ନିମ୍ନମାନର କାର୍ଯ୍ୟ, ଅର୍ଥ ହରିଲୁଟ୍‌ ମସୁଧା

ନିମାପଡ଼ା,୧୪।୫(ଡି.ଏନ.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଓ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟରେ ଚଞ୍ଚକତା କରାଯାଇ ଅତି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି। ଏହି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ପାର୍କ, ଖେଳପଡ଼ିଆ, ଆଦର୍ଶ ପୁଷ୍କରିଣୀ ନିର୍ମାଣ ନିମନ୍ତେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଛି। ହେଲେ ସରକାରୀ ନୀତି ନିୟମ ଓ ଏଷ୍ଟିମେଟକୁ ଉଲ୍ଲଂଘନ କରାଯାଇ ମନମୁଖି ଭାବେ କାର୍ଯ୍ୟ କରାଯାଉଛି। ନୂତନ ପ୍ରକଳ୍ପର କାର୍ଯ୍ୟ ମାତ୍ର ଅଳ୍ପ ପରିମାଣର କରାଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରି ସରକାରୀ ଅର୍ଥ ହଡ଼ପ ପାଇଁ ମସୁଧା ଚାଲିଛି। ପଞ୍ଚାୟତବାସୀଙ୍କ ସୁବିଧା ନିମନ୍ତେ ପଞ୍ଚାୟତର ମଧ୍ୟସ୍ଥଳରେ ପାର୍କ ନିର୍ମାଣ କରାଯିବାର ନିୟମ ଥିବାବେଳେ ତାହା କରା ନ ଯାଇ ସରପଞ୍ଚଙ୍କ ନିଜ ଗ୍ରାମ ତଥା ଘର ନିକଟରେ କରାଯାଉଛି। ସରକାରୀ ଜାଗା ପରିବର୍ତ୍ତେ ସ୍ଥାନୀୟ ଠାକୁରଙ୍କ ଦେବୋତ୍ତର ବିଭାଗ ଜମି ଓ ପୂର୍ବରୁ ନିର୍ମିତ ଧାନଖଳାରେ ଏହି ପାର୍କ ନିର୍ମାଣ ହେଉଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଷ୍ଟିମେଷ୍ଟ ଅନୁଯାୟୀ ଖନନ କରା ନ ଯାଇ ମାତ୍ର ନିମ୍ନମାନର ରଡ୍‌, ସିମେଣ୍ଟ ବ୍ୟବହାର କରାଯାଇ ପାର୍କର ପାଚେରି ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଫଳରେ କମ୍‌ ଦିନ ମଧ୍ୟରେ ଏହି ପାଚେରି ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି।
ସେହିପରି ଉକ୍ତ ପଞ୍ଚାୟତର ଷଣ୍ଢପୁର ଗ୍ରାମରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସିଙ୍ଗଡ଼ା ପୋଖରୀକୁ ଆଦର୍ଶ ପୁଷ୍କରିଣୀରେ ପରିଣତ କରାଯିବା ପାଇଁ କାର୍ଯ୍ୟ ଚାଲିଛି। ହେଲେ ପୋଖରୀରୁ ଦଳ ସଫା ନ କରି ହୁଡ଼ାର ଦୁଇ ପାର୍ଶ୍ୱରେ ଅଳ୍ପ କିଛି ମାଟି ପକାଯାଇ ଲକ୍ଷାଧିକ ଟଙ୍କା ବିଲ୍‌ କରି ଅର୍ଥ ହଡ଼ପ ପାଇଁ ମସୁଧା ଚାଲିଛି। ଷଣ୍ଢପୁର ଗ୍ରାମର ମୁଖ୍ୟ ରାସ୍ତାକଡ଼ ଗାଈଗୋଠ ଓ ମନ୍ଦିର ନିକଟରେ ଥିବା ଅତି ସଂକୀର୍ଣ୍ଣ ଜାଗାରେ ଖେଳପଡ଼ିଆ ନିର୍ମାଣ ଚାଲିଛି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ନିର୍ମାଣ ଓ ରଙ୍ଗ କରାଯିବା କାର୍ଯ୍ୟ ନିମ୍ନମାନର ବୋଲି ଜଣାପଡ଼ିଛି। ଏଭଳି ଅନେକ ଉନ୍ନୟନ କାର୍ଯ୍ୟ ନିମ୍ନମାନର କରାଯାଇ ଅର୍ଥ ଆତ୍ମସାତ୍‌ ପାଇଁ ଯୋଜନା ଚାଲିଥିବା ସୁବାସ ଚନ୍ଦ୍ର ଲେଙ୍କା, ସୁଶାନ୍ତ ପାତ୍ର, ଶରତ ଗିଲି, ଅଶୋକ ଲେଙ୍କା, ପ୍ରଦୀପ ବାରିକ, ସାବିତ ଖଁା, ଜଇମୁର ଖଁାଙ୍କ ସମେତ ଶତାଧିକ ଲୋକ ଅଭିଯୋଗ କରିଛନ୍ତି। ଏଥିସହ ପଞ୍ଚାୟତବାସୀ ପଞ୍ଚାୟତିରାଜ ସଚିବ, ୫-ଟି ସଚିବ, ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କ ନିକଟକୁ ଦାବିପତ୍ର ପଠାଇବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପଞ୍ଚାୟତର କର୍ମୀ ବ୍ଲକ ବିଜେଡି ସଭାପତି ଅଶୋକ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପଦକ୍ଷେପ ନିଆ ନ ଗଲେ ଗଣଆନ୍ଦୋଳନ କରାଯିବ ବୋଲି ସୁବାସ ଲେଙ୍କା, ସୁଶାନ୍ତ ପାତ୍ର, ଶରତ ଗିଲି, ଶିଶିର ସେନାପତି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହ୍ନେଇ ଚରଣ ପ୍ରଧାନ ଏବଂ ସରପଞ୍ଚ ଅଭିମନ୍ୟୁ ସାହୁ କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ସରକାରୀ ନିୟମ ଅନୁସାରେ ଓ ଏଷ୍ଟିମେଟ ଅନୁଯାୟୀ କରାଯାଉଛି। କୌଣସି ଅନିୟମିତତା ହୋଇନାହିଁ। ଏ ନେଇ ଯାହା ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ଭିିତ୍ତିହୀନ। ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି। ଅନ୍ୟପକ୍ଷେ ବିଡିଓ ମନୋଜ ବେହେରା ଏବଂ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ ସେନାପତି କହିଛନ୍ତି, ଅଭିଯୋଗ ମିଳିଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri