Home Left

ହୀରାକୁଦ ଜଳଭଣ୍ଡାରରେ ଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୯ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଛଡାରମା ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରେ ଶନିବାର ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଙ୍ଗାଲି ଥାନା କଦମ୍ବଡିହି ଗ୍ରାମର ଜଗତ ଡନସେନା (୫୦)। ପୋଲିସ ମୃତଦେହ ଜବତ…

୨୪ ଘଣ୍ଟା ଧରି ଶିଶୁ ମୃତଦେହ ଜଗିିବସିଲେ ମା’ ବାପା

ଚାନ୍ଦବାଲି, ୯ା୧୦(ଡି.ଏନ.ଏ.): ଡାକ୍ତରଖାନାରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ଦୁଇବର୍ଷର ଶିଶୁକନ୍ୟାର ମୃତଦେହ ପଡ଼ି ରହିଥିଲା। ରାତିସାରା ମା’ ବାପା ଝିଅର ମୃତଦେହକୁ ଜଗି ବସିଥିଲେ। ଶୁକ୍ରବାର ମଧ୍ୟାହ୍ନରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୃତଦେହ ପଡ଼ିରହିବା ପରେ ଅପରାହ୍ନରେ…

ଆମରଣ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା କ୍ରାଇମ୍‌ ବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି। ଏହାପରେ ଆମରଣ ଅନଶନ ଭାଙ୍ଗିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ…

ସାନଙ୍କୁ ବଞ୍ଚାଇବାକୁ ଯାଉଥିଲେ, ଶେଷରେ ବୁଡ଼ିଗଲେ ୨ ଭଉଣୀ

ମାଲକାନଗିରି,୯ା୧୦(ଡି.ଏନ୍‌.ଏ.): ମାଲକାନଗିରି ଆଦର୍ଶ ଥାନା ଅଧୀନ ହୁଡୁପା ପଞ୍ଚାୟତ ମଙ୍ଗ ଗ୍ରାମରେ ଶନିବାର ଘଟିଛି ଅଘଟଣ। ସାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ବଡ଼ ଭଉଣୀ। ଶେଷରେ ୨ ଭଉଣୀ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ମିଳିଥିବା ସୂଚନା ମୁତାବକ, ମଙ୍ଗ ଗ୍ରାମର…

କର୍ତ୍ତୃପକ୍ଷ ଶୁଣିଲେନି, ଏକାଠି ହୋଇ କେନାଲ ଖୋଳିଲେ ଚାଷୀ

ଦିଗପହଣ୍ଡି,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମୁଳା ଗ୍ରାମର ଚାଷଜମିକୁ ଜଳ ଯୋଗାଣ ପାଇଁ କହ୍ନେଇ ନାଳ ଜଳସେଚନ ପ୍ରକଳ୍ପର ଶାଖା କେନାଲ ଦୀର୍ଘବର୍ଷ ହେଲା ଅଳିଆ ଆବର୍ଜନାରେ ପୋତି ହୋଇଥିଲା। ଗ୍ରାମର ମା’ ବାଙ୍କେଶ୍ୱରୀ ମନ୍ଦିରଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ପ୍ରାୟ…

ପୁଅ ଆର୍ୟନଙ୍କ ଏଭଳି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦିଲେ ଗୌରୀ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। କୋର୍ଟ ଜାମିନ ନ ଦେବାରୁ ତାଙ୍କୁ ଆର୍ଥର ରୋଡ୍‌ରେ ଥିବା ଜେଲରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଛି। ଏହାକୁ ନେଇ ଭାଙ୍ଗିପଡ଼ିଛନ୍ତି…

ନିଜେ ଟଙ୍କା ଲୁଚାଇ ଥାନାରେ କରିଥିଲେ ଅଭିଯୋଗ

ଝରିଗାଁ,୯ା୧୦(ସ୍ବ.ପ୍ର.): ଘରୋଇ ଫାଇନାନ୍ସ କମ୍ପାନୀ ‘ସ୍ପନ୍ଦନା’ର ଉମରକୋଟ ଶାଖାର ଜଣେ କର୍ମଚାରୀ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ମାଡ଼ ମାରି ୧ ଲକ୍ଷ ୧୭ ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ରାତିରେ ଝରିଗାଁ ଥାନାରେ…

ପଞ୍ଜାବ ନାମରେ ଲଜ୍ଜାଜନକ ରେକର୍ଡ

ଦୁବାଇ,୯।୧୦: ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏଥର ମଧ୍ୟ ପ୍ଲେ-ଅପ୍‌ରେ ପ୍ରବେଶ କରିପାରି ନାହିଁ। ଦଳ ୬ଟି ବିଜୟରୁ ୧୨ ପଏଣ୍ଟ ସହ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଭଳି ବିଫଳ ଅଭିଯାନ…

କେଉଁଠି କେତେ ବଢୁଛି, ଦୈନିକ ହେବ ବିଶ୍ଲେଷଣ

ଭୁବନେଶ୍ୱର,୯।୧୦(ବ୍ୟୁରୋ): କରୋନା କଟକଣା ମାନିବାରେ ବ୍ୟତିକ୍ରମ ହେଲେ ସଂକ୍ରମଣ ପୁଣି ବଢ଼ିବାର ସମ୍ଭାବନା ରହିଛି। ତେଣୁ ଦୁର୍ଗା ପୂଜାରୁ ସ୍ବାସ୍ଥ୍ୟ ବଭାଗ ପାଇଁ ଏକ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ଯେଉଁଠି ଅଧିକ…

ଗ୍ରୀନ୍‌ କାର୍ଡ ପ୍ରକ୍ରିୟାରେ ବିଳମ୍ବ ହଟାଇବାକୁ ଚାହୁଁଛନ୍ତି ବାଇଡେନ: ଉପକୃତ ହେବେ ଲକ୍ଷାଧିକ ଭାରତୀୟ

ଓ୍ବାଶିଂଟନ,୯ା୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୀନ୍‌କାର୍ଡରେ ବିଳମ୍ବ ପ୍ରକ୍ରିୟାକୁ ହଟାଇବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଆମେରିକାରେ ଏଚ୍‌-୧ବି (H-1B)ଭିଜା ଉପରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଭାରତୀୟ ଉପକୃତ ହେବେ। ଗ୍ରୀନକାର୍ଡ ଯାହାକି ସ୍ଥାୟୀ ଆବାସିକ କାର୍ଡ ଭାବରେ ଜଣାଶୁଣା।…

‘ତୁମେ ମ୍ୟାଚ୍‌ ଶେଷ କରିପାରିବ’

ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ ବଲରେ ଛକା ମାରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମ୍ୟାଚ୍‌ ଜିତାଇଥିଲେ ଶ୍ରୀକର ଭରତ। ଦଳକୁ ଅନ୍ତିମ ଓଭରରେ ୧୫ ରନ୍‌ ଦରକାର ଥିବା ବେଳେ ତାଙ୍କ ସହ କ୍ରିଜରେ ଉପସ୍ଥିତ ଥିଲେ…

କିଏ ସେହି ଶ୍ରୀକର ଭରତ, ଯାହାଙ୍କ ଛକା ଦେଖି ଖୁସିରେ ନାଚିଥିଲେ ଆର୍‌ସିବି ଅଧିନାୟକ

ଦୁବାଇ,୯।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଲିଗ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଲିଗ୍‌ ରାଉଣ୍ଡର ଅନ୍ତିମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଦିଲ୍ଲୀ ଟିମ୍‌କୁ ବାଙ୍ଗାଲୋର ୭ ଉଇକେଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri