କ୍ଷତିକାରକ ପଲିଥିନ୍‌

ବ୍ୟସ୍ତ ଜୀବନ ଭିତରେ ବଜାରକୁ ଯିବା ସମୟରେ ମନେ ପକେଇ ସଉଦାଥଳି ନେବା ଆମ ପାଇଁ ଭାରି କଷ୍ଟ କାମ। ଆମର ଠିକ୍‌ ମନେପଡ଼ନ୍ତା, ଯଦି ଦୋକାନୀ ପଲିଥିନ୍‌ ବ୍ୟାଗ୍‌ରେ ପୂରେଇ ସଉଦା ନ ଦିଅନ୍ତା। ଅବଶ୍ୟ ଏବେ ଟିକେ ଟିକେ ମନେପଡୁଛି, କାହିଁକି ନା ଦୋକାନୀ ଭାଇମାନେ ପଲିଥିନ୍‌ ବ୍ୟାଗ୍‌ ଦେବାକୁ ମନା କଲେଣି। ଶପିଙ୍ଗ୍‌ ମଲ୍‌ରେ ବି ବ୍ୟାଗ୍‌ ପାଇଁ ପଇସା ମାଗିଲେଣି। ତଥାପି ଆମେ କିଣୁଛୁ। ପଲିଥିନ୍‌ ବ୍ୟାଗ୍‌ ଓ ପ୍ଲାଷ୍ଟିକ୍‌ ବୋତଲକୁ ଆମେ ଛାଡ଼ିପାରିବା ନାହିଁ। ସେ ପରା ଆମ ସୁନାପୁଅ। ଆମେ ୬୦ ଲକ୍ଷ ବର୍ଷ ତଳେ ପୃଥିବୀରେ ଆବିର୍ଭାବ ହେଲୁ, ୫୦୦୦ ବର୍ଷ ତଳେ ଚାଷ କାମ ଶିଖିଲୁ। ୨୫୦ ବର୍ଷ ତଳେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା। କଳକାରଖାନା ଗଢ଼ି ଉଠିଲା। ଜନସାଧାରଣଙ୍କର ସୁଖସୁବିଧା ସକାଶେ ବୈଜ୍ଞାନିକମାନେ ଗବେଷଣା କଲେ ଓ ଆମ ସୁନାପୁଅ ପଲିଥିନ୍‌କୁ ଆମ ହାତରେ ଧରେଇ ଦେଲେ। ଆମକୁ ଭିନ୍ନ ଭିନ୍ନ ମୋଟେଇର ଭିନ୍ନ ଭିନ୍ନ ଆକାରର ରଙ୍ଗବେରଙ୍ଗର ହାଲୁକା ପଲିଥିନ୍‌ ଥଳି ମିଳିଗଲା।
ଆମ ସୁନାପୁଅର କରାମତି ବଖାଣିଲେ ସରିବନି। କାଚ ପରି ସ୍ବଚ୍ଛ, କିନ୍ତୁ କାଚ ତୁଳନାରେ ଢେର ହାଲୁକା। ତଳେ ପଡ଼ିଲେ ଭାଙ୍ଗିବନି କି ଫାଟିବନି। ପାଣିରେ ଭିଜିଗଲେ ଛିଣ୍ଡି ଯିବନି। ପୂରା ମଜଭୁତ, ମାତ୍ର ୩ ଗ୍ରାମ୍‌ ପଲିଥିନ୍‌ ବ୍ୟାଗ୍‌ ଭିତରେ ୫ କେଜି ଡାଲିଚାଉଳ ଝୁଲେଇ ଝୁଲେଇ ବଜାରରୁ ଫେରିହେବ। ଯେଉଁଠି ଅଧ କେଜି ବସ୍ତୁତ୍ୱର କାଚ ବୋତଲ ଭିତରେ ରହୁଥିଲା ମାତ୍ର କେଜିଏ ପାଣି, ସେଠି ମାତ୍ର ୨୦ ଗ୍ରାମ୍‌ ପଲିଥିନ୍‌ରୁ ତିଆରି ପ୍ଲାଷ୍ଟିକ୍‌ ବୋତଲରେ ରହୁଛି ୧ ଲିଟର ପାଣି। ଟେକି ପିଇବା ସହଜ, ଧରିକି ଯିବା ବି ସହଜ। ଏତେ ଗୁଣବାନ୍‌ ଚିଜଟା ସୁନାପୁଅ ହେବନି ତ ଆଉ କିଏ ହେବ? ୧୯୩୩ ମସିହାରେ ଇଂଲଣ୍ଡରେ ପଲିଏଥିଲିନ୍‌ ଜନ୍ମ ନେଲା। ୧୯୬୫ରେ ପଲିଥିନ୍‌ ବ୍ୟାଗ୍‌ ରୂପରେ ୟୁରୋପ ବଜାରକୁ ଆସିଲା। ୧୯୭୯ ବେଳକୁ ୟୁରୋପରେ ପଲିଥିନ୍‌ ବ୍ୟାଗ୍‌ର ବ୍ୟବହାର ୮୦ ପ୍ରତିଶତକୁ ଛୁଇଁଗଲା। ଧୀରେ ଧୀରେ ଆମେରିକା ଓ ଅନ୍ୟ ଦେଶରେ ଏହାର ଆଦର ବଢ଼ିଲା। ସୁନାପୁଅ ପ୍ରତି ଆମ ଆଦର ଦେଖି ବୈଜ୍ଞାନିକମାନେ ତାକୁ ଆହୁରି ଶସ୍ତା ଓ ସୁନ୍ଦର କରିବା ଦିଗରେ ମନ ଦେଲେ। ୨୦୧୧ ବେଳକୁ ସାରା ପୃଥିବୀରେ ୧ ମିନିଟ୍‌ରେ ୧୦ ଲକ୍ଷ ପ୍ଲାଷ୍ଟିକ୍‌ ଥଳି ବ୍ୟବହାର ହେଲା। ଆଜି ୨୦୨୦ ମସିହାରେ ବ୍ୟବହାର ୮ ଗୁଣକୁ ବୃଦ୍ଧି ପାଇଛି।
ପ୍ଲାଷ୍ଟିକ୍‌ରେ ଆଣ୍ଟିମନି, ବେନ୍‌ଜିନ୍‌, ଡାଇଅକ୍ସିନ୍‌, ସୀସା ଓ ଷ୍ଟାଇରିନ୍‌ ସହିତ ଆଲୁମିନିୟମ୍‌ ଓ ସିଆନାଇଡ୍‌ ଭଳି ବିଷ ରହିଛି। ଏସବୁ ବିଷାକ୍ତ ଉପାଦାନର ବାନ୍ତି, ଚର୍ମରୋଗ, ମୁଣ୍ଡବିନ୍ଧା, ପେଟରେ ଘା’ ଓ କର୍କଟ ସୃଷ୍ଟି କରାଇବା କ୍ଷମତା ରହିଛି। ଜୀବନକୁ ଦୁର୍ବିଷହ କରିବା ଲାଗି ଆଉ ଅଧିକ କ’ଣ ଦରକାର? ବୋତଲ ପାଣିରେ ମିଶୁଥିବା କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ମାଇକ୍ରୋ-ପ୍ଲାଷ୍ଟିକ୍‌) ପେଟ ଭିତରକୁ ଗଲା ପରେ ଅନ୍ତନାଡ଼ିର କାନ୍ଥ ଅତିକ୍ରମ କରି ରକ୍ତରେ ମିଶିବାର ଆଶଙ୍କା ରହିଛି। ମାଇକ୍ରୋକଣିକା ପାଇଁ ଏହା କିଛି ଅସମ୍ଭବ ନୁହେଁ।
ପଲିଥିନ୍‌ ଆସିବା ଆଗରୁ ବଜାର ପାଇଁ କନାରେ ତିଆରି ସଉଦାଥଳି ଥିଲା। କାଗଜ ଠୁଙ୍ଗାରେ ଡାଲିଚାଉଳ ପୂରେଇ ଦୋକାନୀ ଦେଉଥିଲା। ତାକୁ ଥଳିରେ ପୂରେଇ ମଣିଷ ବଜାରରୁ ଆସୁଥିଲା। ଘରକୁ ଆସିଲେ ଡାଲି ଚାଉଳକୁ ଟିଣ ଡବା ଭିତରେ ଢାଳିଦେଇ କାଗଜଠୁଙ୍ଗାକୁ ସାଇତି ରଖୁଥିଲା। ସାଇତି ନ ରଖି ବାହାରେ ଫିଙ୍ଗିଦେଲେ ବି ୨-୪ ସପ୍ତାହରେ କାଗଜଠୁଙ୍ଗା ଶଢ଼ିଯାଇ ମାଟିରେ ମିଶିଯାଉଥିଲା। କିନ୍ତୁ ପଲିଥିନ୍‌ ସେମିତି ପଡ଼ିରହିଥିବ ୫୦୦ ବର୍ଷ। ତା’ପରେ କ୍ଷୁଦ୍ର କଣିକା ରୂପରେ ମାଟିରେ ମିଶି ମୃତ୍ତିକା ପ୍ରଦୂଷଣ କରିବ। ଆଜି ତୈଳ ସଂପଦ ସରିବାକୁ ବସିଲାଣି। କିନ୍ତୁ ପଲିଥିନ୍‌ ତିଆରି ପାଇଁ ଏଥିରୁ ୮ ପ୍ରତିଶତ ଖର୍ଚ୍ଚ ହୁଏ। ତିଆରି ବେଳେ ପରିବେଶକୁ ଦୂଷିତ କରେ। ଜୀବନର ଶେଷ ପାହାଚରେ ମଧ୍ୟ ମାଟିରେ ପଡ଼ି ମାଟିକୁ ଖରାପ କରେ। ଆମେ ବି ଆବର୍ଜନା ସଫେଇ ନାମରେ ପଲିଥିନ୍‌କୁ ଏକାଠି କରି ଜାଳିଦେଉ। କିନ୍ତୁ ପଲିଥିନ୍‌ ଜଳିଲେ ଆହୁରି ବିପଦ। ବରଂ ପଲିଥିନ୍‌ ବା ପ୍ଲାଷ୍ଟିକ୍‌କୁ ଗୋଟିଏ ଗାତ ଭିତରେ ସେମିତି ପକେଇଦେଲେ, କମ୍‌ କ୍ଷତି ହେବ। ପଲିଥିନ୍‌ ଜଳିଲେ ସେଥିରୁ ବିଷାକ୍ତ ଡାଇଅକ୍‌ଜିନ୍‌, ପାରଦ, ବିସିପି ଓ ପ୍ୟୁରାନ୍‌ ବାହାରି ବାୟୁମଣ୍ଡଳରେ ମିଶେ। ଏହା ଉଭୟ ପ୍ରାଣିଜଗତ ଓ ଉଦ୍ଭିଦ ଜଗତ ଉପରେ କୁପ୍ରଭାବ ପକାଏ।
ସମୁଦ୍ର ଭିତରେ ଦିନକୁ ଦିନ ପ୍ଲାଷ୍ଟିକ୍‌ ଆବର୍ଜନା ବୃଦ୍ଧି ପାଉଛି। ୧୯୯୭ ମସିହାରେ ପ୍ରଶାନ୍ତ ମହାସାଗରରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ର ବୃହତ୍‌ ଆବର୍ଜନା ବିଷୟରେ ସୂଚନା ମିଳିଥିଲା। ଏହି ଆବର୍ଜନାକୁ ମାଛ, କଇଁଛ ଇତ୍ୟାଦି ଜଳଜୀବ ଖାଇ ମୃତ୍ୟୁମୁଖରେ ପଡ଼ନ୍ତି। ଏହା ସମୁଦ୍ର ଜଳକୁ ବିଷାକ୍ତ କରେ। ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ଆବର୍ଜନା ବଡ଼ ବଡ଼ ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଚଳ କରୁଛି। ତେଣୁ ବର୍ଷା ହେଲେ ସହରର ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏମିତି ଅନେକ କାରଣକୁ ଆଧାର କରି ୨୦୦୨ ମସିହାରେ ପଲିଥିନ୍‌ ବ୍ୟାଗ୍‌କୁ ବର୍ଜନ କରିବା ପାଇଁ ସର୍ବପ୍ରଥମେ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ପରବର୍ତ୍ତୀ ସମୟରେ ପୃଥିବୀର ଅନ୍ୟ ଦେଶଗୁଡ଼ିକ ସୁନାପୁଅକୁ ବର୍ଜନ କରିବା ସକାଶେ ଆଗେଇ ଆସିଲେ। ୨୦୧୮ ମସିହା ଜୁନ୍‌ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମୁଖ୍ୟ ଚିନ୍ତନ ଥିଲା- ‘ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ୍‌ କର’। ଏବେ ଆମ ସୁନାପୁଅ ଉପରେ ସମସ୍ତଙ୍କର କଡ଼ା ନଜର। ଗେଲବସରରେ ବଞ୍ଚତ୍ ଆସିଥିବା ଆମ ସୁନାପୁଅ ବିଚରାଟା ଆଜି ସମସ୍ତଙ୍କ ଘୃଣାର ପାତ୍ର ସାଜିଛି।
‘ଦ ଓ୍ବାର୍ଲଡ୍‌ କାଉଁଟ୍‌ସ ସାଇଟ୍‌’ର ଗଣତି ଅନୁଯାୟୀ ୨୦୨୦ ମସିହା ଡିସେମ୍ବର ୯ ତାରିଖ ସୁଦ୍ଧା ଏ ବର୍ଷ ପ୍ରାୟ ୪,୭୦,୯୯୦ କୋଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ତିଆରି ସରିଛି ଓ ୧୧୯ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶିଛି। ୨୦୦୪ ମସିହାରେ ପୃଥିବୀରେ ଅତି କମ୍‌ରେ ୩୦,୦୦୦ କୋଟି ପ୍ଲାଷ୍ଟିକ୍‌ ବୋତଲ ତିଆରି ହୋଇଥିଲା। ସେହିପରି ୨୦୧୪ରେ ୪୭,୫୦୦ କୋଟି, ୨୦୧୬ରେ ୪୮,୫୦୦ କୋଟି ତିଆରି ହୋଇଛି। ୨୦୨୧ରେ ୫୮,୦୦୦ରୁ ଅଧିକ ସଂଖ୍ୟକ ବୋତଲ ବଜାରକୁ ଆସିବାର ଯୋଜନା ରହିଛି। ଗତ ୭୦ ବର୍ଷ ଭିତରେ (୧୯୫୦ ମସିହାରୁ) ୮୩୦ କୋଟି ଟନ୍‌ ଆବର୍ଜନା ସୃଷ୍ଟି ହୋଇଛି। ଭାରତରେ ବର୍ଷକୁ ପ୍ରାୟ ୧୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି ଓ ୯୫ ଲକ୍ଷ ଟନ୍‌ ଆବର୍ଜନା ସୃଷ୍ଟି ହେଉଛି। ଏକଥା ସତ, ଭାରତରେ ବ୍ୟବହୃତ ବୋତଲର ବ୍ୟବହାର ପ୍ରତି ବର୍ଷ ବଢ଼ୁଛି। କିନ୍ତୁ ପୁନଃ ଚକ୍ରୀକରଣ ପ୍ରକ୍ରିୟାରେ ଭାରତସାରା ପୃଥିବୀରେ ଆଗୁଆ ଅଛି। ବ୍ୟବହୃତ ପ୍ଲାଷ୍ଟିକ୍‌ର ପୁନଃ ଚକ୍ରୀକରଣ କରି ୮୦ ପ୍ରତିଶତ ଜିନିଷ ତିଆରି କରୁଛି। ଆମେରିକା ଓ ୟୁରୋପ ତୁଳନାରେ ମଧ୍ୟ ଆଗୁଆ ରହିଛି। ୨୦୨୪ ମସିହା ସୁଦ୍ଧା ୧୦୦ ପ୍ରତିଶତ ପୁନଃ ଚକ୍ରୀକରଣ ସମ୍ଭବ ହେବାର ଯୋଜନା ରହିଛି।
ଶେଷରେ ସୁନାପୁଅ ସମ୍ପର୍କରେ ଗୋଟିଏ କଥା କହିବି। ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ପଦାର୍ଥ ତିଆରି ହୋଇ ବଜାରକୁ ଆସିବା ପରେ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି ବ୍ୟବହାର ନ କରିବା ପାଇଁ। ଯଦି ମୂଳରୁ ତିଆରି ହୁଅନ୍ତା ନାହିଁ, ତେବେ ବାଉଁଶ ରହନ୍ତା ନାହିଁ କି ବଇଁଶୀ ବାଜନ୍ତା ନାହିଁ।
– ସହକାରୀ ପ୍ରଫେସର
କୋଅର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?