୍ଷେପ ନିଆ ନ ଗଲେ ଗଣଆନ୍ଦୋଳନ କରାଯିବ ବୋଲି ସୁବାସ ଲେଙ୍କା, ସୁଶାନ୍ତ ପାତ୍ର, ଶରତ ଗିଲି, ଶିଶିର ସେନାପତି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହ୍ନେଇ ଚରଣ ପ୍ରଧାନ ଏବଂ ସରପଞ୍ଚ ଅଭିମନ୍ୟୁ ସାହୁ କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ସରକାରୀ ନିୟମ ଅନୁସାରେ ଓ ଏଷ୍ଟିମେଟ ଅନୁଯାୟୀ କରାଯାଉଛି। କୌଣସି ଅନିୟମିତତା ହୋଇନାହିଁ। ଏ ନେଇ ଯାହା ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ଭିିତ୍ତିହୀନ। ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି। ଅନ୍ୟପକ୍ଷେ ବିଡିଓ ମନୋଜ ବେହେରା ଏବଂ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ ସେନାପତି କହିଛନ୍ତି, ଅଭିଯୋଗ ମିଳିଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?