Posted inଖେଳ

ଏହି କ୍ରିକେଟର୍‌ଙ୍କୁ ସରକାରଙ୍କଠାରୁ ମିଳିଥିଲା ହତ୍ୟା ଧମକ: ଏବେ କରୁଛନ୍ତି ଭଗବାନ ସେବା

ଜିମ୍ବାୱେର ପୂର୍ବତନ ଅଧିନାୟକ ଟାତେନ୍ଦା ତାଇବୁ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୧୪, ୧୯୮୩ରେ ହରାରେ ଜନ୍ମଗ୍ରହଣ କରିଥିବା ତାଇବୁ ମାତ୍ର ୨୦ ବର୍ଷ, ୩୫୮ ଦିନ ବୟସରେ ଟେଷ୍ଟ ଅଧିନାୟକତ୍ୱ ହୋଇଥିଲେ, ଯାହାକି ବିଶ୍ୱ ରେକର୍ଡ ଥିଲା। ଟେଷ୍ଟ ଅଧିନାୟକ ହେବାରେ ସେ ସବୁଠାରୁ କନିଷ୍ଠ ଖେଳାଳି ଥିଲେ। ତେବେ ୧୫ ବର୍ଷ ପରେ, ଏହି ରେକର୍ଡ ରସିଦ ଖାନଙ୍କ ନାମରେ ହୋଇଥିଲା। ତାଇବୁଙ୍କ କ୍ୟାରିଅର୍‌ ଯେତେ ଶୀଘ୍ର ଆରମ୍ଭ ହେଲା, ସେତେ ଶୀଘ୍ର ସମାପ୍ତ ହୋଇଥିଲା। ତାଇବୁଙ୍କ କ୍ୟାରିୟର କେବଳ ୨୮ ଟେଷ୍ଟ, ୧୫୦ ଏକଦିବସୀୟ ଏବଂ ୧୭ଟି -୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଜିମ୍ବାୱେରେ ରାଜନୈତିକ ପରିସ୍ଥିତି ଯୋଗୁ ତାଇବୁଙ୍କ ସ୍ବଳ୍ପ କ୍ରିକେଟ୍‌ କ୍ୟାରିୟର ରହିଥିଲା। ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରୋବର୍ଟ ମୁଗାବେ ଜିମ୍ବାୱେରେ ଏକ କୋଟା ବ୍ୟବସ୍ଥା ପ୍ରଣୟନ କରିବାକୁ ଚେଷ୍ଟା କରିଥିଲେ ଯାହା ବିରୁଦ୍ଧରେ ସମସ୍ତ ଖେଳାଳି ସ୍ବର ଉତ୍ତୋଳନ କରିଥିଲେ।
ରୋବର୍ଟ ମୁଗାବେଙ୍କ ନୀତି, ହିଥ ଷ୍ଟ୍ରିକ, ଆଣ୍ଡି ଫ୍ଲାଓ୍ବାର, ଗ୍ରାଣ୍ଟ ଫ୍ଲାଓ୍ବାର ବିରୁଦ୍ଧରେ ଛିଡା ହୋଇଥିବା ଖେଳାଳିମାନେ କେବଳ ଦଳ ଛାଡି ନ ଥିଲେ ଜିମ୍ବାୱେ ମଧ୍ୟ ଛାଡିଥିଲା। ଏହି ସମସ୍ତ ଖେଳାଳିଙ୍କୁ ହତ୍ୟା କରିବା ପାଇଁ ମୁଗାବେ ସରକାରଙ୍କଠାରୁ ଧମକ ମଧ୍ୟ ମିଳିଥିଲା। ଏହା ପରେ ଦଳର ଦାୟିତ୍ୱ ତାଇବୁଙ୍କ ହାତରେ ଆସିଲା।
ବହୁତ ଦୁର୍ବଳ ଦଳର ଅଧିନାୟକତ୍ୱ ପାଇଥିଲେ ସେ ଏବଂ ୨୦୦୫ରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଜିମ୍ବାୱେ ଦଳ ଏକ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ତାଇବୁ ଜିମ୍ବାୱେ କ୍ରିକେଟ ବୋର୍ଡ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ତାଇବୁଙ୍କ ଏହି ଅଭିଯୋଗ ପରେ ତାଙ୍କୁ ମୁଗାବେ ସରକାର ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଏବଂ ଫଳାଫଳ ହେଲା ଯେ ତାଇବୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।
ଅବସର ନେବା ପରେ ତାଇବୁ ଦକ୍ଷିଣ ଆଫ୍ରିକାରେ କ୍ଲବ କ୍ରିକେଟ ଖେଳିଥିଲେ। ତେବେ ଦୁଇ ବର୍ଷ ପରେ ସେ ଅବସର ପ୍ରତ୍ୟାହାର କରିନେଲେ। ୨୦୦୮ରେ, ତାଇବୁଙ୍କୁ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ କିଣିଥିଲା। ତାଇବୁ ଜିମ୍ବାୱେ ସିରିଜ ଛାଡି ଆଇପିଏଲରେ ଖେଳିବା ପରେ ବୋର୍ଡ ତାଙ୍କୁ ୧୦ଟି ମ୍ୟାଚ ପାଇଁ ବାରଣ କରିଥିଲା। ୨୦୧୧ରେ, ତାଇବୁ କ୍ରିକେଟରୁ ଅବସର ନେଇଥିଲେ ଏବଂ ଏକ ଚର୍ଚ୍ଚର ପୁରୋହିତ ହୋଇଥିଲେ। ତାଇବୁଙ୍କ ଅନ୍ତର୍ଜାତୀୟ କ୍ୟାରିୟର ମାତ୍ର ୨୯ ବର୍ଷ ବୟସରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?