Posted inଜାତୀୟ

ବେକାବୁ ସ୍ଥିତିରେ କରୋନା: ଦିନକରେ ୩.୪୩ ଲକ୍ଷ ସଂକ୍ରମିତ, ୪୦୦୦ ମୃତ

ନୂଆଦିଲ୍ଲୀ,୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନାଟକ, ଛତିଶଗଡ ଏବଂ ଗୁଜରାଟ ଭଳି ୬ଟି ରାଜ୍ୟରୁ ୮୦ ପ୍ରତିଶତ ନୂତନ କରୋନା ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩,୪୩,୧୪୪ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୦୦୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ କୋଟି ୭୦ଲକ୍ଷ ୪ ହଜାର ୮୯୩ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୨ କୋଟି ୭୯ ହଜାର ୫୯୯ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୩୭ ଲକ୍ଷ ୦୪ହଜାର ୮୯୩ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ଘରେ ଆତଙ୍କବାଦୀ ଆକ୍ରମଣ: ସୁରକ୍ଷାକର୍ମୀ ନିହତ

ଶ୍ରୀନଗର,୧।୪: ଜମ୍ମୁ-କଶ୍ମୀରରେ ଭାଜପା ନେତା ଅନଓ୍ବର ଖାଁଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କୁ ବାଧା ଦେବାକୁ ଯାଇ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ନିହତ...

ଭାରତ-ବ୍ରାଜିଲ ମଧ୍ୟରେ ୧୫ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨୬ା୧(ପି.ଟି.): ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଶନିବାର ଦୁଇଦେଶ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା...

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ, ୨୦ା୭(ପି.ଟି.): ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ...

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ

ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ...

ସଚିନଙ୍କ ପାଇଁ ଭାଜପା ଦୁଆର ଖୋଲା: ଓମ ମାଥୁର

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତିରେ ଏବେ ଆସିଛି ନୂଆ ମୋଡ। ସଚିନ ପାଇଲଟଙ୍କୁ ହରାଇବାକୁ ପଡିଛି ଉପମୁଖ୍ୟମନ୍ତ୍ରୀ ପଦ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ। ଏହାରି...

ସନ୍ଧ୍ୟାରେ ଶେଷ ହେବ ପ୍ରଚାର, ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ଉପରେ ନଜର

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଶେଷ ଦିନରେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)...

ପାଇଲଟଙ୍କୁ ଓହ୍ଲାଇଦେଲା କଂଗ୍ରେସ

ଜୟପୁର/ନୂଆଦିଲ୍ଲୀ,୧୫ା୭: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା। ରାଜସ୍ଥାନରେ ଗେହଲଟ ସରକାର ରୂପକ ବିମାନରୁ ସହଚାଳକ (କୋପାଇଲଟ) ସଚିନ ପାଇଲଟଙ୍କୁ ଓହ୍ଲାଇଦେଇଛି କଂଗ୍ରେସ।...

ଚେନ୍ନାଇରେ ଟ୍ରେନ୍‌ ଯୋଗେ ୧କୋଟି ଲିଟର ପାଣି ପହଞ୍ଚିବ

ଚେନ୍ନାଇ,୨୨।୬: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି ଭେଲୋର ଜିଲାର ଜୋଲାର...

Advertisement


Archives

Model This Week