ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା ବଡ଼ ବଡ଼ ଗର୍ତ୍ତର ଅଧ୍ୟୟନ କରି ଆବିଷ୍କାର କରିଛନ୍ତି ଯେ ପ୍ରାୟ ୬୦ କୋଟି ବର୍ଷ ଧରି ମଙ୍ଗଳ ଗ୍ରହରେ ଗ୍ରହାଣୁପିଣ୍ଡ ବର୍ଷା ବର୍ଷା ହୋଇଥିଲା।

ଅଷ୍ଟ୍ରେଲିଆର କର୍ଟିନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ପୂର୍ବ ଗବେଷଣାକୁ ଚ୍ୟାଲେଞ୍ଜ କରାଯାଇଛି। ଗର୍ତ୍ତଗୁଡିକ ମାଧ୍ୟମରେ ଏହା ସ୍ଥିର ହୋଇଛି ଯେ ଗ୍ରହ କେତେ ପୁରୁଣା ଏବଂ ଗ୍ରହାଣୁପିଣ୍ଡ ବର୍ଷା କେବେ ହୋଇଥିଲା।

ଅନୁସନ୍ଧାନକାରୀ ଡକ୍ଟର ଲଗୈନ ଇତିମଧ୍ୟରେ ମଙ୍ଗଳ ଗ୍ରହରେ ଥିବା ୫୨୧ ଗର୍ତ୍ତର ଅଧ୍ୟୟନ ସମାପ୍ତ କରିଛନ୍ତି। ଏହି ସମସ୍ତ ଗର୍ତ୍ତଗୁଡିକ ୨୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିଲା। ବିଶେଷଜ୍ଞମାନେ ସେମାନଙ୍କ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ ୫୨୧ ମଧ୍ୟରୁ ୪୯ଟି ଗର୍ତ୍ତ ୬୦ କୋଟି ବର୍ଷ ପୁରୁଣା। ଗ୍ରହାଣୁପିଣ୍ଡ ବର୍ଷା ଦ୍ୱାରା ଗର୍ତ୍ତଗୁଡ଼ିକ ସୃଷ୍ଟି ହୋଇଥିବା ସେମାନେ ଦାବି କରିଛନ୍ତି।

ଏହି ଅଧ୍ୟୟନ ମାଧ୍ୟମରେ ଚନ୍ଦ୍ରରେ ଥିବା ଗର୍ତ୍ତଗୁଡ଼ିକ କେବେ ଏବଂ କିପରି ସୃଷ୍ଟି ହୋଇଛି ତାହାର ରହସ୍ୟ ମଧ୍ୟ ଜଣାପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହା ସହିତ ପୃଥିବୀରେ କେବେ ପ୍ରଥମେ ନିଆଁ ଲାଗିଥିଲା ତାହା ମଧ୍ୟ ଜାଣିହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଟ୍ରମ୍ପଙ୍କୁ ହତ୍ୟା ପାଇଁ ପୁଣି ବଡ଼ ଷଡ଼ଯନ୍ତ୍ର! ଇରାନର ନୂଆ ଚକ୍ରାନ୍ତକୁ ନେଇ ଆମେରିକାକୁ ଚେତାଇଲା…

ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri