କାହିଁକି ଦିଆଯାଉଛି କରୋନା ଟିକାର ଦୁଇ ଡୋଜ୍‌, ଜାଣନ୍ତୁ ଏହା ପଛରେ ଥିବା ରୋଚକ ତଥ୍ୟ

ଭୂତାଣୁ ରୋକିବା ପାଇଁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ୧୮ରୁ ଅଧିକ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି। ଭାରତରେ ଦୁଇଟି ଟିକା ଯଥା ପ୍ରଥମ କୋଭାକ୍ସିନ ଏବଂ ଦ୍ୱିତୀୟ କୋଭିଶିଲ୍ଡ ବ୍ୟାପକ ଭାବରେ ପ୍ରୟୋଗ କରାଯାଉଛି। ଲୋକଙ୍କୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଟିକାର ଦୁଇ ଡୋଜ୍‌ ଦିଆଯାଉଛି। ଏହି ଡୋଜ୍‌ ମଧ୍ୟରେ ପ୍ରାୟ ୪ରୁ ୬ ସପ୍ତାହ ମଧ୍ୟରେ ପାର୍ଥକ୍ୟ ଅଛି। ଏପରି ପରିସ୍ଥିତିରେ ନିଶ୍ଚିତ ଭାବରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, କୋଭିଡ ଟିକାର ଦୁଇଟି ଡୋଜ୍‌ କାହିଁକି ଦିଆଯାଉଛି? ଏହି ଡୋଜ ମଧ୍ୟରେ ଏତେ ଲମ୍ବା ବ୍ୟବଧାନ କାହିଁକି ଅଛି? ତେବେ ଜାଣନ୍ତୁ ଏହା ପଛରେ ଥିବା କାରଣ ସମ୍ପର୍କରେ…

ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନା ସଂକ୍ରମଣକୁ ରୋକିବାରେ ପ୍ରଥମ ଡୋଜ୍‌ ବା ମାତ୍ରା ଅଧିକ ପ୍ରଭାବଶାଳୀ ନୁହେଁ। ଏଥିପାଇଁ ଦୁଇଟି ଟିକା ଆବଶ୍ୟକ। ଯଦିଓ ଟିକାକରଣର ପ୍ରଥମ ମାତ୍ରା ଶରୀରର ସଂକ୍ରମଣ ସହ ଲଢ଼ିବା କ୍ଷମତାକୁ ମଜବୁତ କରିଥାଏ ଏବଂ ଶରୀରକୁ ଭୂତାଣୁ ବିରୋଧରେ ଚେତାବନୀ ଦେଇଥାଏ, ତଥାପି ଏହା ଆବଶ୍ୟକସ୍ଥଳରେ ତାହା କରେ ନାହିଁ। ସେହି ସମୟରେ, ପ୍ରଥମ ମାତ୍ରା ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବ ପକାଇ ନ ଥାଏ।

ଏହି କାରଣରୁ ଟିକାକରଣର ଦ୍ୱିତୀୟ ଡୋଜ୍‌ ନିହାତି ଆବଶ୍ୟକ। ଦ୍ୱିତୀୟ ଡୋଜ୍‌ ଟିକା ଯୋଗୁ ଆମ ଶରୀରରେ ପ୍ରତିରୋଧକ ଶକ୍ତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୁଏ। ଯେତେବେଳେ ଆମ ଶରୀରରେ କରୋନା ଭୂତାଣୁ ପ୍ରବେଶ କରନ୍ତି ସେତେବେଳେ ଶରୀରର ପ୍ରତିରୋଧକ ଶକ୍ତି ଏହା ସହ ମୁକାବିଲା କରିଥାଏ। ଭୂତାଣୁ ଶରୀର ଭିତରକୁ ଯିବା ମାତ୍ରେ ଆମ ଶରୀରର ଆଣ୍ଟିବଡି ତୁରନ୍ତ ଏହାକୁ ନଷ୍ଟ କରିଦିଏ। ଫଳରେ ଭୂତାଣୁ ଆଉ ଶରୀର ଉପରେ କୌଣସି ପ୍ରଭାବ ପକାଇ ପାରନ୍ତି ନାହିଁ।

ଅନେକ ଟିକା ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ ଉପରେ କାମ କରୁଛି। ଏହି ଟିକାଗୁଡ଼ିକର ମାତ୍ରା ମଧ୍ୟରେ ବ୍ୟବଧାନ ଭିନ୍ନ ଭିନ୍ନ। ଫାଇଜର ଟିକା ଯେଉଁଠାରେ ଦ୍ୱିତୀୟ ଡୋଜ୍‌ ନେବାର ୩ ସପ୍ତାହ ବ୍ୟବଧାନ ରହିଛି। ମୋଡର୍ନା ଏବଂ ଆଷ୍ଟ୍ରାଜେନେକା ଟିକାର ଦ୍ୱିତୀୟ ଡୋଜ୍‌ ବ୍ୟବଧାନ ୪ ସପ୍ତାହ ରହିଛି। ସେହିପରି ରୁଷିଆର ଟିକା ସ୍ପୁଟନିକ୍‌ର ଦ୍ୱିତୀୟ ଡୋଜ୍‌ ନେବା ପାଇଁ ବ୍ୟବଧାନ ୨୧ ଦିନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri