ତେଜସ୍ବୀ କହିଲେ ‘ଆଣ୍ଟି’; ରାଗରେ ନିଆଁ ହୋଇଗଲେ ସମିତା

ବମ୍ବେ: ଦିନ କେଇଟାରେ ଶେଷ ହୋଇଯିବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’। ଏହାର ଫିନାଲେ ପାଖେଇ ଆସୁଥିବା ବେଳେ ଚର୍ଚ୍ଚାରେ ରହିଛି ପ୍ରତିଯୋଗୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ ଏବଂ ତେଜସ୍ବୀ ପ୍ରକାଶଙ୍କ କ୍ୟାଟ୍‌ଫାଇଟ୍‌। ବିଗ୍‌ ବସ୍‌ ଘରେ ଶେଷ ଟାସ୍କ ସମୟରେ ଏଭଳି କିଛି ଦେଖିବାକୁ ମିଳିବ।

ଆଗାମୀ ଏପିସୋଡରେ ଦର୍ଶକମାନେ ସିଧାସଳଖ ଏଣ୍ଟ୍ରି ନେଇ ପ୍ରତିଯୋଗୀଙ୍କୁ ମନ ମୁତାବକ କାର୍ଯ୍ୟ କରିବାକୁ ଦେବେ। ସେଥିରୁ ଗୋଟିଏ କରନ୍‌ କୁନ୍ଦ୍ରା ଏବଂ ପ୍ରତିକ ସେହଜପାଲଙ୍କ ମସାଜ୍‌ କରିବା ରହିବ। ଏଥିରେ ଭାଗ ନେଇ ସମିତା କରନ୍‌ଙ୍କ ଉପରେ ଚଢ଼ି ମସାଜ ଦେବାକୁ ଚେଷ୍ଟା କରିବେ। ହେଲେ ଏହାକୁ ତେଜସ୍ବୀ ସହଜରେ ଗ୍ରହଣ କରି ନ ପାରି ସମିତାଙ୍କୁ ‘ଆଣ୍ଟି’ କହୁଥିବା ପ୍ରମୋରେ ଦେଖାଯାଉଛି। ଏହାଛଡ଼ା କରନ୍‌ ରାକେଶ ବାପଟ ନୁହନ୍ତି ବୋଲି ମଧ୍ୟ ସେ କହୁଛନ୍ତି। ତେଜସ୍ବୀଙ୍କ କଥା ଶୁଣି ସମିତା ରାଗରେ ନିଆଁ ହୋଇଯାଉଛନ୍ତି। ତାଙ୍କର କିଭଳି ଏପରି ସାହସ ହେଲା ଏବଂ କରନ୍‌ ଏନେଇ କିଛି ନ କହିବାକୁ ସେ ନାପସନ୍ଦ କରୁଥିବା ଦେଖାଯାଉଛି।

 

View this post on Instagram

 

A post shared by ColorsTV (@colorstv)

ଏପିସୋଡର ପ୍ରମୋ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନଙ୍କ ଉତ୍କଣ୍ଠା ବଢ଼ିଛି। ଉଭୟଙ୍କ ଝଗଡ଼ା କେଉଁ ରୂପ ନେବ ସେ ନେଇ ଅପେକ୍ଷା ଥିବା ଅନେକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri