ଆୟୁର୍ବେଦିକ ଔଷଧ ବଣ୍ଟନରେ ବିଳମ୍ବ

ବାଲେଶ୍ୱର ଅଫିସ, ୧୪।୫-ମହାମାରୀ କରୋନା ସମୟରେ ଜିଲାରେ ସଂକ୍ରମଣ ହୁ ହୁ ହୋଇ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଯୋଗ ପ୍ରାଣାୟମ ସାଙ୍ଗକୁ ଆୟୁର୍ବେଦ ଔଷଧ ସେବନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ନିୟମିତ ଔଷଧ ଯୋଗାଇ ଦିଆଯାଉଛି। ହେଲେ ବାଲେଶ୍ୱର ଜିଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧୀନରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲାରେ ଔଷଧ ବଣ୍ଟନରେ ବିଳମ୍ବ ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନାର ପ୍ରଥମ ଲହର ସମୟରେ ବହୁ ମୂଲ୍ୟ ଆୟୁର୍ବେଦିକ ଔଷଧ ବାଲେଶ୍ୱର ଓ ଭଦ୍ରକ ଜିଲାର ଜନସାଧାରଣଙ୍କୁ ବଣ୍ଟନ କରାଯାଇ ପାରି ନ ଥିଲା। ଏହାକୁ ନେଇ ସଚେତନ ବରିଷ୍ଠ ନାଗରିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କର୍ମଚାରୀ ଅଭାବରୁ ଔଷଧ ବଣ୍ଟନ ହୋଇପାରୁ ନ ଥିବା ଜିଲା ମୁଖ୍ୟ ଆୟୁର୍ବେଦିକ ଚିକିତ୍ସାଳୟ ପକ୍ଷରୁ କୁହାଯାଉଛି।
ଜିଲା ମୁଖ୍ୟ ଆୟୁର୍ବେଦିକ ହସ୍ପିଟାଲ ଅଧୀନରେ ବାଲେଶ୍ୱରରେ ୨୩ ଓ ଭଦ୍ରକରେ ୨୧ଗୋଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସାଙ୍ଗକୁ ୨ଟି ଲେଖାଏଁ ୟୁନାନି ଚିକିତ୍ସା କେନ୍ଦ୍ର ରହିଛି। ଦୁଇ ଜିଲାର ମୋଟ୍‌ ୪୮ଟି କେନ୍ଦ୍ରରେ ୩୬ଜଣ ଡାକ୍ତର ରହିଥିବା ବେଳେ ୧୨ଜଣ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। କରୋନା ପ୍ରଥମ ଲହର ସମୟରେ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି ରାଜ୍ୟର ପ୍ରମୁଖ ଆୟୁର୍ବେଦିକ ସଂସ୍ଥାରୁ ବହୁ ମୂଲ୍ୟବାନ ଔଷଧ ଆସିଥିଲା। ବିଶେଷ କରି ଏହି ଔଷଧ ମଧ୍ୟରେ ଥିବା ଗିଲୟ, ସୁବର୍ଣ୍ଣ ଚୂର୍ଣ୍ଣ, ପୁନର୍ଣ୍ଣବା ଚୂର୍ଣ୍ଣ, ଆୟୁର୍ବେଦିକ ଆଇରନ ବଟିକା, ଗୁଣ୍ଡିଚିମିସ ଏବଂ କାଡ଼ା ଉପାଦାନ ଆଦି ଥିଲା। ଏସବୁ ଔଷଧ ସବୁ ବର୍ଗର ଲୋକଙ୍କ ପାଇଁ ଉପାଦେୟ ହୋଇଥିବା ବେଳେ ବୟସ୍କଙ୍କ ନିମନ୍ତେ ଏହା ଅତ୍ୟନ୍ତ ଜରୁରୀ ଅଟେ। ମାତ୍ର ବାଲେଶ୍ୱରରେ ଏହି ଔଷଧ ବଣ୍ଟନ ହେବାରେ ଅସୁବିଧା ଦେଖାଦେଇଛି। ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ପୁଣି ଅନ୍ୟ ବହୁ ମୂଲ୍ୟବାନ ଔଷଧ ପର୍ଯ୍ୟାୟକ୍ରମେ ଜିଲାକୁ ଆସିବାରେ ଲାଗିଛି। ଦୁଇ ଜିଲା ପାଇଁ ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟରେ ଔଷଧ ଜିଲା ମୁଖ୍ୟ ଆୟୁର୍ବେଦିକ କେନ୍ଦ୍ରକୁ ମିଳିଥାଏ।
ଏନେଇ ଜିଲା ମୁଖ୍ୟ ଆୟୁର୍ବେଦ ଚିକିତ୍ସକ ଡା. ରାମଚନ୍ଦ୍ର ବେହେରା କହନ୍ତି, ଦୀର୍ଘଦିନ ଧରି ଆବଶ୍ୟକ ସଂଖ୍ୟକ ଚିକିତ୍ସକ ଓ ସହକାରୀଙ୍କୁ କୋଭିଡ୍‌ କେୟାର ୟୁନିଟ୍‌ ଓ କୋଭିଡ୍‌ ହସ୍ପିଟାଲ ପରିଚାଳନାରେ ନିୟୋଜିତ କରାଯାଇଥିଲା। ଫଳରେ ପ୍ରତ୍ୟେକ ସେଣ୍ଟରରେ ଔଷଧ ପହଞ୍ଚାଯାଇଥିଲେ ମଧ୍ୟ ବଣ୍ଟନରେ ଅସୁବିଧା ଦେଖାଦେଇଥିଲା। ତେବେ ଗତ ଡିସେମ୍ବରରୁ କୋଭିଡ୍‌ ହସ୍ପିଟାଲ ସମେତ ସମସ୍ତ କୋଭିଡ୍‌ କେୟାର ୟୁନିଟ୍‌ ବନ୍ଦ ହେବା ପରେ ଚିକିତ୍ସକ ଓ କର୍ମଚାରୀମାନେ ନିଜର କର୍ମକ୍ଷେତ୍ରକୁ ଫେରି କାର୍ଯ୍ୟରେ ଲାଗିଛନ୍ତି। ଅଭାବ ଥିବା ସହାୟକ ପଦବୀ ଅଳ୍ପଦିନ ପୂର୍ବରୁ ପୂରଣ ହୋଇଛି। ଡାକ୍ତର ପଦବୀ ପୂରଣ ପାଇଁ ବିଭାଗ ଅତିଶୀଘ୍ର ପଦକ୍ଷେପ ନେଉଛି। ଚଳିତବର୍ଷ ଆସିଥିବା ଔଷଧକୁ ଡ୍ରଗ୍ସ ଟେଷ୍ଟିଂ ସେଣ୍ଟର (ଭୁବନେଶ୍ୱର)କୁ ପଠାଯାଇଛି। ପରୀକ୍ଷା ରିପୋର୍ଟ ମିଳିଲେ ଲୋକଙ୍କୁ ବିତରଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପକ୍କାଘର ନିର୍ମାଣ ପରେ ମିଳୁନି ଫାଇନାଲ ବିଲ୍‌

ଡେରାବିଶ, ୪ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢ଼ଙ୍ଗା ଗାଁର ଜଣେ ବ୍ୟକ୍ତି ବାସଗୃହ ଯୋଜନାରେ ମିଳିଥିବା ଗୃହଟି ୫ବର୍ଷ ତଳେ ସମ୍ପୂର୍ଣ୍ଣ...

ଆଙ୍ଗୁଠି ଲଗାଇ ଏଟିଏମ୍‌ରୁ ଟଙ୍କା ଲୁଟୁଥିଲେ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଏଟିଏମ୍‌ର ଟଙ୍କା ବାହାରୁଥିବା ସ୍ଥାନରେ ଥିବା ଶଟରକୁ ଆଙ୍କୁଠି ଲଗାଇ ଅଟକାଇବା ପରେ ଅଭିନବ ଉପାୟରେ ଟଙ୍କା ଲୁଟୁଥିଲେ। ଏଥିସହ ବ୍ୟାଙ୍କ କର୍ମଚାରୀଙ୍କୁ ଭୂଆଁ...

ସରକାରୀ ଗାଡ଼ିରେ ମନ୍ଦିରବୁଲା

ଖଇରା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀ ସରକାରୀ ଗାଡ଼ିର ଅପବ୍ୟବହାର କରି ମନ୍ଦିର ଭ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।...

ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବାହ୍ନ ୧୧ଟାରେ ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ...

ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ...

ମଧୁସୂଦନଙ୍କୁ ମରଣୋତ୍ତର ଭାରତରତ୍ନ ଦାବି

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ‘ଭାରତରତ୍ନ’ ପ୍ରଦାନ କରିବାକୁ ଦାବି କରିଛନ୍ତି ଓଡ଼ିଶାର ସମସ୍ତ ଓକିଲ ସଂଘ। ମଧୁବାବୁଙ୍କ ୧୭୧ତମ ଜୟନ୍ତୀ ଅବସରରେ ରାଜ୍ୟରେ...

ଏକାଦଶ ପରୀକ୍ଷା କଡ଼ାକଡ଼ି ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ୨ ପ୍ରଥମ ବର୍ଷ (ଏକାଦଶ) ପରୀକ୍ଷା କଡାକଡି କରାଯିବା ଲାଗି ରାଜ୍ୟ ସରକାର ଗତ ୧୪ତାରିଖରେ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ...

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ସପ୍ତାହବ୍ୟାପୀ ଧାରଣାରେ ବସିବ ବରଗଡ଼ ଏକତା ମଞ୍ଚ

ବରଗଡ଼ ଅଫିସ,୧୭।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଅସନ୍ତୋଷ ପରିଲକ୍ଷିତ ହୋଇଛି। ରବିବାର ସନ୍ଧ୍ୟାରେ...

Advertisement
Archives

Model This Week