ଲଗାଣ ବର୍ଷା: ଲେଙ୍ଗୁମହା ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ
ରାଇକିଆ,୧୩।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାର ଲେଙ୍ଗୁମହା ନିକଟରେ ଏକ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି। ଛୋଟ ଯାନ ବାହାନ ରାସ୍ତା…
ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୪୮ କୋଟି ସହିତ ସୁନା ଇଟା, ତାଲିବାନ୍ର ଦାବି…
କାବୁଲ,୧୩।୯: ଆଫଗାନିସ୍ତାନର ପଞ୍ଜଶିରରେ ଏକ ଅଞ୍ଚଳ ଉପରେ କବ୍ଜା କରିଥିବା ନେଇ ତାଲିବାନ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କୁ ପଞ୍ଜଶିର ମୁଖ୍ୟ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର (ପ୍ରାୟ ୪୮ କୋଟି ଟଙ୍କା) ପାଇଛନ୍ତି ବୋଲି…
କୋହଲିଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର
ଇସଲମାବାଦ,୧୩।୯: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିବେ ଏବଂ ରୋହିତ ଶର୍ମା ଏହି ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କୋହଲି ତାଙ୍କ ବ୍ୟାଟିଂ ଉପରେ…
ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିଲେନି ବ୍ୟକ୍ତି
ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ମାଛ ଧରିବାକୁ ଯାଇ ସଞ୍ଜୟ ରାଉତ ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ସଞ୍ଜୟ ମାଛ ଧରିବା ପାଇଁ ଗ୍ରାମର ତ୍ରିନାଥ ମନ୍ଦିର…
୧୭ରୁ ପୁଣି ବର୍ଷା!
ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ ରବିବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ତେବେ ୧୭ରୁ ପୁଣି ବର୍ଷା ହୋଇପାରେ ବୋଲି ସୋମବାର ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୭ ତାରିଖ ପାଖାପାଖି ଉତ୍ତର ବଙ୍ଗୋପ ସାଗରରେ ଆଉ…
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା
ପୁରୁଷୋତ୍ତମପୁର,୧୩।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି। ତିନିଦିନ ମଧ୍ୟରେ ସୋମବାର ସକାଳ ୧୧ଟା ୩୦ ସୁଧା ସମୁଦାୟ…
ସବଜି ମଣ୍ଡି ଅଞ୍ଚଳରେ ଭାଙ୍ଗିଲା ଚାରି ମହଲା କୋଠା: ଅନେକେ ପୋତିହୋଇ ପଡିଥିବା ଆଶଙ୍କା
ନୂଆଦିଲ୍ଲୀ,୧୩ ।୯: ରାଜଧାନୀ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳରେ ସୋମବାର ଏକ ୪ ମହାଲା କୋଠା ଭୂଷୁଡି ପଡିଛି । ଖବର ପାଇଁ ପୋଲିସ ସେଠାରେ ପହଞ୍ଚିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିବା ବେଳେ ଅଧିକାଂଶ ଲୋକ…
ମାଛ ଧରିବାକୁ ଯାଇ ନିଖୋଜ ଯୁବକ: ଚାଲିଛି ଖୋଜା
ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ଭାସି ଜଣେ ଯୁବକ ନିଖୋଜ ଅଛନ୍ତି। ସେ ହେଲେ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ ରାଉତ (୪୧)। ସଞ୍ଜୟ ମାଛ ଧରିବା ପାଇଁ ଗ୍ରାମର ତ୍ରିନାଥ ମନ୍ଦିର ନିକଟରେ ଥିବା…
ଦରଦାମ ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ: ଶଗଡ଼ ଗାଡିରେ ବିଧାନସଭା ପହଞ୍ଚିଲେ ଡିକେ ଶିବକୁମାର, ସିଦ୍ଧରମୈୟା
ବେଙ୍ଗାଲୁରୁ,୧୩ ।୯: କର୍ନାଟକ କଂଗ୍ରେସର ବଡ ବଡ ନେତାମାନେ ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି ସୋମବାର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ପ୍ରଦର୍ଶନ କରିଛନ୍ତି । କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ଅଧ୍ୟକ୍ଷ ଡିକେ ଶିବକୁମାର…
ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ
ଭୁବନେଶ୍ୱର,୧୩।୯(ବ୍ୟୁରୋ):ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ସୋମବାର ପ୍ରକାଶ ପାଇଛି ପ୍ରଥମ ମେରିଟ ଲିଷ୍ଟ। ଦିନ ସାଢେ ୧୧ଟାରେ ସାମସ ୱେବସାଇଟ (www.samsodisha.gov.in)ରେ ତାଲିକା ପ୍ରକାଶ ପାଇଛି। ସେଠାରୁ ଛାତ୍ରୀଛାତ୍ର ମେଧା ତାଲିକା ଦେଖିପାରିବେ। ମେରିଟ ଲିଷ୍ଟରେ ଥିବା ଛାତ୍ରୀଛାତ୍ର ଆସନ୍ତାକାଲିଠୁ…
ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ପାଣି,ଅର୍ଦ୍ଧାଧିକ ବୁଡିଲା ବିଗ୍ରହ
ଆରଡି, ୧୩।୯, (ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ସୋମବାର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରାୟ ୧ ଫୁଟ ଉଚ୍ଚତାରେ ପାଣି ଥିବାରୁ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯାଇଛି। ଫଳରେ ମଙ୍ଗଳ ଆଳତି ସହ ଦୈନନ୍ଦିନ ନୀତିକାନ୍ତି ପୂଜାରେ ବିଳମ୍ବ…
ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ
ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼ ଖାଇବା ପରେ ପୋଲିସ ଚୋରକୁ ଗିରଫ କରିଛି। ସୂଚନା ଅନୁସାରେ, କୋରଡା ଗାଁର ଚକ୍ରଧର…
Archives


