ଆୟୁର୍ବେଦିକ ଔଷଧ ବଣ୍ଟନରେ ବିଳମ୍ବ

ବାଲେଶ୍ୱର ଅଫିସ, ୧୪।୫-ମହାମାରୀ କରୋନା ସମୟରେ ଜିଲାରେ ସଂକ୍ରମଣ ହୁ ହୁ ହୋଇ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଯୋଗ ପ୍ରାଣାୟମ ସାଙ୍ଗକୁ ଆୟୁର୍ବେଦ ଔଷଧ ସେବନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ନିୟମିତ ଔଷଧ ଯୋଗାଇ ଦିଆଯାଉଛି। ହେଲେ ବାଲେଶ୍ୱର ଜିଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧୀନରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲାରେ ଔଷଧ ବଣ୍ଟନରେ ବିଳମ୍ବ ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନାର ପ୍ରଥମ ଲହର ସମୟରେ ବହୁ ମୂଲ୍ୟ ଆୟୁର୍ବେଦିକ ଔଷଧ ବାଲେଶ୍ୱର ଓ ଭଦ୍ରକ ଜିଲାର ଜନସାଧାରଣଙ୍କୁ ବଣ୍ଟନ କରାଯାଇ ପାରି ନ ଥିଲା। ଏହାକୁ ନେଇ ସଚେତନ ବରିଷ୍ଠ ନାଗରିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କର୍ମଚାରୀ ଅଭାବରୁ ଔଷଧ ବଣ୍ଟନ ହୋଇପାରୁ ନ ଥିବା ଜିଲା ମୁଖ୍ୟ ଆୟୁର୍ବେଦିକ ଚିକିତ୍ସାଳୟ ପକ୍ଷରୁ କୁହାଯାଉଛି।
ଜିଲା ମୁଖ୍ୟ ଆୟୁର୍ବେଦିକ ହସ୍ପିଟାଲ ଅଧୀନରେ ବାଲେଶ୍ୱରରେ ୨୩ ଓ ଭଦ୍ରକରେ ୨୧ଗୋଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସାଙ୍ଗକୁ ୨ଟି ଲେଖାଏଁ ୟୁନାନି ଚିକିତ୍ସା କେନ୍ଦ୍ର ରହିଛି। ଦୁଇ ଜିଲାର ମୋଟ୍‌ ୪୮ଟି କେନ୍ଦ୍ରରେ ୩୬ଜଣ ଡାକ୍ତର ରହିଥିବା ବେଳେ ୧୨ଜଣ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। କରୋନା ପ୍ରଥମ ଲହର ସମୟରେ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି ରାଜ୍ୟର ପ୍ରମୁଖ ଆୟୁର୍ବେଦିକ ସଂସ୍ଥାରୁ ବହୁ ମୂଲ୍ୟବାନ ଔଷଧ ଆସିଥିଲା। ବିଶେଷ କରି ଏହି ଔଷଧ ମଧ୍ୟରେ ଥିବା ଗିଲୟ, ସୁବର୍ଣ୍ଣ ଚୂର୍ଣ୍ଣ, ପୁନର୍ଣ୍ଣବା ଚୂର୍ଣ୍ଣ, ଆୟୁର୍ବେଦିକ ଆଇରନ ବଟିକା, ଗୁଣ୍ଡିଚିମିସ ଏବଂ କାଡ଼ା ଉପାଦାନ ଆଦି ଥିଲା। ଏସବୁ ଔଷଧ ସବୁ ବର୍ଗର ଲୋକଙ୍କ ପାଇଁ ଉପାଦେୟ ହୋଇଥିବା ବେଳେ ବୟସ୍କଙ୍କ ନିମନ୍ତେ ଏହା ଅତ୍ୟନ୍ତ ଜରୁରୀ ଅଟେ। ମାତ୍ର ବାଲେଶ୍ୱରରେ ଏହି ଔଷଧ ବଣ୍ଟନ ହେବାରେ ଅସୁବିଧା ଦେଖାଦେଇଛି। ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ପୁଣି ଅନ୍ୟ ବହୁ ମୂଲ୍ୟବାନ ଔଷଧ ପର୍ଯ୍ୟାୟକ୍ରମେ ଜିଲାକୁ ଆସିବାରେ ଲାଗିଛି। ଦୁଇ ଜିଲା ପାଇଁ ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟରେ ଔଷଧ ଜିଲା ମୁଖ୍ୟ ଆୟୁର୍ବେଦିକ କେନ୍ଦ୍ରକୁ ମିଳିଥାଏ।
ଏନେଇ ଜିଲା ମୁଖ୍ୟ ଆୟୁର୍ବେଦ ଚିକିତ୍ସକ ଡା. ରାମଚନ୍ଦ୍ର ବେହେରା କହନ୍ତି, ଦୀର୍ଘଦିନ ଧରି ଆବଶ୍ୟକ ସଂଖ୍ୟକ ଚିକିତ୍ସକ ଓ ସହକାରୀଙ୍କୁ କୋଭିଡ୍‌ କେୟାର ୟୁନିଟ୍‌ ଓ କୋଭିଡ୍‌ ହସ୍ପିଟାଲ ପରିଚାଳନାରେ ନିୟୋଜିତ କରାଯାଇଥିଲା। ଫଳରେ ପ୍ରତ୍ୟେକ ସେଣ୍ଟରରେ ଔଷଧ ପହଞ୍ଚାଯାଇଥିଲେ ମଧ୍ୟ ବଣ୍ଟନରେ ଅସୁବିଧା ଦେଖାଦେଇଥିଲା। ତେବେ ଗତ ଡିସେମ୍ବରରୁ କୋଭିଡ୍‌ ହସ୍ପିଟାଲ ସମେତ ସମସ୍ତ କୋଭିଡ୍‌ କେୟାର ୟୁନିଟ୍‌ ବନ୍ଦ ହେବା ପରେ ଚିକିତ୍ସକ ଓ କର୍ମଚାରୀମାନେ ନିଜର କର୍ମକ୍ଷେତ୍ରକୁ ଫେରି କାର୍ଯ୍ୟରେ ଲାଗିଛନ୍ତି। ଅଭାବ ଥିବା ସହାୟକ ପଦବୀ ଅଳ୍ପଦିନ ପୂର୍ବରୁ ପୂରଣ ହୋଇଛି। ଡାକ୍ତର ପଦବୀ ପୂରଣ ପାଇଁ ବିଭାଗ ଅତିଶୀଘ୍ର ପଦକ୍ଷେପ ନେଉଛି। ଚଳିତବର୍ଷ ଆସିଥିବା ଔଷଧକୁ ଡ୍ରଗ୍ସ ଟେଷ୍ଟିଂ ସେଣ୍ଟର (ଭୁବନେଶ୍ୱର)କୁ ପଠାଯାଇଛି। ପରୀକ୍ଷା ରିପୋର୍ଟ ମିଳିଲେ ଲୋକଙ୍କୁ ବିତରଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?