ସ୍ପିକରଙ୍କ ଘର ଉପରକୁ ରକେଟ୍‌ ମାଡ

ବାଗଦାଦ,୨୬।୧: ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହି ଘଟଣା ଘଟିଥିବା ଜଣାପଡିଛି। ମୋହମ୍ମଦ ଅଲ-ହଲବୁସୀଙ୍କ ଘରଠୁ ପ୍ରାୟ ୫ଶହ ମିଟର ଦୂରରେ ପଡିଛି ୩ଟି ରକେଟ ପଡିଥିବା ଦେଖିବାକୁ ମିଳିଥିଲା। ୪୧ ବର୍ଷୀୟ ହଲବୁସି ଜଣେ ସୁନି ନେତା ହୋଇଥିବା ବେଳେ ୨୦୧୮ ମସିହାରୁ ଇରାକ ପାର୍ଲାମେଣ୍ଟର ଅଧ୍ୟକ୍ଷତା କରୁଛନ୍ତି। ଏହି ଦୁର୍ଘଟଣାରେ ଗୁରୁତର ୨ ଶିଶୁଙ୍କୁ ଗୁରମାସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ମୋହମ୍ମଦ ଅଲ-ହଲବୁସୀଙ୍କୁ ଦ୍ୱିତୀୟ ଥର ପାଇଁ ସ୍ପିକର ରୂପେ ବଛା ଯାଇଥିବା ବେଳେ ଏନେଇ ଇରାକର ସର୍ବୋଚ୍ଚ ଅଦାଲତ ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା। ଏହି ଘୋଷଣାର କିଛି ସମୟ ପରେ ଏହି ଆକ୍ରମଣ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ଚାକିରି ଛାଡି ଆବୁଧାବି ମନ୍ଦିରରେ ସେବା ଆରମ୍ଭ କଲେ ଏହି ଭାରତୀୟ ବ୍ୟାଙ୍କର, ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ଉଦ୍‌ଘାଟନ

ଆବୁଧାବି,୨୭।୨: ୟୁଏଇର ଆବୁଧାବିରେ ନିର୍ମିତ ଭବ୍ୟ ମନ୍ଦିରରେ ବିଶାଳ ପଟେଲ ମଧ୍ୟ ସହଯୋଗ କରୁଛନ୍ତି। ଦୁବାଇରେ ଏକ ନିବେଶ ବ୍ୟାଙ୍କର ଭାବରେ ଉଚ୍ଚ ବେତନ ଅର୍ଜନ...

ଆଉ ୭ ଦିନ ମଧ୍ୟରେ ବନ୍ଦ ହୋଇଯିବ ଯୁଦ୍ଧ: ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ,୨୭।୨: ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ...

ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ...

ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ...

ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଜେରୁଜେଲମ୍‌,୨୭।୨: ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହଙ୍କ ସରକାର ସୋମବାର ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ ଆମେରିକା ସମର୍ଥିତ ସଂସ୍କାର ପାଇଁ ବାଟ ଫିଟିପାରିବ ବୋଲି କୁହାଯାଉଛି।...

ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା

ଦୁବାଇ,୨୬।୨: ଦୁବାଇରେ ରହୁଥିବା ଓଡ଼ିଶାର ବାପଝିଅ ସ୍କୁବା ଡାଇଭିଂରେ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ...

ଇତିହାସ ରଚିଲେ ମରିୟମ, ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ମରିୟମ...

ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି

କିଭ୍‌,୨୬।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri