୪ ବୁଥ୍‌ରେ ମତଦାନ ସ୍ଥଗିତ

ପାଣିକୋଇଲି,୨୧।୨(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ୪ ବୁଥ୍‌ରେ ମତଦାନ ବନ୍ଦ ରହିଛି। ଏଠାରେ ପୁନଃ ମତଦାନ ଲାଗି ଜିଲା ପ୍ରଶାସନ ଘୋଷଣା କରିଛି। ସେହିପରି ପଞ୍ଚାୟତର ଟିକର ସାନ ବିରୁହଁା ବୁଥ୍‌ରେ ପୁନଃ ମତଦାନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଗୋଳେଇପୁର ପଞ୍ଚାୟତରେ ମତଦାନ ଚାଲିଥିଲା। ମାତ୍ର ସକାଳ ସାଢେ ୯ଟା ସୁଦ୍ଧା ଟିକର(ସାନ ବିରୁହଁା) ଗ୍ରାମର ୧୫ ନମ୍ବର ବୁଥ ଜବରଦଖଲ କରାଯାଇଥିଲା। ଏଜେଣ୍ଟ୍‌ମାନଙ୍କୁ ମାଡ଼ ମାରି ବାହାରକୁ ବିଦା କରି ମତଦାନ ଶେଷ କରାଯାଇଥିଲା। ଉକ୍ତ ଖବର ପ୍ରଚାରିତ ହେବା ମାତ୍ରେ କିଛି ଲୋକ ପହଞ୍ଚତ୍ଥିଲେ। ମାତ୍ର ସେଠାରେ ଆହତ ଏଜେଣ୍ଟଙ୍କୁ ମାଡ଼ ମରା ଓ ମତଦାନ ଶେଷ ଦେଖି ପ୍ରତିହିଂସା ପରାୟଣ ହୋଇ କିଛି ଯୁବକ ସୋତି ଗ୍ରାମରେ ଥିବା ୮, ୯, ୧୦, ୧୧ ନମ୍ବର ବୁଥରେ ପହଞ୍ଚତ୍ ବୁଥ ଜବରଦଖଲ କରିବାକୁ ଚେଷ୍ଟା କରିଥିଲେ। ଖବରପାଇ ବିଡିଓ ରଞ୍ଜନ କୁମାର ପରିଡ଼ା ପହଞ୍ଚତ୍ ଏହାକୁ ବାରଣ କରିବାରୁ ଲୋକଙ୍କ ଅକ୍ରୋଶର ଶିକାର ହୋଇଥିଲେ। ବ୍ୟାସନଗର ତହସିଲଦାର ଓ ପାଣିକୋଇଲି ପୋଲିସ ପହଞ୍ଚତ୍ ଉତ୍ତେଜନା ହ୍ରାସ କରିଥିଲେ। ଏସ୍‌ଡିପିଓ ଚିନ୍ମୟ ନାୟକ, ଅତିରିକ୍ତ ଏସ୍‌ପି ବାଉରୀବନ୍ଧୁ ବେହେରା, ଅତିରିକ୍ତ ଏସ୍‌ପି ମିହିର କୁମାର ମହାନ୍ତି ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଅତିରିକ୍ତ ଜିଲାପାଳ ମିହିର ମହାନ୍ତି ସୋତିର ୪ଟି ବୁଥରେ ମତଦାନ ବନ୍ଦ କରି ପୁନଃ ମତଦାନ କରାଇବାକୁ ଘୋଷଣା କରିଥିଲେ। ମାତ୍ର ଟିକରରେ ପୁନଃ ମତଦାନ ପାଇଁ ଲୋକେ ଅଡ଼ି ବସିଥିଲେ। ସାଢେ ୯ଟା ସୁଦ୍ଧା କିପରି ମତଦାନ ସମ୍ପୂର୍ଣ୍ଣ ହେଲା ପ୍ରଶ୍ନ ଉଠାଇଥିଲେ। ତେବେ ଟିକରରେ ପୁନଃ ମତଦାନ ସର୍ମ୍ପକରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୁନଃ ମତଦାନ କର ନ ଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ଜିଲା ପ୍ରଶାସନ ଓ ପୋଲିସ ସହାୟତାରେ ୪ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ସମେତ ସମସ୍ତ କର୍ମଚାରୀ ବସ ଯୋଗେ ଫେରି ଯାଇଥିଲେ। ସୋତିରେ ଏବେବି ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?